Saturday, April 25, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଅର୍ଗସ’କୁ ଲିଗାଲ୍ ନୋଟିସ୍ ପଠାଇଲେ ସୁଶାନ୍ତ ସିଂହ

by Our Correspondent
27 Apr, 2023- 01:00 PM
in Latest News, News
1 min read
0
‘ଅର୍ଗସ’କୁ ଲିଗାଲ୍ ନୋଟିସ୍ ପଠାଇଲେ ସୁଶାନ୍ତ ସିଂହ

ଭୁବନେଶ୍ୱର: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନେଇ ମନଗଢ଼ା କପୋଳକଳ୍ପିତ ଖବର ପ୍ରସାରଣ କରାଯାଇଛି । ସେ ଅପରାଧୀ ନୁହଁନ୍ତି କି ଅପରାଧିକ କାର୍ଯ୍ୟରେ ତାଙ୍କର ସଂପୃକ୍ତି ନାହିଁ । ବରଂ ଜଣ ସୁଦକ୍ଷ ଓ ଲୋକପ୍ରିୟ ନେତା ଭାବେ ଜନତାଙ୍କ ହୃଦୟରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ବରିଷ୍ଠ ବିଧାୟକଙ୍କ ବିରୋଧରେ ମନଗଢ଼ା ଖବର କରି ଅର୍ଗସ ଟିଭି କାମଳ ସାମ୍ବାଦିକତା କରିଛି । ଗଣମାଧ୍ୟମର ବାକ୍ ସ୍ୱାଧୀନତା ନାଁରେ ବିନା ତଥ୍ୟ ପ୍ରମାଣରେ କୌଣସି ବ୍ୟକ୍ତିଙ୍କ ସମ୍ମାନ ହାନି ଆଦୌ ସ୍ପୃହଣୀୟ ନୁହେଁ । ଆଗକୁ ଏଥିପ୍ରତି ସତର୍କ ରୁହନ୍ତୁ । ମିଥ୍ୟା ଖବର ପ୍ରସାରଣ ପାଇଁ ନିଃସର୍ତ୍ତ କ୍ଷମା ମାଗନ୍ତୁ । ଅନଲାଇନ୍ ପ୍ଲାଟଫର୍ମରୁ ଏ ସମ୍ପର୍କିତ ମାନହାନିସୂଚକ ଭିଡିଓ ହଟାନ୍ତୁ । ନଚେତ ଆପଣଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଆମେ ବାଧ୍ୟ ହେବୁ ।

ସୁଶାନ୍ତ ସିଂହଙ୍କ ପକ୍ଷରୁ ତାଙ୍କ ଓକିଲ ଅକ୍ଷୟ କୁମାର ସାହୁ ଗତକାଲି ଅର୍ଗସ ଟିଭିର ମୁଖ୍ୟ ସମ୍ପାଦକ ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦକ(ଆଙ୍କର)ଙ୍କ ପାଖକୁ ଏହି ମର୍ମରେ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଗତ ୨୧ ତାରିଖ ସଂଧ୍ୟାରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଅପରାଧୀ ରାଜା ଖାନ୍ ଙ୍କ ସହିତ ସୁଶାନ୍ତଙ୍କର କିଛି ଫଟୋ ଏବଂ ଭିଡିଓ ପ୍ରଦର୍ଶିତ କରାଯାଇ ସେମାନଙ୍କ ସମ୍ପର୍କର କାହାଣୀ କୁହାଯାଇଥିଲା । ତେବେ ଏହି ଫଟୋ ଏବଂ ଭିଡିଓ ଫେକ୍ ବୋଲି ସୁଶାନ୍ତଙ୍କ ଓକିଲ ଚାଲେଂଜ କରିଛନ୍ତି । ଏହି ପ୍ରସାରଣ ଜରିଆରେ ସୁଶାନ୍ତଙ୍କ ଚରିତ୍ର ସଂହାର କରିବାକୁ ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି ।

ବିନା ତଥ୍ୟ ପ୍ରମାଣରେ ଏହି ଖବରରେ ରାଜା ଖାନ୍ ଙ୍କ ସହ ସମ୍ପର୍କ ଯୋଡ଼ି ବିଧାୟକ ସୁଶାନ୍ତ ସିଂହଙ୍କୁ ‘ବାହୁବଳୀ’, ‘ଅପରାଧୀ’ ନାମିତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପିର ଜନୈକ ନେତା ଧୀରେନ୍ ସେନାପତିଙ୍କ ମନ୍ତ୍ରଣାରେ ଏହି ମନଗଢ଼ା ଖବର ପ୍ରସ୍ତୁତ ହୋଇଛି । ନକଲି ଫଟୋ ଓ ଭିଡିଓ ତିଆରି କରାଯାଇଛି । ଯାହାଙ୍କ(ସୁଶାନ୍ତ) ବିରୋଧରେ ଅଭିଯୋଗ, ତାଙ୍କର ମତାମତ ନିଆଯାଇନାହିଁ । ଏହାଦ୍ୱାରା ସାମ୍ବାଦିକତାର ଧର୍ମ ପାଳନ କରାଯାଇନାହିଁ । ଜଣେ ଲୋକପ୍ରତିନିଧିଙ୍କର ସମ୍ମାନହାନି କରାଯାଇଛି । ତାଙ୍କ ପରିବାର, ନିକଟ ସମ୍ପର୍କୀୟ ସର୍ବୋପରି ସମାଜରେ ତାଙ୍କର ପ୍ରତିଷ୍ଠାକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଇଛି ।

ଏହି ନୋଟିସ୍ କପିରେ ସୁଶାନ୍ତଙ୍କ ଓକିଲ ତାଙ୍କ ବଳିଷ୍ଠ ଯୁକ୍ତିରେ ମାନବୀୟ ଦୃଷ୍ଟିଭଙ୍ଗୀ ରଖିଛନ୍ତି । ନିକଟରେ ତାଙ୍କ ମହକିଲ(ସୁଶାନ୍ତ ସିଂହ) ଗୁରୁତର ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ହସ୍ପିଟାଲ୍ ରୁ ଡିସଚାର୍ଜ ବେଳେ ଡାକ୍ତର ତାଙ୍କୁ ଚାପମୁକ୍ତ ରହିବା ପାଇଁ ବାରମ୍ବାର ପରାମର୍ଶ ଦେଇଥିଲେ । ଚାପଗ୍ରସ୍ତ ରହିଲେ ଏହା ଜୀବନ ପ୍ରତି ବିପଦ ଆଣିପାରେ ବୋଲି ତାଗିଦ୍ କରି ଛାଡ଼ିଥିଲେ । ମାତ୍ର ଅର୍ଗସ୍ ଟିଭିରେ ଜଣେ ଅପରାଧୀଙ୍କୁ ତାଙ୍କ ସହ ଯୋଡି ମିଥ୍ୟା ଓ ମନଗଢ଼ା ଖବର ପ୍ରସାରଣ କରାଯାଇଥିବାରୁ ସେ ଗଭୀର ଡିପ୍ରେସନ୍ କୁ ଚାଲିଯାଇଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି ବୋଲି ଆଡଭୋକେଟ୍ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉକି, ଗତ ପଦ୍ମପୁର ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଅର୍ଗସ୍ ଟିଭିର ଏକ ଭ୍ରମାତ୍ମକ ଖବର ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା । ପୂର୍ବଦିନ ଆଇଟି ରେଡ୍ ରେ ପଡ଼ିଥିବା ବିଜେଡି ସମର୍ଥିତ ବ୍ୟବସାୟୀ ମହମ୍ମଦ ସାଜିଦ୍ ଙ୍କ ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପ୍ରଚାର କରିଛନ୍ତି ବ୍ରେକିଂ ଖବର କରିଥିଲା । ମାତ୍ର ସେହି ତଥ୍ୟଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ବୁଝିବା ପରେ କର୍ତ୍ତୃପକ୍ଷ କ୍ଷମାପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲେ ।

ସେହିଭଳି ନିକଟରେ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ନିଜକୁ ପ୍ରେତାତ୍ମା ସଂଘର ସଭାପତି ଦାବି କରୁଥିବା ଜଣେ ଭଣ୍ଡ ଲୋକକୁ ନେଇ ସଂପୃକ୍ତ ଟିଭି ତାମସା ଆରମ୍ଭ କରିଥିଲା । ନବ ଦାସଙ୍କ ପ୍ରେତାତ୍ମା ସହ ଏହି ଭଣ୍ଡ କୁଆଡ଼େ କଥା ହୋଇଥିଲା । ନବୀନ ନିବାସରୁ ନବଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ପ୍ରେତାତ୍ମା କୁଆଡ଼େ ବଖାଣିଥିଲା । ଏହି ଉଦ୍ଭଟ ଲୋକର ଉଦ୍ଭଟ କଥାକୁ ସଂପୃକ୍ତ ଟିଭି ବିନା ସଙ୍କୋଚରେ ଲୋକଙ୍କ ପାଖରେ ପହଞ୍ଚାଇଥିଲା । ତାକୁ ଦେଖାଦେଖି ସବୁ ୱେବ୍ ଚାନେଲ୍ ଏହି ଭଣ୍ଡ ତାନ୍ତ୍ରିକର ସାକ୍ଷାତକାର ବଜାଇଥିଲେ । ଏକ ଅପରାଧ ମାମଲାରେ ସଂପୃକ୍ତ ଏହି ଭଣ୍ଡ ବିପିନ ରାଉତରାୟ(୫୨)କୁ ଗତକାଲି ପୁଲିସ ଗିରଫ କରିଛି ।

Previous Post

ଅପରାଧୀ ନେତାଙ୍କୁ ପ୍ରୋତ୍ସାହନ ଦେଇ ବିଜେପି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

Next Post

ପାଣ୍ଡିଆନ୍ ଙ୍କ ବ୍ୟସ୍ତବହୁଳ କେନ୍ଦ୍ରାପଡ଼ା କାର୍ଯ୍ୟକ୍ରମ

Next Post
ପାଣ୍ଡିଆନ୍ ଙ୍କ ବ୍ୟସ୍ତବହୁଳ କେନ୍ଦ୍ରାପଡ଼ା କାର୍ଯ୍ୟକ୍ରମ

ପାଣ୍ଡିଆନ୍ ଙ୍କ ବ୍ୟସ୍ତବହୁଳ କେନ୍ଦ୍ରାପଡ଼ା କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA