Sunday, April 26, 2026 10:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏନ୍‌ଜିଟି ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ

by Our Correspondent
18 Jan, 2023- 07:14 PM
in Latest News, News
1 min read
0
ଏନ୍‌ଜିଟି ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଲାଗୁ କରିଥିବା ରହିତାଦେଶ ଉପରେ ରୋକ ଲଗାଇଛନ୍ତି ।

ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ପ୍ରକଳ୍ପକୁ ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳିସାରିଛି । ତେଣୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଏହି ଆଧାର (ବିନା ପରିବେଶ ମଞ୍ଜୁରିରେ ନିର୍ମାଣ) ନିରର୍ଥକ ହୋଇଯାଇଛି । ଏହା ବ୍ୟତୀତ ଟ୍ରିବ୍ୟୁନାଲ୍‌ଙ୍କ ମତରେ ଯାହା ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି, ତାହା ବାସ୍ତବରେ କେବଳ ଜମି ସୀମା ଘେରାଯିବା ପାଇଁ ପାଚେରି କାମ ଥିଲା । ଏହାକୁ ନିର୍ମାଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ । ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ନ ଦେଇ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକପାଖିଆ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ।

ହାଇକୋର୍ଟ କହିଛନ୍ତି, ଯେଉଁ ଜମିକୁ ନୟନଜୋରି କିସମ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ତାହା ପ୍ରକୃତରେ ରାସ୍ତା କଡ଼ ଜଳପ୍ରବାହ ସ୍ଥଳ । ଏହାକୁ ନୟନଜୋରି କୁହାଯାଇପାରିବ ନାହିଁ । ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସଂପୃକ୍ତ ଜମି ପ୍ରକଳ୍ପ ନିର୍ମାଣ ପାଇଁ ଦେଇଛନ୍ତି । ଏହା କେଉଁ କିସମର ଏବଂ ଏଠାରେ ନିର୍ମାଣ ସମ୍ଭବ କି ନାହିଁ ତାହା ବିଚାର କରି ବିଭାଗ ଜମି ଦେଇଛନ୍ତି । ସଂପୃକ୍ତ ଜମିରେ ଏକଦା ପ୍ରାଚୀ ନଦୀ ପ୍ରବାହିତ ହେଉଥିଲା ବୋଲି ଯାହା ଦାବୀ କରାଯାଇଛି ତାହାର କୌଣସି ଭିତି କିମ୍ବା ତଥ୍ୟ ପ୍ରମାଣ ନାହିଁ । ପରବର୍ତୀ ତାରିଖ (ଫେବୃଆରୀ ୧୬) ଯାଏ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ଙ୍କ ରହିତାଦେଶ ଉପରେ ଏହି ରୋକ ବଳବତର ରିହବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନ୍‌ଜିଟି ରହିତାଦେଶ ଜାରି କରି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବଲ ଏଜୁକେସନ୍ ସୋସାଇଟି ଦାୟର କରିଥିବା ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଫେବୃଆରି ୧୬କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏନ୍‌ଜିଟିରେ ଆବେଦନକାରୀଙ୍କ ତରଫରୁ ଆବେଦନ ଦାୟର କରାଯାଇ ପରିବେଶ ମଞ୍ଜୁରୀ ମିଳି ନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦର୍ଶାଯାଇଥିଲା । ଗତ ଡିସେମ୍ବର ୧୨ରେ ମାମଲାର ଶୁଣାଣି କରି ଏନ୍‌ଜିଟି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ନିର୍ମାଣ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଅନ୍ୟ ପକ୍ଷରେ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୨୩ ଜାନୁଆରି ୩ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥି ସହିତ ଆବେଦନକାରୀଙ୍କ ପକ୍ଷ ନ ଶୁଣି ଏନ୍‌ଜିଟି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏଭଳି ସ୍ଥିତିରେ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Previous Post

ଆସିଲା ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’

Next Post

ବିଏସକେୱାଇ କେଳେଙ୍କାରୀ: ସରକାରୀ ବାବୁଙ୍କ ଉପରେ ନଜର

Next Post
ବିଏସକେୱାଇ କେଳେଙ୍କାରୀ: ସରକାରୀ ବାବୁଙ୍କ ଉପରେ ନଜର

ବିଏସକେୱାଇ କେଳେଙ୍କାରୀ: ସରକାରୀ ବାବୁଙ୍କ ଉପରେ ନଜର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA