Tuesday, June 23, 2026 08:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‌ରେ ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ

by Our Correspondent
27 May, 2022- 08:27 PM
in Latest News, News
1 min read
0
କିଟ୍‌ରେ ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ

ଭୁବନେଶ୍ୱର:  ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କ ସମାନ ଭାଗିଦାରୀ ରହିବା ଆବଶ୍ୟକ ବୋଲି କିଟ୍ ବିଶ୍ୱବିଦ୍ୟାଳୟରେ ଆଜି ଆରମ୍ଭ ହୋଇଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି।

କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ ସ୍ଥିତ ୟୁଏସ୍ କନସୁଲେଟ ଜେନେରାଲର ମିଳିତ ସହଯୋଗରେ ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଉଦ୍‍ଘାଟନୀ ଉତ୍ସବରେ ଯୋଗଦେଇ ହାଇଦ୍ରାବାଦସ୍ଥିତ ୟୁଏସ୍ କନସୁଲେଟ୍ ଜେନେରାଲର କାର୍ଯ୍ୟକାରୀ ପବ୍ଲିକ ଆଫେୟାର୍ସ ଅଫିସର ଫ୍ରାଙ୍କି ଷ୍ଟର୍ମ କହିଲେ, ବିଶ୍ୱ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା। ଅର୍ଥନୀତି ଓ ରାଜନୀତି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ନଗଣ୍ୟ । ସବୁ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଭାଗିଦାରୀ ନ ଥିବା କାରଣରୁ ସମାଜ ପାଇଁ ବିବାଦର ସମାଧାନ କଷ୍ଟକର ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ପ୍ରୟାସ କଷ୍ଟକର ହୋଇପଡୁଛି। ଫଳରେ ଅଭିବୃଦ୍ଧି ପାଇଁ ଦେଶଗୁଡିକର ଦକ୍ଷତା ଅଣଦେଖା ହୋଇ ରହିଯାଉଛି। ଅର୍ଥନୈତିକ ଅଭିବୃଦ୍ଧି, ବିକାଶରେ ସମାନତା ଓ ବିବାଦର ସମାଧାନ ନିମନ୍ତେ ଅଣଦେଖା ହୋଇ ରହିଥିବା ମହିଳା ଦକ୍ଷତାର ସଦୁପଯୋଗ କରାଯିବା ଜରୁରୀ ବୋଲି ସେ କହିଥିଲେ। ଆମେ ଏହି ସୁଯୋଗର ସଦୁପଯୋଗ କରି ଲିଙ୍ଗଗତ ସମାନତା ଆଣିବାରେ ସଫଳ ହୋଇପାରିବା ବୋଲି ଷ୍ଟର୍ମ କହିଥିଲେ।

ଜାତିସଂଘର ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀ ଭର୍ଚୁଆଲ୍‍ରେ ଯୋଗଦେଇ କହିଲେ, ବିଶ୍ୱରେ ଦୈନିକ ପ୍ରତି ୩ଜଣରେ ଜଣେ ମହିଳା ହିଂସାର ଶିକାର ହେଉଛନ୍ତି। ସେହିପରି ଅର୍ଥନୈତିକ ଓ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରତି ୬ଜଣ ପୁରୁଷରେ ମହିଳାଙ୍କ ସଂଖ୍ୟା ହେଉଛି ଏକ। ଆମକୁ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର କିପରି ମୁକାବିଲା କରାଯାଇ ପାରିବ ସେଥିପାଇଁ ଚିନ୍ତା କରିବାକୁ ପଡିବ। ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କ ସମାନ ଭାଗିଦାରୀ ହୋଇପାରିବ ସେ ନେଇ କାର୍ଯ୍ୟ କରିବାକୁ ପଡିବ। ଜାତିସଂଘର ସମସ୍ତ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ନିମନ୍ତେ ୨୦୩୦ ସୁଦ୍ଧା ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳାଙ୍କ ସମାନ ଭାଗିଦାରୀ ଆଣିବାକୁ ପଡିବ ବୋଲି ଶ୍ରୀମତୀ ପୁରୀ କହିଥିଲେ।

ତ୍ରିନିଦାଦ୍ ଏବଂ ଟୋବାଗୋରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅରୁଣ ସାହୁ କହିଲେ ଦେଶର ବିକାଶରେ ମହିଳା ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ଓ ଦକ୍ଷତା ଅନୁସାରେ ଯେ କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସୁଯୋଗ ଦେବା ଉଚିତ୍‍ ବୋଲି ସେ କହିଥିଲେ ।

ସମାନତା ଏକ ମାନବ ଅଧିକାର ବୋଲି କୋଲକାତାସ୍ଥିତ ଥାଇଲାଣ୍ଡ କନସୁଲେଟ୍‍ର କନ୍‍ସୁଲ୍‍ ଜେନେରାଲ୍‍ ଆଚର୍‍ପନ୍‍ ୟାଭାପ୍ରାପସ୍‍ କହିଥିଲେ। ଦେଶର ସମ୍ବଳ ଓ ଆୟର ସମାନ ବଣ୍ଟନ ବିନା ଦେଶର ସାମଗ୍ରିକ ଅଭିବୃଦ୍ଧି ଅସମ୍ଭବ ବୋଲି ସେ କହିଥିଲେ। ତେଣୁ ସବୁ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ସମସ୍ତ ଦେଶ ମିଳିତ ଭାବେ ଆଲୋଚନା କରିବା ସହ ଏଥିପାଇଁ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସ୍ଥାୟୀତ୍ୱ ଓ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସମସ୍ତ ବୈଶ୍ୱିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମାଦାଗାସକର୍‍ ଦୂତାବାସର ଚାର୍ଜ ଡି ଆଫେୟାର୍ସ ତାହିନା ରାସାମୋଏଲିନା ମତ ପ୍ରକାଶ କରିଥିଲେ।

ସମ୍ମିଳନୀର ବିଷୟବସ୍ତୁ ଉପରେ ମୂଳ ଭାଷଣ ପ୍ରଦାନକରି ବିଶିଷ୍ଟ ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ କହିଲେ, ମହିଳାମାନେ ଯାହା ହାସଲ କରିବାକୁ ସକ୍ଷମ ସେସବୁ ହାସଲ କରିବାକୁ ପଡିବ। ଯେଉଁ ମହିଳାମାନେ ମୁଁ ପାରିବି ନାହିଁ କହି ରହିଯାଉଛନ୍ତି ସେମାନଙ୍କୁ୍‍ ପରିବର୍ତ୍ତନ କରିବାର ଦାୟିତ୍ୱ ହେଉଛି ସଫଳ ମହିଳାଙ୍କର। ଜୀବନକୁ ଆଗକୁ ନେବାକୁ ହେଲେ ଉଭୟ ପୁରୁଷ ଓ ମହିଳାମାନେ ସମାନ ଭାବେ ଦାୟିତ୍ୱ ତୁଲାଇବା ଉଚିତ୍‍ ବୋଲି ଶ୍ରୀମତୀ ଦାସ କହିଥିଲେ।

ସମ୍ମିଳନୀରେ ଯେଉଁସବୁ ସର୍ଜନାତ୍ମକ ନିଷ୍କର୍ଷ ବାହାରିବ, ସେ ସବୁକୁ ସମ୍ମିଳନୀରେ ଯୋଗ ଦେଇଥିବା ମହିଳାମାନେ ନିଜ ଅଞ୍ଚଳରେ କାର୍ଯ୍ୟକ୍ଷେତ୍ରରେ ଲଗାଇବେ ବୋଲି ଭର୍ଚୁଆଲ୍‍ରେ ଯୋଗଦେଇ ବିଶିଷ୍ଟ ଅଭିନେତା ତଥା ସମାଜସେବୀ ରାହୁଲ ବୋଷ ଆଶା ବ୍ୟକ୍ତ କରିଥିଲେ।

କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସମାନ୍ତ ମହିଳାଙ୍କ ଶାନ୍ତ ସ୍ୱାଭାବ ଧୈର୍ଯ୍ୟ ଏବଂ ସହନଶୀଳତା ବିଷୟରେ ବକ୍ତବ୍ୟ ରଖି ମହିଳାମାନେ ନିଜ ଦାୟିତ୍ୱ ଏବଂ ଯତ୍ନ ନେବାରେ ସକ୍ଷମ ଅଟନ୍ତି ବୋଲି କହିଥିଲେ। ସମସ୍ତ ଜ୍ଞାନର କେନ୍ଦ୍ର ହେଉଛନ୍ତି ମହିଳା। ତେଣୁ ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ମହିଳାମାନେ ବିନମ୍ରତାର ସହ ସେମାନଙ୍କ ଶକ୍ତିର ସୁବିନିଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡିଶା ମୁଖ୍ୟ ହିମାଂଶୁ ବଳ, ୟୁଏନ୍‌ଡ଼ିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ପ୍ରମୁଖ ମହିଳା ଅନ୍ତର୍ଭୁକ୍ତିକରଣ ଓ ସମାନ ଭାଗିଦାରୀ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀରେ ଭାରତ ସମେତ ବାଂଲାଦେଶ, ଭୁଟାନ୍‍, ଶ୍ରୀଲଙ୍କା ଆଦି ଦେଶରୁ ୭୦ରୁ ଊର୍ଦ୍ଧ୍ୱ ମହିଳା ପ୍ରତିନିଧି ଯୋଗ ଦେଇଛନ୍ତି।

Previous Post

ରକ୍ତ କର୍କଟରୁ ସୁସ୍ଥ ହେଉଛନ୍ତି ୮୦% ଶିଶୁ

Next Post

ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଝୋଟି ପ୍ରତିଯୋଗିତା

Next Post
ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଝୋଟି ପ୍ରତିଯୋଗିତା

ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଝୋଟି ପ୍ରତିଯୋଗିତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA