Wednesday, June 24, 2026 08:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଲେଜ ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

by Our Correspondent
13 Sep, 2023- 10:51 PM
in Latest News, News
1 min read
0
କଲେଜ ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗଦେଇଥିଲେ ।

୫‘ଟି’ର ସମସ୍ତ ‘ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା, ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ ପିଢ଼ି ନିମନ୍ତେ ଏକ ଆଦର୍ଶ ଓଡ଼ିଶା ଗଠନ କରିବା ଦିଗରେ ସତ୍‌ପ୍ରୟାସ କରିବା ଏହି କର୍ମଶାଳା ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଖାଦ୍ୟ ସୁରକ୍ଷା ବା କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଯେପରି ସମଗ୍ର ଦେଶରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି, ସେହିଭଳି ସମ୍ମିଳିତ ଉଦ୍ୟମ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ ।

‘ଶିକ୍ଷା ହିଁ ସମ୍ପତ୍ତି’କୁ ଆଧାର କରି ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିପାରିବା ଓ ଏଥିନିମନ୍ତେ କଲେଜଗୁଡ଼କର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ଜରୁରୀ ବୋଲି ‘ମୋ କଲେଜ’ ସଭାପତି ଆକାଶ ଦାସ ନାୟକ ପ୍ରକାଶ କରିଥିଲେ ।

ପରେ କର୍ମଶାଳାର ଟେକ୍‌ନିକାଲ ସେସନ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗାମୀ ୫ ବର୍ଷର ରୋଡମ୍ୟାପ୍‌, କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର ସ୍ଥିତି ଓ ଅଗ୍ରଗତି, ଗବେଷଣା ଓ ଫେଲୋସିପ୍‌ କାର୍ଯ୍ୟକ୍ରମ, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ସାର୍ଟିର୍ଫିକେଟ କୋର୍ସ. ଛାତ୍ରବୃତ୍ତି ସୁଯୋଗ, ‘ମୋ କଲେଜ’, ଏନ୍‌.ଏସ୍‌.ଏସ୍‌, ଯୁବ ରେଡକ୍ରସ୍‌, ଅଣ-ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କ ସହ କଲେଜର ସମସ୍ୟା, କଲେଜର ଭିତ୍ତିଭୂମି ସମ୍ବନ୍ଧରେ ଆଲୋଚନା ହୋଇଥିଲା ।

୫ ଟି ସଚିବ ଭି. କେ. ପାଣ୍ଡିଆନ ଯୋଗଦେଇ ରାଜ୍ୟର କଲେଜଗୁଡିକର ଭିତ୍ତିଭୂମି ଉନ୍ନୟନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୦୦୦ କୋଟି ଅନୁଦାନ ଦିଆଯାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଅନୁଦାନ ଦିଆଯିବ ବୋଲି କହିଥିଲେ । ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କ ସହ କଲେଜର ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ ସମ୍ବନ୍ଧରେ ଶ୍ରୀ ପାଣ୍ଡିଆନ ବିଶଦ ଆଲୋଚନା କରିଥିଲେ ।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ବିଭାଗୀୟ ନିର୍ଦ୍ଦେଶକ ନରହରି ସେଠୀ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଏହି କର୍ମଶାଳା ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ । ବିଭାଗୀୟ ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କଲେ ନବୀନ

Next Post

କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟ କ୍ଲିନିକ୍‌

Next Post
କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟ କ୍ଲିନିକ୍‌

କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟ କ୍ଲିନିକ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA