Sunday, March 26, 2023 05:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନେତାଙ୍କ ବୟାନବାଜି…

ନିର୍ବାଚନ ମାହୋଲର ବାତ୍ସ୍ନା

by Our Correspondent
09 Mar, 2023- 11:56 PM
in Latest News, News, Politics
1 min read
0
ନେତାଙ୍କ ବୟାନବାଜି…

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କର ଏଥରର ହୋଲି ଖେଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଲା । ନିଶା ମହାରଣା ନାମକ ଜଣେ ଯୁବତୀଙ୍କ ହାତରେ ହାତ ମିଳାଇ ଖାଲି ନାଚ କଲେନି.. ବରଂ ତାଙ୍କ କଳାକୁ ଖୁବ୍ ପ୍ରଶଂସା କଲେ । ଏହାକୁ କୌଣସି ଭିନ୍ନ ଅର୍ଥରେ ଦେଖିବା ଉଚିତ୍ ନୁହେଁ । ବରଂ ତାରିଫ୍ କରାଯାଉଛି ଯେ ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କ ନାତୁଣୀ ବୟସର ଜଣେ ଯୁବତୀ ଫ୍ୟାନଙ୍କୁ ସେ ସମ୍ମାନ ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି । ତେଣିକି ସେହି ନିର୍ଦ୍ଦିଷ୍ଟ ଯୁବତୀଙ୍କ ପଛରେ ଯେତେ ଅପବାଦ ଥାଉନା କାହିଁକି… ।

ଏହାର ଦିନକ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ଏକ ବକ୍ତବ୍ୟ ଆସିଥିଲା । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କ’ଣ କାରଣ ହୋଇପାରେ ତାହାର ଏକ ଅନୁମାନ ଲଗାଇଥିଲେ । ଗୋପାଳ ଦାସ, ନବ ଦାସଙ୍କ ଉପରେ ବ୍ୟକ୍ତିଗତ ରାଗ ରଖି ମାରିଛନ୍ତି ଏବଂ ଏହି ବ୍ୟକ୍ତିଗତ ରାଗଟି କୁଆଡ଼େ ଗୋପାଳର ସମ୍ପର୍କୀୟକୁ ନେଇ । ହତ୍ୟାର କାରଣଟି ସେଇଠି ଲୁଚି ରହିଥିବା ନରସିଂହ ବାବୁ କୁଆଡ଼େ ବିଭିନ୍ନ ଲୋକଙ୍କଠାରୁ ଶୁଣିଥିଲେ ।

ନରସିଂହ ବାବୁ ଜଣେ ବରିଷ୍ଠ ରାଜନେତା ଏବଂ ସମ୍ମାନସ୍ପଦ ବ୍ୟକ୍ତି । ସବୁବେଳେ ତାଙ୍କ କଥାକୁ ଲୋକମାନେ ଗୁରୁତ୍ୱ ଦିଅନ୍ତି । କିନ୍ତୁ ତାଙ୍କ ଭଳି ଜଣେ ନେତାଙ୍କ ମୁହଁରୁ ଏକ ନିହାତି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଶୁଣାଶୁଣି ଆଧାରରେ ବୟାନ କେହି ଆଶା କରୁ ନ ଥିଲେ । ବିଜ୍ଞ ନରସିଂହ ବାବୁ ଏମିତି କହୁ କହୁ ଯେ କଥାଟି କହି ଦେଇଥିବେ.. ତାହା ଜମାରୁ ବିଶ୍ୱାସ ହେଉନି । ନିଶ୍ଚିତ ଭାବେ କିଛି ରହସ୍ୟ ଥାଇପାରେ.. ମାତ୍ର ସେହି ରହସ୍ୟଟି କ’ଣ?

ଅବଶ୍ୟ ନରସିଂହ ବାବୁ ନିଜର ଏହି ମନ୍ତବ୍ୟ ପାଇଁ ପରବର୍ତ୍ତୀ ସମୟରେ ଅନୁତାପ(!) କରିଛନ୍ତି । ତାହାପୁଣି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କ ପ୍ରତିକ୍ରିୟା ପରେ । ନରସିଂହ ବାବୁଙ୍କ ଭଳି ଜଣେ ବ୍ୟକ୍ତିଙ୍କ ମୁହଁରେ ତାଙ୍କ ବାପାଙ୍କ ଚରିତ୍ର ସଂହାରକୁ ସେ ଓ ତାଙ୍କ ପରିବାର ସହ୍ୟ କରିପାରିନାହାନ୍ତି । ଯେଉଁଥିପାଇଁ ନରସିଂହ ବାବୁ କଥା ଫେରାଇବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ନରସିଂହ ବାବୁ ଏମିତି କହିଲେ କାହିଁକି ଏବଂ ଟିଭିରେ ବସି ଭୁଲ୍ ମାଗିଲେ କାହିଁକି ତାହା ବଡ଼ ପ୍ରଶ୍ନ । ଏହାଦ୍ୱାରା ତାଙ୍କର ସମ୍ମାନ ବଢ଼ିଲା ନା କମିଲା ତାହା ଚର୍ଚ୍ଚାର ବିଷୟ ହୋଇଛି ।

ପାରାଦ୍ୱୀପଠାରେ ବିଜୁବାବୁଙ୍କ ଜୟନ୍ତୀ ପାଳନ ସଭାରେ ଆଉ ଜଣେ ବିଜ୍ଞ ବ୍ୟକ୍ତି ବିଜେଡିର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଛି । ବିଜେଡିକୁ କଟାକ୍ଷ କରି କହିଥିଲେ, ଅଜା ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା? ଏହି ଅଭ୍ୟାସ ବେଶୀ ଦିନ ତିଷ୍ଠିବ ନାହିଁ । ବିଜୁବାବୁଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଦଳ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି । ହେଲେ ଏ ମହୁ ଖାଇବାର ଯେଗ୍ୟତା ତୁମର ଅଛି ତ? ବୋଲି ସୌବାବୁ ପ୍ରଶ୍ନ କରିଥିଲେ ।

ସୌମ୍ୟ ବାବୁ କାହାରିକୁ ଏ ପ୍ରଶ୍ନ ପଚାରୁଛନ୍ତି? ତାଙ୍କର କେଉଁଭଳି ନୀତି ଆଦର୍ଶ ତାହା ଓଡ଼ିଶାର ଦାଣ୍ଡରେ ପଡ଼ି ହାଟରେ ଗଡୁଚି । ତାଙ୍କର ଇତିହାସକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ଖବରକାଗଜ ବ୍ୟବସାୟ ଆରମ୍ଭଠାରୁ ଆଜି ବିଧାୟକ ହେବା ପର୍ଯ୍ୟନ୍ତ ତାଙ୍କ ନିଜ ନିଶ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି । କାହା ନିଶରେ ସେ ବଳୀୟାନ୍ ତାହା କାହାରିକୁ ଅଛପା ନାହିଁ? ଶ୍ୱଶୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବାବୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିଶକୁ ଧରି ଏହି ସିଢ଼ି ଉଠିଛନ୍ତି ନା ନାହିଁ ନିଜକୁ ଆଗ ପ୍ରଶ୍ନ କରନ୍ତୁ ବୋଲି କୁହାଯାଉଛି । କ୍ଷମତା ମହୁ ଖାଇବାର ଯୋଗ୍ୟତା ତାଙ୍କର ଅଛି ନା ନାହିଁ ତାହା ନିଜକୁ ପଚାରିଲେ ତାଙ୍କର ସମ୍ମାନ ଆହୁରି ବଢ଼ନ୍ତା ।

ଆମର କେନ୍ଦ୍ରମନ୍ତ୍ରୀ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଏବେ ଆସିବା । ନିକଟରେ ତାଙ୍କର ଦୁଇଟି ମନ୍ତବ୍ୟ ଗଣମାଧ୍ୟମରେ ଆସିଛି । ପ୍ରଥମଟି ହେଉଛି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ଓ ପ୍ରତାରଣା କାହାଣୀ ଏବଂ ଦ୍ୱିତୀୟଟି ହେଉଛି ଓଡ଼ିଶାର ଜଣେ ମନ୍ତ୍ରୀଙ୍କ ପ୍ରେମ ଓ ପ୍ରତାରଣାର କାହାଣୀ । ବିଜୟ ଶଙ୍କରଙ୍କ କାହାଣୀ ସମସ୍ତେ ଜାଣନ୍ତି । ମାତ୍ର ମନ୍ତ୍ରୀଙ୍କ ତଥାକଥିତ ପ୍ରେମ ଓ ପ୍ରତାରଣାର କାହାଣୀର ତଥ୍ୟ ତାଙ୍କ ପାଖରେ ନାହିଁ କି କାହାରି ପାଖରେ ନାହିଁ । ନରସିଂହ ବାବୁଙ୍କର ନବ ବାବୁ-ଗୋପାଳ କାହାଣୀ ଭଳି ଧର୍ମେନ୍ଦ୍ର ବାବୁ ତାଙ୍କ ନେତାଙ୍କ କାନକୁହା କଥାରେ ଏହି ବୟାନ ଦେଇଛନ୍ତି ।

ଧର୍ମେନ୍ଦ୍ର ବାବୁ ଦେଶର ଶିକ୍ଷାମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ଜଣିଆ କୋର୍ ଟିମ୍ ର ଜଣେ ସଦସ୍ୟ । ଖୁବ୍ ପାୱାରଫୁଲ୍ । କିନ୍ତୁ ଏଠି କାନକୁହା କଥାରେ ନିଜକୁ ଶସ୍ତା କରିବା ଠିକ୍ ହେଉନାହିଁ । ବିଜେଡ଼ି ବିରୋଧରେ ୩ ବର୍ଷ ହେଲା କାହିଁକି ଚୁପ୍ ଥିଲେ ତାହା ଅବଶ୍ୟ ଭିନ୍ନ ପ୍ରସଙ୍ଗ.. ।

ଆଗାମୀ ନିର୍ବାଚନ ପାଇଁ ଏବେ ଏବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କୁଆଡ଼େ ଓଡ଼ିଶାରେ ବିଜେପିର ଫେସ୍ ହେବାକୁ ଯାଉଛନ୍ତି । ନବୀନଙ୍କ ସହ ତାଙ୍କର ଲଢ଼େଇ ହେବ । ଆଟାକ୍ ପାଇଁ ବଡ଼ ବଡ଼ ପ୍ରସଙ୍ଗ ଅଛି । ମାତ୍ର ଏଭଳି ଶସ୍ତା କାହାଣୀ କରି ନିଜେ ହୀନସ୍ତା ହେବା ଠିକ୍ ହେଉନି । କାହାରି ବ୍ୟକ୍ତିଗତ ପ୍ରେମ କାହାଣୀ ଉପରେ ତାଙ୍କ ଭଳି ବଡ଼ ନେତାଙ୍କ ମୁହଁରୁ ଶସ୍ତା ପ୍ରତିକ୍ରିୟା ବିଲକୁଲ୍ ଶୋଭା ପାଉନି । ଜୟନାରାୟଣ ମିଶ୍ର, ଗୋଲକ ମହାପାତ୍ର କି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ଆପଣ ସମକକ୍ଷ ହୋଇଯାଆନ୍ତୁ ନାହିଁ ବୋଲି ଶୁଭେଚ୍ଛୁମାନେ କହିଛନ୍ତି ।

ନିକଟରେ ଜାତୀୟ ମହିଳା କମିସନର ସଦସ୍ୟ ଭାବେ ମନୋନୀତ ହୋଇଥିବା ତାଙ୍କ ଦଳର ଜଣେ ନେତ୍ରୀ ଖୁସବୋ ସୁନ୍ଦର ତାଙ୍କ ବାପାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ରାଜନୈତିକ ଦୃଷ୍ଟିଭଙ୍ଗୀରେ ତାକୁ ନେଇ ଚର୍ଚ୍ଚା କରିବା ଆପଣଙ୍କୁ ଠିକ୍ ଲାଗିବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ବିଜେପିର ଏକଘରିକିଆ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ନବ ଦାସ ହତ୍ୟା ମାମଲା ଉପରେ ପୁଣି ବୟାନ ଦେଇଛନ୍ତି । ଏହି ଘଟଣାର ଷଡ଼ଯନ୍ତ୍ର ପଛରେ ଚିରାଚରିତ ଦୁଇ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି । ଗତଥର ସେ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ସଂପୃକ୍ତି କଥା ଉଠାଇଥିଲେ । ଅବଶ୍ୟ ତାଙ୍କ ପାଖରେ ତାଙ୍କ ଅଭିଯୋଗଗୁଡ଼ିକର କିଛି ପ୍ରମାଣ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଶ୍ରୀ ମହାପାତ୍ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । କାହିଁକି ହତ୍ୟା ଷଡ଼ଯନ୍ତ୍ର ମାମଲା ୧୨୦(ବି)ରେ ତଦନ୍ତ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

Previous Post

ବଲିଉଡ ଭେଟେରାନ୍ ସତୀଶ କୌଶିକଙ୍କ ପରଲୋକ

Next Post

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

Next Post
କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA