Tuesday, June 23, 2026 08:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାର୍ କହିଲେ ସାମ୍ବାଦିକଙ୍କ କଥା !

by Our Correspondent
26 Aug, 2024- 05:52 PM
in Latest News, Media, News
1 min read
0
ସାର୍ କହିଲେ ସାମ୍ବାଦିକଙ୍କ କଥା !

Interview with microphone and mic flag.

ଭୁବନେଶ୍ୱର: ଅବସର ଜୀବନ ବିତାଉଥିବା ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକ(ସାର୍)ଙ୍କ ସହ ଆମର ଏବେ ଦିନେ ଭେଟ ହୋଇଗଲା । ପ୍ରାୟ ୨୦ ବର୍ଷ ତଳେ ତାଙ୍କ ସହ ଚିହ୍ନା ପରିଚୟ ଥିଲା । ଦେଖି ଖୁସି ହୋଇଗଲେ, ଭଲ ମନ୍ଦ ପଚାରିଲେ । କଥାବାର୍ତ୍ତା ଛଳରେ କହିଲେ, ହଇଓ ସାମ୍ବାଦିକ ବାବୁ ଆପଣମାନେ ତ ଖାଲି ନେତା ଓ ଅଫିସରଙ୍କ ପଛରେ ପଡୁଛନ୍ତି । ଏଥିରେ କ’ଣ ଦୁନିଆ ସୁଧାର ହୋଇଯିବ?

ଆମେ କହିଲୁ, ନାଇଁ ଆଜ୍ଞା!

ଆପଣ କାହିଁକି ଭାବୁଛନ୍ତି ଯେ ଆମେ ନେତା ଓ ଅଫିସରଙ୍କ ପଛରେ ପଡ଼ିଛୁ । ସେ ନେତା ହୁଅନ୍ତୁ କି ଅଫିସର, ଯେଉଁମାନେ ଦୁର୍ନୀତି ଓ କୁକର୍ମ କରୁଛନ୍ତି ତାହା ଲୋକଲୋଚନକୁ ଆଣୁଛୁ । ଏହା ତ ଆମ ସାମ୍ବାଦିକଙ୍କର ଧର୍ମ । ସେଥିରେ ଭୁଲ୍ ରହିଲା କୋଉଠି?

ସାର୍ ଏକଥା ଶୁଣି ବୁହେ ହସିଲେ!!

ହାଃ..ହାଃ.. ଆଜିକାଲି ସତରେ କ’ଣ ଆପଣମାନେ ସାମ୍ବାଦିକତା କରୁଛନ୍ତି? ସେମିତି କହନ୍ତୁନୁ । ଶୁଣିଲେ ଲାଜ ଲାଗୁଛି । କୋଉ ମିଡିଆ ସଂସ୍ଥା କୋଉ ଦଳର ପୃଷ୍ଠପୋଷକତାରେ କାହା ସପକ୍ଷରେ ଓ କାହା ବିପକ୍ଷରେ ଖବର କରୁଛନ୍ତି ସେକଥା କ’ଣ ସାଧାରଣ ଜନତା ବୁଝିପାରୁନାହାନ୍ତି? ଆପଣମାନେ ସେମାନଙ୍କୁ ବୋକା ଭାବୁଛନ୍ତି କି?

କିଛି ପ୍ରମୁଖ ଟିଭି ଚାନେଲ୍ ନାଁ ନେଇ ସାର୍ କହିଲେ, ପରୀକ୍ଷା କରି ଦେଖନ୍ତୁ ତ ଅମୁକ ଚାନେଲ୍ ନବୀନ ପଟ୍ଟନାୟକ କି ପାଣ୍ଡିଆନଙ୍କ ବିରୋଧରେ ଖବରଟେ କରୁ କି ସମୁକ ଚାନେଲ୍ ମୋଦୀ କି ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖବରଟେ କରୁ!!

ଖାଲି ରାଜନୀତି କଥା ନୁହେଁ । ଦୁଷ୍କର୍ମ ଓ ହତ୍ୟା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଓ ଅତୀବ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରସାରଣରେ ମଧ୍ୟ ରାଜନୈତିକ ମାନଦଣ୍ଡରେ ବାଛବିଚାର କାହାରିକୁ କ’ଣ ଅଛପା ଅଛି? ଆଜି ଟିଏମସି ଶାସିତ ପଶ୍ଚିମବଙ୍ଗର କୋଲକତାରେ ଜଣେ ଡାକ୍ତରୀ ଛାତ୍ରଙ୍କୁ ଅତ୍ୟନ୍ତ ବର୍ବରୋଚିତ ବୀଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା ଖବରକୁ ଯଥୋଚିତ ନ୍ୟାୟ ଦେଇ ଘନ ଘନ ପ୍ରଚାର କରୁଥିବା ଟିଭି ଚାନେଲଗୁଡ଼ିକ ୪ ବର୍ଷ ତଳେ ବିଜେପି ଶାସିତ ୟୁପି ହାଥରସ୍ ରେ ଜଣେ ଦଳିତ ଝିଅକୁ ଜଘନ୍ୟ ଭାବେ ଗଣଦୁଷ୍କର୍ମ ଓ ହତ୍ୟା ଖବରକୁ ନ୍ୟାୟ ଦେଲେ ନାହିଁ କାହିଁକି??

ଏହା କହିଲା ବେଳେ ସାର୍ ଅତ୍ୟଧିକ ଭାବପ୍ରବଣ ଓ ବିଚଳିତ ହୋଇପଡ଼ିଲେ!

ଏମିତି ଦୈନିକ ଶହ ଶହ ଉଦାହରଣ ଆମେ ଦେଖୁଛୁ । ଖବରରେ ବାଛବିଚାରକୁ ଜନତା ବି ବୁଝିସାରିଲେଣି । ତେଣୁ କେଉଁ ଟିଭି ଦେଖିଲେ କି କାଗଜ ପଢ଼ିଲେ କୋଉ ଖବରର ଗୁମର ଜାଣିହେବ ସେଥିପ୍ରତି ସମସ୍ତେ ସଚେତନ ଅଛନ୍ତି ।

ସାର୍ ଙ୍କ ମନରେ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତି ବିତୃଷ୍ଣା ଭାବ ସ୍ପଷ୍ଟ ବାରି ହୋଇଯାଉଥିଲା!!

ବାସ୍ତବ କଥା ହେଉଛି, ବ୍ୟବସ୍ଥା ବିଗିଡ଼ି ଯାଇଛି । ଏହି ବିଭ୍ରାଟ ପାଇଁ ଦାୟୀ ହେଉଛନ୍ତି ମୁଷ୍ଟିମେୟ ନେତା-ଅଫିସର-ସାମ୍ବାଦିକ । ଏମାନଙ୍କର ମିଲି ଭଗତରେ ବ୍ୟବସ୍ଥାର ଧଜିଆ ଉଡୁଛି । ଏମାନଙ୍କର ନ୍ୟସ୍ତସ୍ୱାର୍ଥ ଆଗରେ ଲୋକଙ୍କର ସାମୁହିକ ସ୍ୱାର୍ଥ ବଳିପଡୁଛି ।

ଏହା କହିଲା ବେଳେ ସାର୍ ଏକ ଛୋଟିଆ ଘଟଣାର ଅବତାରଣ କରିଥିଲେ ।

ରାଜ୍ୟରେ ସମବାୟ ବ୍ୟାଙ୍କ ଗୁଡ଼ିକ ଆଜି ଦେବାଳିଆ । କେଉଁମାନଙ୍କ ଯୋଗୁଁ ଦେବାଳିଆ ତାହା ଋଣ ଖିଲାପକାରୀଙ୍କ ତାଲିକା ଦେଖିଲେ ବୁଝିପାରିବେ । ଏହି ତାଲିକାରେ ସାମ୍ବାଦିକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ସେହିଭଳି କୋଅପରେଟିଭ୍ ସୋସାଇଟ୍ ଜମି ସ୍କାମ୍ ରେ ମଧ୍ୟ କେବଳ ପ୍ରଭାବଶାଳୀ ନେତା, ଅଫିସର କି ବିଲଡର ନାହାନ୍ତି । ମୁଷ୍ଟିମେୟ ସାମ୍ବାଦିକ ବି ଅଛନ୍ତି । ତେଣୁ ସେମାନଙ୍କ ମେଣ୍ଟ ଭାଙ୍ଗିବ କିଏ? ସେମାନଙ୍କୁ ଧରିବ କିଏ?

ଭୁବନେଶ୍ୱର ଓ କଟକରେ ବିଡିଏ ଓ ସିଡିଏରୁ ଇଚ୍ଛାଧୀନ କୋଟାରେ ଏହି ନେତା-ଅଫିସର-ସାମ୍ବାଦିକ ମିଳିମିଶି ଘର ନେଇନାହାନ୍ତି କି? ତେଣୁ ସାମ୍ବାଦିକ ବାଡ଼ ହୋଇ ଯଦି ଫସଲ ଖାଇବେ, ତେବେ ନେତା ଓ ଅଫିସରଙ୍କୁ ଜଗିବେ କେମିତି?

ଯେଉଁଠି ଗଣମାଧ୍ୟମ ସଂସ୍ଥା ମାଲିକ ଓ ମୁଷ୍ଟିମେୟ ସାମ୍ବାଦିକ ବିଭିନ୍ନ ବେଆଇନ୍ କାରବାରରେ ଜଡ଼ିତ ସେଠି ଯାବତୀୟ ଅନ୍ୟାୟ କାରବାର, ସ୍କାମ୍, ଫାମ୍ ପଦାକୁ ଆଣିବ କିଏ? ନେତା ଓ ଅଫିସରଙ୍କ ସହ ଭାଗବଣ୍ଟରାରେ ଏହିସବୁ ବେଆଇନ କାରବାର ଚାଲିବା କ’ଣ ମିଛ? ତେଣୁ ଏହାକୁ ରୋକିବ କିଏ?

କହୁ କହୁ ସାର୍ କହିଲେ..

ମୁଷ୍ଟିମେୟ କିଛି ସାମ୍ବାଦିକଙ୍କର ପ୍ରବଳ ସମ୍ପତ୍ତି । ଗାଁରୁ ଭୁବନେଶ୍ୱର ଯାଏଁ ସମ୍ପତ୍ତି ର ପାହାଡ଼ ଛିଡ଼ା କରିଛନ୍ତି । ସାମ୍ବାଦିକତାର ଖୋଳପା ପିନ୍ଧି ସରକାରୀ ସହଯୋଗରେ ବ୍ୟବସାୟ ସାମ୍ରାଜ୍ୟ ଗଢ଼ିଛନ୍ତି । ରାଜଧାନୀରେ ସେମାନଙ୍କର ଏକାଧିକ ଫ୍ଲାଟ୍ ଓ ପ୍ଲଟ୍ । ଗାଁରେ ଚାଖଣ୍ଡେ ଜମି ନ ଥିବା ଜଣେ ଜଣେ ସାମ୍ବାଦିକ ଭୁବନେଶ୍ୱରରେ ରାଜକୀୟ ପ୍ରାସାଦ ଛିଡ଼ା କରାଇଛନ୍ତି । ଏହି ସମ୍ପତ୍ତି ଆସିଲା କେଉଁଠୁ? ସେହି ପ୍ରଶ୍ନ ପଚାରିବାକୁ କାହା ଜିଭରେ ହାଡ଼ ଅଛି?

ଏହା କ’ଣ ଅଛପା ଯେ ସେଇ ପ୍ରଭାବଶାଳୀ ନେତା ଓ ଅଫିସରଙ୍କ ଆଶୀର୍ବାଦରେ ହିଁ ଏହା ସମ୍ଭବ ହେଉଛି । ଏହି ନେତା କି ଅଫିସରମାନେ କ୍ଷମତାରେ ଥିଲା ବେଳେ ସକାଳୁ ସକାଳୁ ସେମାନଙ୍କର ଦର୍ଶନକୁ ମୋକ୍ଷପ୍ରାପ୍ତି ବୋଲି ବିବେଚନା କରୁଥିବା ନିର୍ଦ୍ଦିଷ୍ଟ ଶ୍ରେଣୀର ସାମ୍ବାଦିକମାନେ ସେମାନେ କ୍ଷମତାରୁ ଗଲା ପରେ ରଙ୍ଗ ବଦଳାଇ ଦିଅନ୍ତି । ମାନେ ଏଣ୍ଡୁଅ ଶ୍ରେଣୀର । ପଟ ପରିବର୍ତ୍ତନରେ ମାହିର । ଯାହା ଏବେ ଦେଖିବାକୁ ମିଳୁଛି ।

ସାର୍ ଙ୍କ ଭାଷାରେ ଏହି ବର୍ଗର ସାମ୍ବାଦିକଙ୍କର ବୈଶିଷ୍ଟ ହେଉଛି,

ନୂଆ ବ୍ୟବସ୍ଥାରେ କ୍ଷମତାଶାଳୀ ନେତା ଓ ଅଫିସରଙ୍କ ନିଜର ହେବା ପାଇଁ ପୂର୍ବ ପରମବ୍ରହ୍ମମାନଙ୍କୁ ଉପରେ ପଡ଼ି ଗାଳି କରନ୍ତି । ଏହି ସାମ୍ବାଦିକଙ୍କର ଏଣ୍ଡୁଅ ଚରିତ୍ର ସେହି ନେତା ଓ ଅଫିସର ଗୋଷ୍ଠୀ ଠିକ୍ ଜାଣିଥିଲେ ମଧ୍ୟ ସେମାନଙ୍କୁ ସାଦରରେ କୋଳେଇ ନିଅନ୍ତି । କାରଣ ସେମାନଙ୍କୁ ବିରଳ ପ୍ରଜାତିର ସାମ୍ବାଦିକ ବୋଲି ମାନନ୍ତି । କାରଣ ମାର୍କେଟିଂ କଳାରେ ସେମାନଙ୍କର ପ୍ରଚଣ୍ଡ ଦଖଲ । ନେଇ ଆଣି ଥୋଇପାରିବା କଳାରେ ଧୂରନ୍ଧର । ‘ଏକତା’ରେ ସମୃଦ୍ଧିର ମନ୍ତ୍ର ସେଇମାନେ ହିଁ ଦେଇପାରିବେ । ସେମାନଙ୍କୁ ହାତରେ ରଖିବାଟା କୁଆଡ଼େ ବୁଦ୍ଧିମାନର କାର୍ଯ୍ୟ ।

ସାର୍ ଏକଥା କହୁଥିଲା ବେଳେ ତାଙ୍କ ମନରେ କ୍ରୋଧର ଭାବ ବାରି ହୋଇପଡୁଥିଲା ।

ଏହା କିଛି ସାମ୍ବାଦିକଙ୍କ କଥା । ମାତ୍ର ଏହାଦ୍ୱାରା ସମଗ୍ର ସାମ୍ବାଦିକ ସମାଜ ପ୍ରତି ସାର୍ ଙ୍କର ଧାରଣା ଖରାପ ରହିଥିବା ଆମେ ଅନୁଭବ କରି ତାହା ଭୁଲ୍ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲୁ ।

ସାର୍, ଆପଣ ମୁଦ୍ରାର ଗୋଟିଏ ପାଶ୍ୱର୍ ଦେଖିଛନ୍ତି । ଆରଟି ଦେଖିନାହାନ୍ତି । ଆମ ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ ସାମ୍ବାଦିକ ଅତି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି । ଏହି ଦୁର୍ଦ୍ଦଶାର କାରଣ ହେଉଛି ସେମାନଙ୍କର ସତ୍ୟ ସମ୍ବାଦ ପରିବେଷଣର ଝୁଙ୍କ୍ ଏବଂ ସଚ୍ଚୋଟପଣିଆ । ଚୋର, ଡକାୟତ, ମାଫିଆଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଚକ୍ଷୁଶୀଳ ହେଉଥିବାରୁ ସେମାନଙ୍କର ସାଧାରଣ ଜୀବନ ଦୁର୍ବିସହ । ଦରମା ଯାହା ବି ହେଉ, ସବୁବେଳେ ଚାକିରି ଚାଲିଯିବାର ଭୟ । ଏଭଳି ଆଶଙ୍କାରେ ପରିବାରର ବୋଝ ମୁଣ୍ଡାଇ ଚାଲିବା କେତେ ଯେ କଷ୍ଟକର ତାହା ଆପଣ ବୁଝିବା ଦରକାର!!

ମୋଠାରୁ ଏହା ଶୁଣିଲା ପରେ ସାର୍ ଙ୍କ ଆଖି ଛଳ ଛଳ ହୋଇଗଲା । ବିଦାୟ ମାଗି ଚାଲିଯାଇଥିଲେ ।

Previous Post

ସ୍ୱାସ୍ଥ୍ୟବୀମା ନବୀକରଣ ନେଇ ରାଜ୍ୟପାଳଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ

Next Post

ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

Next Post
ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA