Saturday, June 27, 2026 08:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

by Our Correspondent
17 Nov, 2023- 06:53 PM
in Latest News, News
1 min read
0
ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର: ଅଣ ଆଦିବାସୀଙ୍କୁ ଆଦିବାସୀଙ୍କ ଜମି ବିକ୍ରୀ ସକାଶେ ରେଗୁଲେସନ-୨, ୧୯୫୬ ଆଇନର ସଂଶୋଧନ ପ୍ରସ୍ତାବକୁ ଦୁଇ ଦିନ ତଳେ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଥିଲା । ଏଥିରେ ଅଣ ଆଦିବାସୀଙ୍କୁ ଆଦିବାସୀମାନେ ଜମି ବିକ୍ରୀ ବା ସମ୍ପତ୍ତି ହସ୍ତାନ୍ତର କରିପାରିବାର ଅନୁମତି ଥିଲା । ତେବେ ଉକ୍ତ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି । ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ(ଟୁଇଟର) ଯୋଗେ ଏହି ନିଷ୍ପତ୍ତି ଜଣାଇଛନ୍ତି ।

ଶ୍ରୀ ମାର୍ଣ୍ଡି କହିଛନ୍ତି- ଗତ ୧୪ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିବା ଆଦିବାସୀଙ୍କ ଜମି ହସ୍ତାନ୍ତର ସଂକ୍ରାନ୍ତୀୟ ରେଗୁଲେସନ୍-୨, ୧୯୫୬ ଆଇନର ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି ।

ସୂଚନାଥାଉକି, ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହେଉଛି । ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ଫଳରେ ଜଣେ ଅନୁସୂଚିତ ଜନଜାତି(ଆଦିବାସୀ) ବର୍ଗର ବ୍ୟକ୍ତି ନିଜର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିଙ୍କୁ ହିଁ ହସ୍ତାନ୍ତର କରିପାରିବେ । ଏହି ବର୍ଗର ବ୍ୟକ୍ତି କେବଳ କୃଷି ଉଦ୍ଦେଶ୍ୟରେ ନିଜର ଜମିକୁ କୌଣସି ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବେ ।

ତେବେ ଆଇନରେ ଏହି ବ୍ୟବସ୍ଥା ଦ୍ୱାରା ଆଦିବାସୀ ବର୍ଗର ଶିକ୍ଷିତ ଯୁବକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟ ସରକାର ହୃଦୟଙ୍ଗମ କରିଥିଲେ । ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା । ଯାହାଫଳରେ ଜଣେ ଆଦିବାସୀ ବର୍ଗର ବ୍ୟକ୍ତି ଜଣେ ଅଣ ଆଦିବାସୀ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନ ହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି କୁହାଯାଇଥିଲା ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା । ଆଦିବାସୀଙ୍କ ଭାବାବେଗକୁ ପୁଞ୍ଜି କରି ଏହି ପ୍ରସଙ୍ଗରୁ ରାଜନୈତିକ ଫାଇଦା ହାସଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକିଦେବାର ଏହା ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ନବରଙ୍ଗପୁର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ।

ସେ କହିଥିଲେ, ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର ପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି । ବିଧାନସଭାରେ ମଧ୍ୟ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି । ଏହି ପ୍ରସଙ୍ଗରେ ଟ୍ରାଇବାଲ୍ ଆଡଭାଇଜରି କମିଟି ବୈଠକରେ ଆଲୋଚନା ହେବା କଥା ଯାହା କୁହାଯାଉଛି ସେଥିରେ ସତ୍ୟତା ନାହିଁ । ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ବିଜେପି ରାଜ୍ୟର ସମସ୍ତ ଆଦିବାସୀ ସମାଜକୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଧମକ ଦିଆଯାଇଥିଲା ।

Previous Post

୩,୫୪୯ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର

Next Post

ସିଏମଓରେ ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର

Next Post
ସିଏମଓରେ ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର

ସିଏମଓରେ ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA