ଭୁବନେଶ୍ୱର: ଓଡ଼ିଶାର ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତ ମାସରୁ ମିଳିବ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ବିଜେତା ମାସକୁ ୩୦ ହଜାର ଟଙ୍କା ଲେଖାଏଁ ପାଇବେ ।
ସୂଚନାଥାଉକି, ଗତ ୨୦୨୪ ନଭେମ୍ବର ୯ ତାରିଖରେ ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟତା ରାଶି ଭାବେ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ ।







