Wednesday, April 22, 2026 04:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସର କାରଣ ଦର୍ଶାଅ ନୋଟିସ୍ ଫାର୍ସ

by Our Correspondent
21 Dec, 2022- 08:39 PM
in Latest News, News, Politics
1 min read
0
କଂଗ୍ରେସର କାରଣ ଦର୍ଶାଅ ନୋଟିସ୍ ଫାର୍ସ
ଭୁବନେଶ୍ୱର: କଂଗ୍ରେସର ଦୁଇ ବିଧାୟକ ସୁରେଶ ରାଉତରାୟ ଏବଂ ମହମ୍ମଦ ମୋକିମ୍ ଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିକ୍ରୀ ହୋଇଗଲା ବୋଲି ସେମାନେ ଗଣମାଧ୍ୟମରେ ବିବୃତି ଦେଇଥିବାରୁ ତାହା ଦଳର ଶୃଙ୍ଖଳା ଭଙ୍ଗ କରିଛି ବୋଲି ପିସିସି ନେତୃତ୍ୱ ଅନୁଭବ କରିଛନ୍ତି । ଗଣମାଧ୍ୟମରେ ଏଭଳି ବୟାନ କେଉଁ ତଥ୍ୟ ଆଧାରରେ ଦେଇଛନ୍ତି ଦୁଇ ବିଧାୟକଙ୍କୁ ତାହାର ସ୍ପଷ୍ଟୀକରଣ ମଗାଯାଇଛି । ୭ଦିନ ଭିତରେ ଜବାବ ଦେବାକୁ କୁହାଯାଇଛି ।
ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ନୋଟିସ୍ ର ଜବାବ ଦେବା ପୂର୍ବରୁ ଗଣମାଧ୍ୟମ ଆଗରେ ଦୁଇ ବିଧାୟକ ସେମାନଙ୍କ ସ୍ପଷ୍ଟୀକରଣ ରଖିସାରିଲେଣି । ସୁର ରାଉତରାୟ କହିଛନ୍ତି, କଂଗ୍ରେସର କ୍ଷତି କଲା ଭଳି କିଛି କହିନାହିଁ । ୨୮ ହଜାର କଂଗ୍ରେସ ଭୋଟ କୁଆଡ଼େ ଗଲା ବୋଲି କେବଳ ପ୍ରଶ୍ନ କରିଥିଲି । ଏହା କ’ଣ ଭୁଲ? ମୁଁ କଂଗ୍ରେସର ସଚ୍ଚା କର୍ମୀ । ଦଳକୁ କେବେ କ୍ଷତି କରିବି ନାହିଁ । ସୋ କଜ୍ ନୋଟିସ୍ ର ଜବାବ ଦେବି ।
ମହମ୍ମଦ ମୋକିମ୍ ଏହି କାରଣ ଦର୍ଶାଅ ନୋଟିସ୍ କୁ ନେଇ ନେତୃତ୍ୱକୁ କଟାକ୍ଷ କରିଛନ୍ତି । ମୁଁ ଅପ୍ରିୟ ସତ କଥା କହିଛି । କଂଗ୍ରେସର ଦୁର୍ଦ୍ଦିନ ସମୟରେ ଆମକୁ ଲୋକଙ୍କ ସହ ଯୋଡିବା ପାଇଁ ନ ଦେଇ ଛାଡ଼ିବା ପାଇଁ କୁହାଯାଉଛି । ମୁଁ ଜବାବ ଦେବି ।
ସୂଚନାଥାଉକି, କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ୍ ଙ୍କୁ ଗତ ଜୁଲାଇ ୨୨ ତାରିଖରେ ପିସିସି ଏକ କାରଣ ଦର୍ଶାଅ ନୋଟିସ୍ ଦେଇଥିଲା । କାରଣ ଥିଲା ଯେ ରାଷ୍ଟ୍ରପତି ନିର୍ବାଚନରେ ସେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ ।
ମାତ୍ର ବିଧାୟକ ମୋକିମ୍ ଏହି ନୋଟିସ୍ ର କ’ଣ ଜବାବ ଦେଲେ ତାହା କେହି ଜାଣିନାହାନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ତାଙ୍କ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲଙ୍କ ମୁହଁରୁ କିଛି ଶୁଣିବାକୁ ମିଳିଲାନି । ଚୁପ୍ ହୋଇଗଲେ । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ।
ଆଉ ଏବେ ପୁଣି ଏକ ନୋଟିସ୍ । ଏହି ସୋ କଜ୍ ନୋଟିସ୍ ଏକ ଫାର୍ସ ବୋଲି ଖୋଦ୍ ଦଳୀୟ ମହଲରେ କଟାକ୍ଷ ହେଉଛି । ଯଦି ଶୃଙ୍ଖଳାକୁ ଏତେ ଗୁରୁତ୍ୱ ପୂର୍ବ ନୋଟିସ୍ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲ ତାହା ଆଗ ଜଣାଅ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିଧାୟକ ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ବିଧାୟକ ଭାବେ କଂଗ୍ରେସ ଖାତାରେ ତାଙ୍କ ନାଁ ଗଡୁଥିଲେ ମଧ୍ୟ ଦଳକୁ ସେ ଏବଂ ଦଳ ତାଙ୍କୁ ପର କରିସାରିଲାଣି । ନିକଟରେ କଟକରେ ଅନୁଷ୍ଠିତ ପଦଯାତ୍ରାରେ ମଧ୍ୟ ବିଧାୟକ ଲୋଡ଼ା ହେଲେନି । ପିସିସି ସଭାପତି- ବିଧାୟକଙ୍କ ମଧ୍ୟରେ ଦୂରତା ବଢ଼ି ଚାଲିଥିଲେ ମଧ୍ୟ ଶୃଙ୍ଖଳାର ଛାଟ ବଜାଇବାକୁ ନେତୃତ୍ୱ ସାହାସ କରିପାରୁନି ।

 

Previous Post

ଆଉ ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ସୁବିଧା

Next Post

ଓଡ଼ିଶାରେ କୋଭିଡ୍ ର ଚୀନ୍ ଭାରିଏଣ୍ଟ

Next Post
ଓଡ଼ିଶାରେ କୋଭିଡ୍ ର ଚୀନ୍ ଭାରିଏଣ୍ଟ

ଓଡ଼ିଶାରେ କୋଭିଡ୍ ର ଚୀନ୍ ଭାରିଏଣ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA