Wednesday, April 22, 2026 09:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଶଙ୍ଖ ଭବନ’ ପାଇଁ ସାଂଘାତିକ କାରସାଦି

'ମିଡଡେ ଓଡ଼ିଶା' ହାତରେ ବିଜେଡି ଅଫିସ ନିର୍ମାଣ ଗୁମର

by Our Correspondent
20 Jul, 2024- 08:31 AM
in Latest News, News, Story Of The Week
1 min read
2
‘ଶଙ୍ଖ ଭବନ’ ପାଇଁ ସାଂଘାତିକ କାରସାଦି

-ଦାତା ହେଲେ କ୍ରେତା
-ପ୍ଲଟ୍ ର କିସମ ‘ସଡ଼କ’
-କିସମ ସଡ଼କ ଉପରେ ବିଜେଡି ଅଫିସ ନିର୍ମାଣ
-୧୦୦ କୋଟିର ସମ୍ପତ୍ତିକୁ ୧୨ କୋଟିରେ ଦେଇଦେଲେ
-କ୍ୱାର୍ଟର୍ସ ମୂଲ୍ୟାଙ୍କନ କରିଥିଲେ ଆର ଆଣ୍ଡ ବି ଏକଜ୍ୟୁଟିଭ୍ ଇଞ୍ଜିନିୟର
-ସରକାରଙ୍କ ବିନା ଅନୁମୋଦନରେ ମୂଲ୍ୟ ନିର୍ଦ୍ଧାରଣ
-ବୋଲକରା ସାଜିଥିଲେ ମୁଖ୍ୟ ଶାସନ ସଚିବ, ଇଷ୍ଟେଟ୍ ନିର୍ଦ୍ଦେଶକ
-ଫାଇଲର ରକେଟ୍ ବେଗ, ମାସକରେ କାମ ଖତମ୍

ଭୁବନେଶ୍ୱର: କ୍ଷମତା ଓ ଅହଂକାରର କେତେ ତାକତ୍ ତାହା କରିକି ଦେଖାଇଛନ୍ତି ପୂର୍ବ ସରକାର । ରାଜଧାନୀର ଛାତିରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । କିସମ ‘ସଡ଼କ’ କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଜେଡି ଅଫିସ୍ ସୌଧ । ଖାଲି ସେତିକି ନୁହେଁ, ସବୁ ନିୟମ କାନୁନକୁ ମୋଡ଼ି ମକଚି ଏହି ଜାଗାକୁ ସରକାରଙ୍କଠାରୁ ଶାଗମାଛ ଦରରେ କିଣି ନେଇଛନ୍ତି । ପୂର୍ବ ସରକାରର ଅଘୋଷିତ ମୁଖିଆ ଓ ଦଳର ସାଂଗଠନିକ ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଉକ୍ତ ସାଂଘାତିକ ବେଆଇନ କାର୍ଯ୍ୟ ଅନାୟାସରେ କରାଯାଇଛି । ଅନୁସନ୍ଧାନ ବେଳେ ଏହି ଗର୍ହିତ କାର୍ଯ୍ୟର ସବୁ ଦସ୍ତାବିଜ୍ ‘ମିଡ ଡେ ଓଡ଼ିଶା’ ର ହସ୍ତଗତ ହୋଇଛି ।

୪ଟି ପ୍ଲଟ୍ କୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମିତ ହୋଇଛି ଶଙ୍ଖ ଭବନ । ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭(ptଟି), ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮(pt) । ପ୍ରଥମ ତିନୋଟି ପ୍ଲଟ୍ ର କିସମ ଘରବାଡ଼ି ଥିଲା ବେଳେ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮(pt) ର ଜାଗାର କିସମ ହେଉଛି ରୋଡ୍ ବା ସଡ଼କ । ସୂଚନାଥାଉକି, ଏହି ଜାଗାଟିକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି । ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଡ୍ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ।

ମାତ୍ର ହୋଇଛି କ’ଣ? ଏହି ପ୍ଲଟ୍ କୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମିତ ହୋଇଛି । ତାହା ପୁଣି ସରକାରଙ୍କ ଅନୁମୋଦନରେ । ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି(ବିଜେଡି) କୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । କଥା ସେତିକିରେ ସରିନାହିଁ । ଏହି ଜାଗା ଉପରେ ଥିବା କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟାଙ୍କନରେ ମଧ୍ୟ ସାଂଘାତିକ ଗଫଲତି କରାଯାଇଛି । ଏହି ସମ୍ପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିଲା ବେଳେ ବେଞ୍ଚ ମାର୍କ ଦରଠାରୁ କମ୍ ଦରରେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ଦେଇ ଦିଆଯାଇଛି ।

ଅତି ଯୋଜନାବଦ୍ଧ ଭାବେ ଏହି ୪ଟି ପ୍ଳଟ୍ କୁ ବିଜୁ ଜନତା ଦଳ ହାତରେ ଟେକି ଦିଆଯାଇଛି । ସେଥିପାଇଁ ସବୁ ବେଆଇନ କାର୍ଯ୍ୟକୁ ଅତି ଚତୁରତାର ସହ ଆପଣାଯାଇଛି । ଏହି କାରସାଦିରେ କିଭଳି ସରକାରୀ କଳକୁ ବ୍ୟବହାର କରାଯାଇଛି ତାହା ଆମେ ଏଠାରେ ଗୋଟି ଗୋଟି କରି ଉଲ୍ଲେଖ କରୁଛୁ । ଯାହାର ସବୁ ଦସ୍ତାବିଜ୍ ଆମର ହସ୍ତଗତ ହୋଇଛି ।

ବିଜେଡି ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିକୃତ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ୪ଟି କ୍ୱାର୍ଟର୍ସ ଏବଂ ସଂଲଗ୍ନ ଜାଗାକୁ ଦଳ ନାଁରେ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ୧୮.୧୧.୨୦୨୦ରେ ଆବେଦନ କରିଥିଲେ । ଏହି ଆବେଦନର ବିଚାର ପାଇଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୨୭.୧୧.୨୦୨୦ରେ ଲ୍ୟାଣ୍ଡ୍ ଆଲଟମେଣ୍ଟ କମିଟିର ବୈଠକ ବସିଥିଲା । କମିଟି ପାଖରେ କେବଳ ଜମି ଆବଣ୍ଟନର ବିଚାର କ୍ଷମତା ଥିବା ବେଳେ ସେମାନେ କିନ୍ତୁ ସଂପୃକ୍ତ କ୍ୱାର୍ଟର୍ସ ଏବଂ ସଂଲଗ୍ନ କିସମ ରାସ୍ତାକୁ ବିଜେଡିକୁ ଲିଜ୍ ସୂତ୍ରରେ ଦେବାର ପ୍ରସ୍ତାବକୁ ଅନୁମୋଦନ କରି ୧୮.୧୨.୨୦୨୦ ରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍ ପଠାଇଥିଲେ । ତା’ ପରଦିନ ୨୧.୧୨.୨୦୨୦ରେ ମୁଖ୍ୟମନ୍ତ୍ରୀ ଏହି ଫାଇଲ୍ ଉପରେ ‘ଯଥା ପ୍ରସ୍ତାବିତ’ ଲେଖିଥିଲେ । ଅତଏବ ଏହି ୪ଟା କ୍ୱାର୍ଟର୍ସ ଥିବା ଜାଗା ବିଜେଡିକୁ ଲିଜ୍ ସୂତ୍ରରେ ଦେଇଦିଆଗଲା ।

ଏହାର ଦ୍ୱିତୀୟ ଭାଗଟି ହେଉଛି- କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ । ସାଧାରଣ ପ୍ରଶାସନ ବିଭାଗର ନିୟମ କହୁଛି, କୌଣସି ସରକାରୀ ଜାଗା କିମ୍ବା ଘରକୁ ସରକାରୀ ଅନୁଷ୍ଠାନକୁ ଲିଜ୍ ସୂତ୍ରରେ ବିକ୍ରୀ ହେଲେ ବେଞ୍ଚ ମାର୍କ ଭାଲ୍ୟୁଏସନ୍ କରାଯାଏ । ମାତ୍ର ଘରୋଇ ବ୍ୟକ୍ତି କିମ୍ବା ଅନୁଷ୍ଠାନଙ୍କୁ ବିକ୍ରୀ(ଲିଜ୍) କ୍ଷେତ୍ରରେ ବଜାର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ । ଏହା ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ(ସେକେଣ୍ଡ ଆମେଣ୍ଡମେଣ୍ଟ), ରୁଲ୍ ୨୦୨୦ର ଧାରା-୫(୨)ରେ ଉଲ୍ଲେଖ ରହିଛି । ବିଜେଡି ଏକ ରାଜନୈତିକ ଦଳ ବା ବେସରକାରୀ ଅନୁଷ୍ଠାନ ହୋଇଥିବାରୁ ସରକାରୀ ସମ୍ପତ୍ତି ବିକ୍ରୀରେ ବଜାର ଦର ଧାର୍ଯ୍ୟ କରାଯିବା କଥା । ମାତ୍ର ତାହା କରାଯାଇନାହିଁ । ବେଞ୍ଚ ମାର୍କ ଭାଲ୍ୟୁଏସନ୍ ଲାଗୁ କରାଯାଇ ସେଥିରେ ପୁଣି ହେରଫେର କରାଯାଇଛି । ମାର୍କେଟ୍ ଭାଲ୍ୟୁଏସନ୍ ରେ ୧ ଏକର ୧୮୩ ଡିସିମିଲି ଜାଗାର ମୂଲ୍ୟ ୧୦୦ କୋଟିରୁ ଅଧିକ ହୋଇଥିଲା ବେଳେ ତାହାକୁ ମାତ୍ର ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୬୦ ଟଙ୍କାରେ ଦିଆଯାଇଛି ।

ଆହୁରି ସାଂଘାତିକ କଥାଟି ହେଉଛି, ସରକାରୀ ସମ୍ପତ୍ତିର ମୂଲ୍ୟାଙ୍କନ କ୍ଷମତା ସବରେଜିଷ୍ଟ୍ରର କିମ୍ବା କ୍ଷମତାପ୍ରାପ୍ତ ରେଜିଷ୍ଟରଡ୍ ଭାଲ୍ୟୁଅରଙ୍କ ପାଖରେ ଥିଲା ବେଳେ ଶଙ୍ଖ ଭବନ ନିର୍ମାଣ ଜାଗାରେ ଥିବା ୪ ଗୋଟି କ୍ୱାର୍ଟର୍ସର ମୂଲ୍ୟାଙ୍କନ କରିଛନ୍ତି ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍-୨ ର ଏକଜ୍ୟୁଟିଭ୍ ଇଞ୍ଜିନିୟର । ଯାହା ସମ୍ପୂର୍ଣ୍ଣ ବେଆଇନ । ତତ୍କାଳୀନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସେ ବିଶ୍ୱସ୍ତ ହୋଇଥିବାରୁ ତାଙ୍କୁ ଏହି କାମରେ କୁଆଡ଼େ ନିୟୋଜିତ କରାଯାଇଥିଲା । ୨୪.୧୨.୨୦୨୦ ରେ ଡାଇରେକ୍ଟର, ଇଷ୍ଟେଟ୍ ଏକ ଚିଠିରେ ତାଙ୍କୁ ଉକ୍ତ କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ୨୮.୧୨.୨୦୨୦ ରେ ଏକଜ୍ୟୁଟିଭ୍ ଇଞ୍ଜିନିୟର ମହୋଦୟ ମୂଲ୍ୟାୟନ ରିପୋର୍ଟ ଦେଇଥିଲେ ।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀର ଛାତି ଉପରେ ଥିବା କ୍ୟାପିଟାଲ୍ ହସ୍ପିଟାଲ୍ ସଂଲଗ୍ନ ଉକ୍ତ ଜାଗାରେ ବିଜେଡିର ପୁରୁଣା ପାର୍ଟି ଅଫିସ୍ ଥିବା Qtr No. 6R-3କୁ ୩୦ ଲକ୍ଷ ୫୩ ହଜାର ୫୭୩ ଟଙ୍କାରେ ମୂଲ୍ୟାଙ୍କନ କରାଯାଇଥିବା ବେଳେ Qtr No. V-1/2, Qtr No. V-2/1 ଏବଂ Qtr No. V-2/2 କୁ ସମାନ ଭାବରେ ୮ ଲକ୍ଷ ୨୬ ହଜାର ୧୫୦ ଟଙ୍କାରେ ମୂଲ୍ୟାଙ୍କନ କରାଯାଇଛି । ଅର୍ଥାତ୍ ଭୁବନେଶ୍ୱର ଛାତିରେ ଥିବା ସଂପୃକ୍ତ ଚାରୋଟି କ୍ୱାର୍ଟର୍ସର ମୂଲ୍ୟ ମାତ୍ର ୫୫ ଲକ୍ଷ ୩୨ ହଜାର ୨୩ ଟଙ୍କା ବୋଲି ମୂଲ୍ୟାଙ୍କନ କରିଛନ୍ତି ଏକଜ୍ୟୁଟିଭ୍ ଇଞ୍ଜିନିୟର ମହୋଦୟ । ରେଜିଷ୍ଟରଡ୍ ଭାଲ୍ୟୁଅର୍ ନ ହୋଇ ମଧ୍ୟ ତାଙ୍କର ମୂଲ୍ୟାଙ୍କନକୁ ଇଷ୍ଟେଟ୍ ନିର୍ଦ୍ଦେଶକ ସରକାରଙ୍କ ବିନା ଅନୁମୋଦନରେ ଅତି କମ୍ ମୂଲ୍ୟରେ ବିଜେଡିକୁ ଟେକିଦେଲେ ।

ଏହି ରିପୋର୍ଟ ଭିତ୍ତିରେ ୨୯.୧୨.୨୦୨୦ରେ ଆଲଟମେଣ୍ଟ ଅର୍ଡର ଇସ୍ୟୁ ହେଲା । ଆଶ୍ଚର୍ଯ୍ୟଜନକ ଭାବେ ଉପରୋକ୍ତ ଧାର୍ଯ୍ୟ ମୂଲ୍ୟରେ ବିଜେଡିକୁ ପ୍ଲଟ୍ ଦିଆଯିବ ନା ନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଫାଇଲ୍ ପଠା ଗଲାନାହିଁ । ବୋଧହୁଏ ମୁଖ୍ୟମନ୍ତ୍ରୀ ଏହି ବେଆଇନ କାରବାରର କଳଙ୍କ ବୋହିବାକୁ ଚାହିଁଲେ ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡୁଛି ଏହି ସମ୍ପୂର୍ଣ୍ଣ କାରବାରରେ ବିଜେଡିକୁ ଅନୁଗ୍ରହ ଦିଆଯାଇ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନି ହୋଇଛି । ଏହାର କିଭଳି ଭରଣା ହେବ ତାହା ଏବେ ଦେଖିବାର କଥା ।

Previous Post

ପୀତାମ୍ବର ଆଚାର୍ଯ୍ୟ ହେଲେ ଏଜି

Next Post

‘ଶଙ୍ଖ ଭବନ’ କାରସାଦି: ତଥ୍ୟ ଫାଙ୍କିବାକୁ ବିଜେଡିର ଉଦ୍ୟମ

Next Post
‘ଶଙ୍ଖ ଭବନ’ କାରସାଦି: ତଥ୍ୟ ଫାଙ୍କିବାକୁ ବିଜେଡିର ଉଦ୍ୟମ

'ଶଙ୍ଖ ଭବନ' କାରସାଦି: ତଥ୍ୟ ଫାଙ୍କିବାକୁ ବିଜେଡିର ଉଦ୍ୟମ

Comments 2

  1. ବିଶ୍ୱରାଜ ପଟ୍ଟନାୟକ says:
    2 years ago

    ଏକ ଏକର 183 ଡେସିମିଲ ଜମିର ମୂଲ୍ୟ 15 କୋଟିରୁ ବେଶୀ ହେବ ନାହିଁ l
    100 କୋଟି ଟଙ୍କା ଅତି ରଞ୍ଜିତ l ତେବେ ଜମି ଆବଣ୍ଟନ ପ୍ରଣାଳୀ ତୃଟିପୁର୍ଣ ହୋଇଥାଇପାରେ l
    ନିର୍ମିତ ପୁରୁଣା ଗୃହ ଗୁଡିକର ମୂଲ୍ୟହ୍ରାସ ହିସାବରେ ମଧ୍ୟ ବହୁତ କମ କରାଯାଇ ନାହିଁ l

    ବିଜେଡିର ଏହି ଛୋଟ ମୋଟ ଦୋଷ ତ୍ରୁଟି ପଛରେ ସମୟ ନଷ୍ଟ ନକରି ଅନ୍ୟାନ୍ୟ ବଡ଼ ବଡ଼ ଅପରାଧର ଖୋଳ ତାଡ଼ କରାଯାଉ l ଲୋକେ ଉପକୃତ ହେବେ l ନୂଆ ପ୍ରଶାସନ ଭୁଲ କରିବା ପାଇଁ ଭୟ କରିବେ l

    Reply
  2. Badal kumar Tah says:
    2 years ago

    Many individuals and institutions supported by BJD have used CONCH as a defence mechanism and appropriated the system thoroughly.

    Hope, the present government takes corrective measures.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA