Saturday, April 25, 2026 11:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାମେଶ୍ୱରମ୍ ରେ ଫସିଥିବା ୧୬ ଓଡ଼ିଆ ଉଦ୍ଧାର

ଦେବଦୂତ ସାଜିଲା 'ଓଡ଼ିଶା-ମୋ ପରିବାର'

by Our Correspondent
22 Nov, 2021- 08:52 PM
in Latest News, News
1 min read
0
ରାମେଶ୍ୱରମ୍ ରେ ଫସିଥିବା ୧୬ ଓଡ଼ିଆ ଉଦ୍ଧାର

ଭୁବନେଶ୍ୱର: ଓଡ଼ିଶା ବାହାରେ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆଙ୍କ ପାଇଁ ସଦାସର୍ବଦା ସହଯୋଗର ହାତ ବଢ଼ାଉଥିବା ‘ଓଡ଼ିଶା-ମୋ ପରିବାର’ ର ଆଉ ଏକ ମହନୀୟ କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ୱରମ୍ ଷ୍ଟେସନ୍ ରେ ଫସି ଯାଇଥିବା ୧୬ ଓଡ଼ିଆ ଯାତ୍ରୀଙ୍କୁ ଓଡ଼ିଶା- ମୋ ପରିବାର ଉଦ୍ଧାର କରି ବିମାନରେ ଭୁବନେଶ୍ୱର ଏବଂ ଏଠାରୁ ନିଜ ଘରକୁ ଫେରାଇ ଆଣିବାର ବନ୍ଦୋବସ୍ତ କରିଛି । ଆଜି ଅପରାହ୍ନରେ ଇଣ୍ଡିଗୋ ବିମାନ ଯୋଗେ ୮ ଜଣ ଫେରିଥିବା ବେଳେ ଆସନ୍ତାକାଲି ଅନ୍ୟ ୮ ଜଣ ଫେରିବେ । ଉଦ୍ଧାର ହୋଇଥିବା ଏହି ଓଡ଼ିଆ ଯାତ୍ରୀଙ୍କ ମଧ୍ୟରେ ଅର୍ଦ୍ଧାଧିକ ବୟସ୍କ ବ୍ୟକ୍ତିଙ୍କ ସହ ମହିଳା ଓ ଶିଶୁ ଅଛନ୍ତି ।

ଘଟଣାରୁ ପ୍ରକାଶ ଯେ କିଛି ଓଡ଼ିଆ ତୀର୍ଥ ଯାତ୍ରୀ ଦଳ ତାମିଲନାଡୁର ପ୍ରସିଦ୍ଧ ରାମେଶ୍ୱରମ୍ ଭ୍ରମଣରେ ଯାଇଥିଲେ । ତୀର୍ଥ ସାରି ସେଠାରୁ ଗତ ଶନିବାର ଦିନ ଟ୍ରେନ୍ ଯୋଗେ ଓଡ଼ିଶା ଫେରିବାର ଥିଲା । ମାତ୍ର ଆନ୍ଧ୍ର ପ୍ରଦେଶରେ ପ୍ରବଳ ବନ୍ୟା ଯୋଗୁଁ ଅଚାନକ ସବୁ ଟ୍ରେନ୍ ବାତିଲ ହୋଇଯାଇଥିଲା । ତାମିଲନାଡୁ ଏବଂ ଆଖପାଖରୁ ଆଉ କୌଣସି ଟ୍ରେନ୍ ନ ଥିଲା । ଫଳରେ ରାମେଶ୍ୱରମ୍ ଷ୍ଟେସନ୍ ରେ ଓଡ଼ିଆ ତୀର୍ଥଯାତ୍ରୀମାନେ ଫସି ରହିଥିଲେ । କିଛି ଯାତ୍ରୀ ଅନ୍ୟତ୍ର ନିଜର ରହିବା ଯୋଗାଡ଼ କରିଥିଲା ବେଳେ ୧୬ ଜଣ ଯାତ୍ରୀ କିନ୍ତୁ କୁଆଡ଼େ ଯାଇ ନ ପାରି ଅସହାୟ ଅବସ୍ଥାରେ ଅଟକି ରହିଥିଲେ । ସେମାନଙ୍କ ପାଖରେ ନା ଥିଲା ରହିବାର ସୁବିଧା ନା ଖାଇବାର ସୁବିଧା । ଅତ୍ୟନ୍ତ ଦହନୀୟ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ । ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ଥିଲେ ବୟସ୍କା ମହିଳା ଓ ଶିଶୁ । ଅଧିକାଂଶଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣାପଡ଼ିଛି ।

ଫସି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ନିହାରିକା ଦାଶ ନାମକ ଜଣେ ଯୁବତୀ ଏହି ଦୁର୍ଦ୍ଦଶା ସମ୍ପର୍କରେ ଗତ ନଭେମ୍ବର ୨୦ ତାରିଖ ସଂଧ୍ୟାରେ ଓଡ଼ିଶା- ମୋ ପରିବାର ଆବାହକଙ୍କୁ ପ୍ରଥମେ ଖବର ଦେଇଥିଲେ । ଆବାହକ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିନେଇ ତତ୍ପରତା ପ୍ରକାଶ କରିଥିଲେ । ଓଡ଼ିଶା-ମୋ ପରିବାର ଆବାହକଙ୍କ ନିଦେ୍ର୍ଦଶରେ ସଂଗଠନର ଚେନ୍ନାଇ ପ୍ରତିନିଧି(ସଦସ୍ୟ) କ୍ଷୀରୋଦ ଜେନା ଏବଂ ସଦସ୍ୟ ପଞ୍ଚାନନ ଜେନା ଅସହାୟମାନଙ୍କ ପାଖରେ ତୁରନ୍ତ ପହଞ୍ଚି ସେମାନଙ୍କର ରହଣୀ ଓ ଖାଇବାର ସୁବନ୍ଦୋବସ୍ତ କରିଥିଲେ ।

ସେମାନଙ୍କ ଓଡ଼ିଶା ଫେରନ୍ତା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଏସବୁର ସଂଯୋଜନା କରିଥିଲେ ।

ଆଜି ଅପରାହ୍ନରେ ୮ ଜଣ ଭୁବନେଶ୍ୱରରେ ପହଞ୍ଚଥିଲେ । ସେମାନଙ୍କୁ ପାଛୋଟି ଆଣିବା ପାଇଁ ବିମାନବନ୍ଦରରେ ଓଡ଼ିଶା-ମୋ ପରିବାର ଇନଚାର୍ଜ ବିଧାୟକ ବିକ୍ରମ ପଣ୍ଡା, ଓଡ଼ିଶା-ମୋ ପରିବାର ସଦସ୍ୟ ବିଧାୟକ ସୁଶାନ୍ତ ରାଉତ, ଯୁଗ୍ମ ସମ୍ପାଦକ ସମୀର ପ୍ରଧାନ, ବିଜୁ ଯୁବ ଜନତା ଦଳର ସମ୍ପାଦକ ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତାକାଲି ସକାଳେ ବିମାନ ଯୋଗେ ଅନ୍ୟ ୮ ଜଣ ଫେରିବେ । ଫେରିବାକୁ ଥିବା ଜଣେ ଯୁବକଙ୍କ ସମେତ ୮ ମହିଳା ଚେନ୍ନାଇ ଉପକଣ୍ଠ କାନାତୁର ରେଡିକୁପମ୍ ଠାରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେଇଛନ୍ତି । ସେମାନଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ଯାବତୀୟ ଭଲମନ୍ଦ ବୁଝୁଛନ୍ତି ଓଡ଼ିଶା-ମୋ ପରିବାର ପ୍ରତିନିଧି ।

Previous Post

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାଯଜ୍ଞ

Next Post

ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ରାୟଗଡ଼ା

Next Post
ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ରାୟଗଡ଼ା

ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ରାୟଗଡ଼ା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA