Saturday, April 25, 2026 12:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାଯଜ୍ଞ

୨୪ ରେ ଶିଳାନ୍ୟାସ ଉତ୍ସବ

by Our Correspondent
22 Nov, 2021- 08:35 PM
in Latest News, News
1 min read
0
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାଯଜ୍ଞ

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନିଦିନିଆ ଭୂମି ପୂଜନ ପର୍ବ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଛି ମହାଯଜ୍ଞ । ବ୍ରାହ୍ମଣଙ୍କ ବେଦପାଠ ଏବଂ ମନ୍ତ୍ରଧ୍ୱନିରେ କମ୍ପୁଛି ଶ୍ରୀମନ୍ଦିର ଚାରିପାଖ । ଆସନ୍ତା ୨୪ ତାରିଖ ପୂର୍ବାହ୍ନରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବେ ।

ଉତ୍ତରପାଶ୍ୱର୍ ମଠ ସମ୍ମୁଖ ଦୋଳବେଦି କୋଣରେ ଯଜ୍ଞମଣ୍ଡପ ତିଆରି ହୋଇଛି । ଯଜ୍ଞ ମଣ୍ଡପର ଠିକ୍ ସମ୍ମୁଖରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରୁଛନ୍ତି । ପ୍ରକଳ୍ପ ପୂଜା ପାଇଁ ଗତକାଲି ଶ୍ରୀନଅରରେ ଗଜପତି ମହାରାଜଙ୍କ ଦ୍ୱାରା ଗୁଆଟେକା ବିଧି ସମ୍ପନ୍ନ ହୋଇଥିଲା । ଆଜି ସକାଳେ ପଞ୍ଚକର୍ମ ଓ ସୂର୍ଯ୍ୟପୂଜା ସରିଲା ପରେ ସାଢ଼େ ଦୁଇଟାରେ ମହାଯଜ୍ଞ ଆରମ୍ଭ ହୋଇଥିଲା ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସେଠାରେ ପହଞ୍ଚି ଯଜ୍ଞ କାର୍ଯ୍ୟର ତଦାରଖ କରିବା ସହ ଶିଳାନ୍ୟାସ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଉଭୟ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସେମାନେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ଯଜ୍ଞ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନରେ କୌଣସି ଅସୁବିଧା କିମ୍ବା କଟକଣା ରଖାଯାଇନାହିଁ । କେବଳ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ ଉତ୍ସବ ବେଳେ ଦୁଇ ଘଣ୍ଟା ପାଇଁ ଉତ୍ତର ଦ୍ୱାରରେ ଭକ୍ତଙ୍କ ପ୍ରସ୍ଥାନ ବନ୍ଦ ହୋଇ ସିଂହଦ୍ୱାର ବାଟେ ପ୍ରବେଶ/ ପ୍ରସ୍ଥାନ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କର ଏକ ବହୁ ପ୍ରତୀକ୍ଷିତ ଯୋଜନା । ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା ଏବଂ ଭକ୍ତମାନଙ୍କ ଲାଗି ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଏହି ଯୋଜନାର ମୂଳ ଲକ୍ଷ୍ୟ । ଗତ ଫେବୃଆରୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏଥିପାଇଁ ସଂକଳ୍ପ ଆଣିଥିଲେ । ଯାହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ବିଧାନସଭାରେ ସଂକଳ୍ପ ପାରିତ ହେଲା ପରେ ପୁରୀରେ ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

ଏହି ଯୋଜନା ଆଜି ସାକାର ହେବାକୁ ଯାଉଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଦ୍ୱିଗୁଣିତ ହୋଇଛି । ମାଷ୍ଟରପ୍ଲାନ୍ ଅନୁଯାୟୀ, ଐତିହ୍ୟ କରିଡ଼ରରେ ଆସୁଥିବା ସବୁ ମଠଗୁଡ଼ିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃନିର୍ମାଣ ହେବ । ପ୍ରଥମେ ଲଙ୍ଗୁଳି ମଠ, ବଡ଼ଛତା ମଠ ଓ ଛାଉଣୀ ମଠର ସୌନ୍ଦର୍ଯ୍ୟକରଣ ହେବ । ମଠଗୁଡ଼ିକର ଗାଦିଗୃହ, ମନ୍ଦିର ଓ ଧ୍ୟାନଗୃହ ନୂଆ ରୂପ ପାଇବ ।

ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଟେଣ୍ଡର ଟାଟା କମ୍ପାନୀ ନେଇଛି । ଟେଣ୍ଡର ମୂଲ୍ୟ ରହିଛି ୩୩୧ କୋଟି ୨୮ ଲକ୍ଷ ଟଙ୍କା ।

Previous Post

ଫୁଲବାଣୀରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Next Post

ରାମେଶ୍ୱରମ୍ ରେ ଫସିଥିବା ୧୬ ଓଡ଼ିଆ ଉଦ୍ଧାର

Next Post
ରାମେଶ୍ୱରମ୍ ରେ ଫସିଥିବା ୧୬ ଓଡ଼ିଆ ଉଦ୍ଧାର

ରାମେଶ୍ୱରମ୍ ରେ ଫସିଥିବା ୧୬ ଓଡ଼ିଆ ଉଦ୍ଧାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA