ଭୁବନେଶ୍ୱର: ନବ ବିବାହିତ ଦମ୍ପତ୍ତିଙ୍କ ପାଇଁ କେନ୍ଦ୍ର ସରକାର ଏକ ଉପହାର ଯୋଜନା ପ୍ରଚଳନ କରିବାକୁ ଯାଉଛନ୍ତି । ପରିବାର ନିୟୋଜନ ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଗିଫ୍ଟ କିଟ୍ ଦିଆଯିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହି ଯୋଜନା ସେପ୍ଟେମ୍ବରରୁ ଆରମ୍ଭ ହେବ । ଗିଫ୍ଟ କିଟ୍ କୁ ନ୍ୟାସନାଲ୍ ରୁରାଲ୍ ହେଲଥ ମିଶନ ଜରିଆରେ ନବ ଦମ୍ପତ୍ତିଙ୍କ ପାଖକୁ ପଠାଯିବ ।
ଗିଫ୍ଟ କିଟ୍ ରେ କଣ୍ଡୋମ୍, ଓରାଲ୍ କଣ୍ଟ୍ରାସେପଟିକ୍ ପିଲ୍, ପ୍ରେଗନାନ୍ସି ଟେଷ୍ଟିଂ କିଟ୍ ଏବଂ ପରିବାର ନିୟୋଜନ ସୂଚନା ପୁସ୍ତକ ରହିବ । ତା’ ସାଙ୍ଗକୁ ରହିବ ବିବାହ ପଞ୍ଜିକରଣ ଫର୍ମ, ଟାୱାଲ୍, ନେଲ୍ କଟର, ଆଇନା, ପାନିଆ ।
ପରିବାର ନିୟୋଜନ ଯୋଜନାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।