ଭୁବନେଶ୍ୱର: ଚଳିତବର୍ଷଠାରୁ ବିଦ୍ୟାଳୟସ୍ତରରେ ଜାତୀୟ ଶିକ୍ଷାନୀତି(ଏନଇପି-୨୦୨୦) ଲାଗୁ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କରିକୁଲମ ଫ୍ରେମୱର୍କ(ଏସସିଏଫ) ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ଏକ ଷ୍ଟିୟରିଂ କମିଟି ଗଠନ କରିଛନ୍ତି । ଭୋପାଳ ଆରଆଇଇର ଅବସରପ୍ରାପ୍ତ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । କମିଟିରେ ୧୫ ଜଣ ସଦସ୍ୟ ଅଛନ୍ତି ।
ସଦସ୍ୟମାନେ ହେଲେ
୧.ପ୍ରଫେସର ହୃଷିକେଶ ସେନାପତି, ପୂର୍ବତନ ନିର୍ଦ୍ଦେଶକ, ଏନସିଇଆରଟି
୨.ଡ. ଗୋପାଳ ପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର
୩.ପ୍ରଫେସର ଉଦୟନାଥ ଦାଶ(ଅବସରପ୍ରାପ୍ତ) ମନୋବିଜ୍ଞାନ, ଉତ୍କଳ ବିଶ୍ୱବିଦ୍ୟାଳୟ
୪.ଡ. କିଶୋର ଚନ୍ଦ୍ର ମହାନ୍ତି (ଅବସରପ୍ରାପ୍ତ), ଶିକ୍ଷାବିତ୍
୫.ପ୍ରଫେସର ସୁଦର୍ଶନ ମିଶ୍ର, ରେଭେନସା ବିଶ୍ୱବିଦ୍ୟାଳୟ
୬.ପ୍ରଫେସର ରଞ୍ଜନା ଆରୋରା, ଏନଆଇଇ, ଏନସିଇଆରଟି
୭.ପ୍ରଫେସର ସୁନୀତି ସନୱାଲ୍, ଏନଆଇଇ, ଏନସିଇଆରଟି
୮.ପ୍ରଫେସର ପି.ସି.ଅଗ୍ରୱାଲ୍, ଅଧ୍ୟକ୍ଷ, ଆରଆଇଇ, ଭୁବନେଶ୍ୱର
୯.ଡ. ବିନୟ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା, ଏନସିଇଆରଟି
୧୦.ଡ. ମହେନ୍ଦ୍ର କୁମାର ମିଶ୍ର, ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ୍
୧୧.ପ୍ରଫେସର ଗାୟତ୍ରୀ ମହାନ୍ତି, ଅଧ୍ୟକ୍ଷ, ଏନଡିଡବ୍ଲୁ ସିଟିଇ, ଭୁବନେଶ୍ୱର
୧୨.ସରୋଜ କୁମାର ପଟ୍ଟନାୟକ, ନିଉ ଲାଇଫ୍ ଏଜୁକେଶନ ଟ୍ରଷ୍ଟ
୧୩.ଡ. ଶ୍ରୁତି ମହାପାତ୍ର, ସିଇଓ, ସ୍ୱାଭିମାନ
୧୪.ମିସ୍ ମୋନାଲ ଜୟରାମ, ବରିଷ୍ଠ କୋର୍ ଟିମ୍ ସଦସ୍ୟ, ପିରାମଲ୍ ଫାଉଣ୍ଡେସନ୍
୧୫.ଶ୍ରୀମତୀ ଗାୟତ୍ରୀ ବାହିନୀପତି, ସିଡିପିଓ, ବୋରିଗୁମା
ରାଜ୍ୟ ସରକାରଙ୍କ ଏସ ଆଣ୍ଡ ଏମଇ ବିଭାଗର ଅତିରିକ୍ତ ସଚିବଙ୍କୁ ମେମ୍ବର କନଭେନର୍ ରଖାଯାଇଛି ।