Friday, June 26, 2026 06:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

ପ୍ରମିଳା ମଲ୍ଲିକଙ୍କ ପ୍ରାର୍ଥୀପତ୍ର ଦାଖଲ

by Our Correspondent
21 Sep, 2023- 12:45 PM
in Latest News, News
1 min read
0
ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ହାତରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ତାଙ୍କ ମୂଳ ଦାୟିତ୍ୱ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ବିକ୍ରମ କେଶରୀ ଆରୁଖଙ୍କ ପରେ ଖାଲିପଡ଼ିଥିବା ବାଚସ୍ପତି ପଦ ଲାଗି ବିଜେଡି ପକ୍ଷରୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଆଜି ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇ ବାଚସ୍ପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବିଧାନସଭା ସଚିବାଳୟ ପ୍ରକୋଷ୍ଠରେ ମନ୍ତ୍ରୀ ଓ ଦଳର ବିଧାୟକମାନଙ୍କ ଗହଣରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥକ ଅଛନ୍ତି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ନିର୍ବାଚନ ଅନୁଷ୍ଠିତ ହେବ । ବିରୋଧୀ ଦଳ ପକ୍ଷରୁ ଏହି ପଦ ଲାଗି କେହି ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ନ ଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ ହେବା ସୁନିଶ୍ଚିତ । କେବଳ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହେବ ।

ମନ୍ତ୍ରିମଣ୍ଡଳରୁ ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ଏବେ ଦୁଇଟି ମନ୍ତ୍ରୀ ପଦ ଖାଲି ପଡ଼ିଲା । ପୂର୍ବରୁ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରୋହିତ ପୂଜାରୀ ଇସ୍ତଫା ଦେଇଥିଲେ । ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହାତରେ ଏବେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ରହିଛି । ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

 

Previous Post

ଚାଷୀଙ୍କୁ ମିଳିଲା କାଳିଆ ସହାୟତା

Next Post

ସୌମ୍ୟ ପଟ୍ଟନାୟକ, ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

Next Post
ସୌମ୍ୟ ପଟ୍ଟନାୟକ, ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

ସୌମ୍ୟ ପଟ୍ଟନାୟକ, ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA