Saturday, June 27, 2026 11:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁରମା ପାଢ଼ୀ ହେଲେ ବାଚସ୍ପତି

ନିଦ୍ୱର୍ନ୍ଦରେ ନିର୍ବାଚିତ

by Our Correspondent
20 Jun, 2024- 11:34 AM
in Latest News, News
1 min read
0
ସୁରମା ପାଢ଼ୀ ହେଲେ ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରଣପୁର ବିଧାୟିକା ସୁରମା ପାଢ଼ୀ ସପ୍ତଦଶ ବିଧାନସଭାର ବାଚସ୍ପତି ହୋଇଛନ୍ତି । ବାଚସ୍ପତି ପଦ ଲାଗି ଗତକାଲି ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ଅନ୍ୟ କୌଣସି ସଦସ୍ୟ ନାମାଙ୍କନ ଦାଖଲ କରି ନ ଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ସମର୍ଥନ କରିଥିଲେ । ପ୍ରସ୍ତାବଟି ଗୃହରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ଏହାପରେ କାମଚଳା ବାଚସ୍ପତ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀମତୀ ସୁରମା ପାଢ଼ୀଙ୍କୁ ବିଧାନସଭାର ବାଚସ୍ପତି ଭାବେ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଉପମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ନୂଆ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । କାମଚଳା ବାଚସ୍ପତି ଶ୍ରୀ ସ୍ୱାଇଁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଆସନ ଛାଡ଼ିଥିଲେ । ପରେ ନୂଆ ବାଚସ୍ପତିଙ୍କୁ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ସ୍ୱାଗତ ଜଣାଯାଇଥିଲା । ବାଚସ୍ପତି ଦାୟିତ୍ୱ ପାଇଲା ପରେ ଶ୍ରୀମତୀ ପାଢ଼ୀ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଗୃହର ଗାରିମା ଓ ପଦମର୍ଯ୍ୟାଦା ରକ୍ଷା ପାଇଁ ସହଯୋଗ କାମନା କରିଥିଲେ ।

ସୂଚନାଥାଉକି, ବିଜେପିର ବରିଷ୍ଠ ନେତ୍ରୀ ହେଉଛନ୍ତି ସୁରମା ପାଢ଼ୀ । ୧୯୯୮ ମସିହାରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଦୁଇ ବର୍ଷ ପାଇଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ । ରଣପୁର ବିଧାନସଭା ଆସନରୁ ୨୦୦୪ ମସିହାରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେଥର ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ହୋଇଥିଲେ । ତାଙ୍କୁ ସମବାୟ ବିଭାଗ ମିଳିଥିଲା । ଦୀର୍ଘ ୧୪ ବର୍ଷ ପରେ ରଣପୁର ଆସନରୁ ସେ ପୁଣି ବିଧାନସଭାକୁ ଆସିଛନ୍ତି ।

Previous Post

ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇନି: ଆଇନମନ୍ତ୍ରୀ

Next Post

୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜନ କରିବ ଓଡ଼ିଶା

Next Post
୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜନ କରିବ ଓଡ଼ିଶା

୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜନ କରିବ ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA