ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ନୂଆ ନିଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ତାଙ୍କ ଅନୁରୋଧକ୍ରମେ ଆଜିଠାରୁ ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ ଆଇଏଏସ୍ ଆର. ବାଲକ୍ରିଷ୍ଣନ୍ ଙ୍କୁ ସେହି ପଦବୀରୁ ଅବ୍ୟାହତି ଦିଆଯାଇଛି । ସେ ମୁଖ୍ୟ ପରାମର୍ଶଦାତା(ସ୍ପେଶାଲ୍ ଇନିସିଏଟିଭ୍) ଭାବେ ପୂର୍ବଭଳି କାର୍ଯ୍ୟ କରିବେ । ଏହି ପଦବୀ ମୁଖ୍ୟ ଶାସନ ସଚିବ ପାହ୍ୟାର ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀଙ୍କ ଅନୁରୋଧକ୍ରମେ ତାଙ୍କୁ ସେହି ପଦରୁ ଅବ୍ୟାହତି ଦିଆଯାଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି ।







