Thursday, July 30, 2026 02:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ୟା ପରିସ୍ଥିତି ମୁକାବିଲାରେ ସରକାର 
ସମ୍ପୂର୍ଣ୍ଣ ବିଫଳ: ବିଜେଡି

by Our Correspondent
29 Jul, 2026- 11:21 PM
in Latest News, News
1 min read
0
ବନ୍ୟା ପରିସ୍ଥିତି ମୁକାବିଲାରେ ସରକାର 
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ବନ୍ୟା ଜଳରେ ଭାସିଯାଇ ୪ ଜଣଙ୍କ ମୃତୁ୍ୟ ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ସଞ୍ଜୀବ ମଲ୍ଲିକ ବନ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତାକୁ ବଖାଣିଥିଲେ ।

ଶ୍ରୀ ରାୟ କହିଥିଲେ ଯେ, ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ଅବସ୍ଥା ବେହାଲ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସାମାନ୍ୟ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି । ପାଣିପାଗ ବିଭାଗର ପୂର୍ବ ସୂଚନା ଥିଲେ ମଧ୍ୟ, ସରକାରଙ୍କ କୌଣସି ପ୍ରସ୍ତୁତି ନଥିଲା, ଯେଉଁଥି ପାଇଁ ୪ଟି ମୂଲ୍ୟବାନ ଜୀବନ ଯାଇଛି । ବନ୍ୟା ମୁକାବିଲା କରିବାରେ ବିଫଳ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ବ୍ୟୋମକେଶ ରାୟ କହିଥିଲେ । ନବୀନ ସରକାରଙ୍କ ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା । ନବୀନଙ୍କ ସମୟରେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତି ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଉଥିବା ବେଳେ, ଏବେ ପ୍ରତ୍ୟେକ ଘଟଣାରେ ଜୀବନହାନୀ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । କଟକ ବଡ଼ ମେଡ଼ିକାଲରେ ସରକାରଙ୍କ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୩ଟି ମୂଲ୍ୟବାନ ଜୀବନ ଯାଇଥିଲା । ସେହିପରି ରଥଯାତ୍ରାରେ ସରକାରଙ୍କ ଅବହେଳା ପାଇଁ ଚଳିତ ବର୍ଷ ୪ ଜଣଙ୍କ ମୃତୁ୍ୟ ହୋଇଛି । ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ପ୍ରତିବର୍ଷ ରଥଯାତ୍ରାରେ ମୂଲ୍ୟବାନ ଜୀବନ ଯାଉଛି ।

ଶ୍ରୀ ଦାସ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା କଥା ଉଠିଲେ, ସମଗ୍ର ଦେଶ ଓ ବିଶ୍ୱ ଓଡିଶା ଆଡ଼କୁ ଅନାଏ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଜିରୋ କାଜୁଆଲିଟି ନୀତି ସାରା ବିଶ୍ୱ ପାଇଁ ଉଦାହରଣ ହୋଇପାରିଥିଲା । ଜିରୋ କାଜୁଆଲିଟି ନୀତି ପରେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି, ଯାହା ଫଳରେ ସାଧାରଣ ଲୋକଙ୍କ ମୃତୁ୍ୟ ଏକ ସାଧାରଣ ଘଟଣା ହୋଇଯାଇଛି । ବନ୍ୟା ନିୟନ୍ତ୍ରଣ କରିବା ଦୂରରେ ଥାଉ, ବର୍ଷା ଜଳକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି ।

ଶ୍ରୀ ମଲ୍ଲିକ କହିଥିଲେ ଯେ, ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇସାରିଥିବା ବେଳେ, ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ବର୍ଷା ଲାଗି ରହିଥିବାରୁ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟ ବନ୍ୟା ଆଶଙ୍କାର ସମ୍ମୁଖୀନ ହୋଇଛନ୍ତି । ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ସତର୍କ କରି କହିଛି ଯେ, ପରିସ୍ଥିତିରେ ସୁଧାର ନଆସିଲେ, ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

Previous Post

ଭୟଭୀତ ହୁଅନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA