Sunday, May 10, 2026 08:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆପଣଙ୍କ ଝିଅ କି ଭଉଣୀ ହୋଇଥିଲେ?

ଜାଗୀ ଏବଂ ବୈଜୟନ୍ତଙ୍କୁ ଏମପି ଚନ୍ଦ୍ରାଣୀ ମୁର୍ମୁଙ୍କ ପ୍ରଶ୍ନ

by Our Correspondent
16 Oct, 2020- 11:45 PM
in Latest News, News
1 min read
2
ଆପଣଙ୍କ ଝିଅ କି ଭଉଣୀ ହୋଇଥିଲେ?

ଭୁୁବନେଶ୍ୱର: ନିଜର ଏକ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ସେ କହିଛନ୍ତି, ଓଟିଭି ସାମ୍ବାଦିକଙ୍କ ଦ୍ୱାରା ମୁଁ ମାନସିକ ନିର୍ଯ୍ୟାତନାର ଶିକାର ହୋଇଛି । ମିଛ ଭିଡ଼ିଓ ଭାଇରାଲ୍ କରିଥିବା ନିଜ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ଓଟିଭି ମାଲିକ ଜାଗୀ ପଣ୍ଡା ଏବଂ ବୈଜୟନ୍ତ ‘ଜୟ’ ପଣ୍ଡା ମାମଲାକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରୁଛନ୍ତି ।

ଆପଣଙ୍କ ଝିଅ କିମ୍ବା ଭଉଣୀ ହୋଇଥିଲେ ଏଭଳି କରିଥାଆନ୍ତେ କି ବୋଲି ସେ ଜାଗୀ ଓ ବୈଜୟନ୍ତଙ୍କୁ ଚନ୍ଦ୍ରାଣୀ ପ୍ରଶ୍ନ କରିବା ସହ ଜାଗୀଙ୍କ ବିବେକ କୁଆଡ଼େ ଗଲା ବୋଲି ପଚାରିଛନ୍ତି । ଓଟିଭିର ମିଛ ଓ ଅସତ୍ୟ ଖବର ଉପରେ ବିଶ୍ୱାସ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହ ତାଙ୍କୁ ନ୍ୟାୟ ନ ମିଳିବା ଗଣତନ୍ତ୍ରର ଏକ ଦୁଃଖଦ ଦିନ ବୋଲି ଚନ୍ଦ୍ରାଣୀ କହିଛନ୍ତି ।

ଚନ୍ଦ୍ରାଣୀ କହିଛନ୍ତି,

  • ମୁଁ ଜଣେ ଅବିବାହିତ ଆଦିବାସୀ ଯୁବତୀ ଏବଂ ଦେଶର ସର୍ବକନିଷ୍ଠ ସାଂସଦ । ମୋର ଏକ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ କରି ଓଟିଭି ରିପୋର୍ଟର ମୋତେ ବଦନାମ ଏବଂ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ।

  • ଓଟିଭି ରିପୋର୍ଟର ମୋତେ ବଦନାମ କରିବା ଉଦ୍ଦେଶ୍ୟରେ ମୋର ମିଛ ଅଶ୍ଲୀଳ ଭିଡ଼ିଓକୁ ଭାଇରାଲ୍ କରିଥିଲେ । ତଦନ୍ତ କାଳରେ ପୁଲିସ ଅନ୍ୟମାନଙ୍କ ସହ ଓଟିଭିର ଜଣେ ଜୁନିୟର ରିପୋର୍ଟରଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଓଟିଭି ରିପୋର୍ଟର ଏହି ଭିଡ଼ିଓ ଭାଇରାଲ୍ ପଛରେ ରମେଶ ରଥଙ୍କ ନାଁ ନେଇଥିଲେ । ମାତ୍ର ରମେଶ ରଥଙ୍କୁ ଗତକାଲି ପୁଲିସ ପଚରାଉଚୁରା କରିବାରୁ ଓଟିଭି ଏବଂ ମାଲିକ ଜାଗୀ ଏବଂ ଜୟ ପଣ୍ଡା ତାଙ୍କୁ ବଞ୍ଚାଇବାକୁ ଯାଇ ଏହା ଓଟିଭି ଏବଂ ସାମ୍ବାଦିକଙ୍କ ଉପରେ ସରକାରଙ୍କ ଆକ୍ରମଣ ବୋଲି ପ୍ରଚାର କରୁଛନ୍ତି ।

  • ମୁଁ ଜାଗୀ ଏବଂ ଜୟଙ୍କୁ ପଚାରିବାକୁ ଚାହେଁ, ଆପଣଙ୍କ ପରିବାରର ଯଦି କେହି ଝିଅ ଓ ଭଉଣୀଙ୍କର ଏଭଳି ମିଛ ଅଶ୍ଲୀଳ ଭିଡ଼ିଓ ପ୍ରସାର ହୋଇଥାଆନ୍ତା, ଆପଣ କ’ଣ ସେହି ଅସାଧୁ ସାମ୍ବାଦିକଙ୍କୁ ସୁରକ୍ଷା ଦେଇଥାଆନ୍ତେ ।

  • ଉଭୟ ଜାଗୀ ଏବଂ ଜୟଙ୍କର ଦିଲ୍ଲୀରେ ପ୍ରଭାବଶାଳୀ ବନ୍ଧୁମାନେ ଥିବାରୁ ସେହି ସମ୍ପର୍କ ବ୍ୟବହାର କରି ସାମ୍ବାଦିକ ରମେଶ ରଥଙ୍କୁ ପୁଲିସର ପ୍ରଶ୍ନ ପଚାରିବା ଘଟଣାକୁ ଗଣମାଧ୍ୟମ ଓ ସାମ୍ବାଦିକତା ଉପରେ ଆକ୍ରମଣ ବୋଲି ଜାତୀୟ ଗଣମାଧ୍ୟମରେ ଖବର କରିଛନ୍ତି । ମୁଁ ଏହି ଜାତୀୟ ଗଣମାଧ୍ୟମକୁ ପ୍ରଶ୍ନ ପଚାରିବାକୁ ଚାହେଁ, ଆପଣଙ୍କର ଝିଅ, ଭଉଣୀଙ୍କ ଉପରେ ଏଭଳି ହୋଇଥିଲେ ଆପଣ କ’ଣ ଅପରାଧୀ ସାମ୍ବାଦିକ ବୋଲି କ୍ଷମା କରିଦେଇଥାଆନ୍ତେ? ସାମ୍ବାଦିକ ଅପରାଧ କଲେ ପୁଲିସ କ’ଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ?

  • ଜଣେ ଆଦିବାସୀ ମହିଳା ଭାବେ ମୋ ସମ୍ମାନ ଓ ଇଜ୍ଜତକୁ ସାଧାରଣରେ ବଦନାମ କରାଯାଇଛି । ମୋତେ କେବେ ନ୍ୟାୟ ମିଳିବ? ମୋର ମିଛ ଅଶ୍ଲୀଳ ଭିଡ଼ିଓ ପ୍ରସାର କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଓଟିଭି ଏବଂ ମାଲିକ ଜାଗୀ ଏବଂ ଜୟ ଚେଷ୍ଟା ଚଳାଇଛନ୍ତି । ତେଣୁ ମୁଁ କେବେ ନ୍ୟାୟ ପାଇବି?

  • ଓଟିଭି ଚାନେଲ୍ ନିଜର ସମ୍ପର୍କକୁ ବ୍ୟବହାର କରି ଘଟଣାକୁ ଭିନ୍ନ ମୋଡ ଦେବା ଯୋଗୁଁ ଆଜି ଭାରତର ସର୍ବକନିଷ୍ଠ ସାଂସଦ ଯିଏ ଜଣେ ଆଦିବାସୀ ମହିଳା ଯଦି ନ୍ୟାୟ ପାଇବା ପାଇଁ କାନ୍ଦୁଛି, ତେବେ ଆଜି ଭାରତର ମହିଳାମାନଙ୍କ ଭାଗ୍ୟ କ’ଣ ହେବ ତାହା ଆପଣମାନେ ଅନୁମାନ କରନ୍ତୁ ।

  • ମୁଁ ଦାବି କରୁଛି ଜାଗୀ ଏବଂ ଜୟ ପଣ୍ଡା ତାଙ୍କର ସେହି ସାମ୍ବାଦିକଙ୍କୁ ସୁରକ୍ଷା ନ ଦେବା ବନ୍ଦ କରନ୍ତୁ । ଜାତୀୟ ଗଣମାଧ୍ୟମ ମଧ୍ୟ ପଣ୍ଡା ଏବଂ ଓଟିଭି ପ୍ରାୟୋଜିତ ମିଛ ଖବର ପ୍ରସାରଣ କରିବା ବନ୍ଦ କରନ୍ତୁ ।

  • ଓଟିଭି ଏବଂ ମାଲିକ ପଣ୍ଡାଙ୍କ ପାଇଁ ଯଦି ମୋତେ ନ୍ୟାୟ ନ ମିଳେ, ତେବେ ଭାରତୀୟ ଗଣତନ୍ତ୍ର ପାଇଁ ଏହା ସବୁଠାରୁ ଦୁଃଖଦ ଦିନ ହେବ ଏବଂ ଭାରତୀୟ ମହିଳାମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ।

  • ଶ୍ରୀମତୀ ଜାଗୀ ପଣ୍ଡା, ଓଟିଭି ଏମଡି ମଧ୍ୟ ଜଣେ ମହିଳା । ତାଙ୍କର ବିବେକ କୁଆଡେ ଗଲା?

Previous Post

ଜାଗୀଙ୍କୁ ଇଓଡବ୍ଲୁରେ ହାଜର ନୋଟିସ୍

Next Post

MI beat KKR by 8 Wickets

Next Post
MI beat SRH by 34 Runs

MI beat KKR by 8 Wickets

Comments 2

  1. Chinmaya Sahu says:
    6 years ago

    Why didn’t she file an FIR alleging these allegations?

    Reply
  2. Bijay Kumar Acharya says:
    6 years ago

    ଗଣତାନ୍ତ୍ରିକ ବ୍ଯବସ୍ଥାରେ ଚତୁର୍ଥ ସ୍ତମ୍ବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ନିରପେକ୍ଷତା ଓ ସ୍ବଛତା ଅବଲମ୍ବନ କରିବା ନିତାନ୍ତ ଜରୁରୀ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA