Friday, August 7, 2026 07:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପରାଧୀ ନେତାଙ୍କୁ ପ୍ରୋତ୍ସାହନ ଦେଇ ବିଜେପି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

by Our Correspondent
26 Apr, 2023- 07:09 PM
in Latest News, News
1 min read
0
ଅପରାଧୀ ନେତାଙ୍କୁ ପ୍ରୋତ୍ସାହନ ଦେଇ ବିଜେପି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

ଭୁବନେଶ୍ୱର: ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଈରାଶିଷ ଆଚାର୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିର ନେତାମାନେ ଶୋଭାଯାତ୍ରାରେ ବୁଲାଇ ସ୍ଵାଗତ ସମ୍ବର୍ଦ୍ଧନା ଦେଉଛନ୍ତି । ସଂଗୀନ ଅପରାଧରେ ଜଡ଼ିତ ବାହୁବଳି ନେତାଙ୍କୁ ଏଭଳି ପ୍ରୋତ୍ସାହନ କେବଳ ୟୁପି, ବିହାରରେ ଦେଖିବାକୁ ମିଳେ । ଓଡ଼ିଶାରେ ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି ? ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଜେପିକୁ ତୀବ୍ର ସମାଲୋଚନା କରାଯିବା ସହ ଏଭଳି ପ୍ରଶ୍ନ ପଚରାଯାଇଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଈରାଶିଷଙ୍କ ନାଁରେ ଏକାଧିକ ସଂଗିନ ଅପରାଧିକ ମାମଲା ରହିଛି । ବିଜେପି ନେତାମାନଙ୍କ ଛତ୍ରଛାୟା ତଳେ ରହି ବିଭିନ୍ନ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରୁଥିବା ଈରାଶିଷଙ୍କୁ ଏହି କାରଣରୁ ଓଡ଼ିଶା ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସଭାପତି କରିଛି । ଏକଥା ଦଳ ଭିତରେ ଓ ଦଳ ବାହାରେ ସମସ୍ତେ ଜାଣନ୍ତି ।

ଈରାଶିଷଙ୍କ ଅପରାଧିକ ପୃଷ୍ଠଭୂମିର ଅବତାରଣା କରି ଶ୍ରୀ ଦାସ କହିଲେ, ଜୁନ୍ ୨୦୧୮ରେ ଭଟଲିରେ ଥିବା ତାଙ୍କ ଘର ସାମ୍ନାରେ ଥିବା ବିଜେପି ଅଫିସରେ ଜଣେ ଯୁବକକୁ ଗୁଳି କରି ହତ୍ୟା ମାମଲାର ଅଭିଯୁକ୍ତ ଈରାଶିଷ ଗିରଫ ହୋଇ ଜେଲ ଯାଇଥିଲେ ଏବଂ ଦୀର୍ଘ ଦିନ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ । ଗତ ଫେବୃୟାରୀ ୨୮ ତାରିଖରେ ଈରାଶିଷ ଓ ତାଙ୍କର ଗୁଣ୍ଡା ବାହିନୀ ବିକ୍ଷୋଭ ନାଁରେ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ କିପରି ହିଂସା ଓ ଆତଙ୍କ ସୃଷ୍ଟି କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ସେଦିନ ସେମାନଙ୍କ ବର୍ବର ଆକ୍ରମଣରେ ୨୧ ପୁଲିସ ଆହତ ହୋଇଥିଲେ । କେବଳ ସେତିକି ନୁହେଁ, ସେମାନେ ପେଟ୍ରୋଲ ବମ୍ ଫିଙ୍ଗି ପୁଲିସ ଗାଡ଼ି ପୋଡ଼ିବାକୁ ବି ଉଦ୍ୟମ କରିଥିଲେ। ଏହି ମାମଲାରେ ଗିରଫ ହୋଇ ଈରାଶିଷ ପ୍ରାୟ ଦେଢ଼ ମାସ କାଳ ଜେଲରେ ରହିବା ପରେ ନିକଟରେ ଜାମିନରେ ବାହାରିଛନ୍ତି ।

ଦୁର୍ଭାଗ୍ୟର ବିଷୟ ହେଲା, ଏଭଳି ଏକାଧିକ ଜଘନ୍ୟ ମାମଲାରେ ଲିପ୍ତ ଜଣେ ଆତଙ୍କ ସୃଷ୍ଟିକାରୀ ଅଭ୍ୟାସଗତ ଅପରାଧୀକୁ ଦଳରୁ ବହିଷ୍କାର କରିବା ପରିବର୍ତ୍ତେ ରାଜ୍ୟ ବିଜେପିର କିଛି ନେତା ଈରାଶିଷଙ୍କୁ ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରାରେ ବୁଲାଇ ସମ୍ବର୍ଦ୍ଧନା ଦେଉଛନ୍ତି । ୟୁପି, ବିହାର ଭଳି ଅପରାଧପ୍ରବଣ ରାଜ୍ୟରେ ରାଜନୀତି ସହ ସଂପୃକ୍ତି ଥିବା କିଛି ବାହୁବଳି ଜଘନ୍ୟ ଅପରାଧୀ ଓ ମାଫିଆମାନେ ଜେଲରୁ ମୁକୁଳିଲେ ସେମାନଙ୍କ ଦଳ ପକ୍ଷରୁ ଏମିତି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଏ । ଅନୁରୂପ ଭାବେ ଓଡ଼ିଶାରେ ଜଣେ ଅଭ୍ୟାସଗତ ଅପରାଧୀକୁ ସ୍ୱାଗତ ଜଣାଇ ରାଜ୍ୟ ବିଜେପି ଓଡ଼ିଶାବାସୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛି ?

ସେ ଆହୁରି କହିଲେ ଯେ ପୂର୍ବରୁ ଅପରାଧ ପୃଷ୍ଠଭୂମି ଥିବା ଜୟନାରାୟଣ ମିଶ୍ରଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ବାରମ୍ବାର ଆଇନକୁ ହାତକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାବେଳେ ତାଙ୍କ ଦେଖାଦେଖି ଈରାଶିଷ ଆଚାର୍ୟ୍ୟଙ୍କ ଭଳି କନିଷ୍ଠ ନେତାମାନେ ମଧ୍ୟ ହତ୍ୟା, ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧ ଘଟାଇ ଓଡ଼ିଶାକୁ ନିନ୍ଦିତ କରୁଛନ୍ତି । ଏଭଳି ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନ ନେଇ ଓଲଟା ଓଡ଼ିଶା ବିଜେପି ଓଡ଼ିଶାବାସୀଙ୍କୁ ଅରାଜକ କହି ଅପମାନିତ କରୁଛି । ତେଣୁ ଆମକୁ ଲାଗୁଛି ଈରାଶିଷଙ୍କ ଭଳି ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀକୁ ପ୍ରୋତ୍ସାହନ ଦେଇ ବିଜେପି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ତେବେ ବାରମ୍ବାର ଆପରାଧ ଘଟାଉଥିବା ଏବଂ ଓଡ଼ିଶାରେ ହିଂସାକୁ ଉସୁକାଉଥିବା ରାଜ୍ୟ ବିଜେପି ନେତାମାନଙ୍କ ଏଭଳି କାର୍ୟ୍ୟକଳାପକୁ ସଚେତନ ଓଡ଼ିଶାବାସୀ ଆଗାମୀ ଦିନରେ କ୍ଷମା ଦେବେ ନାହିଁ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଓ ଇପସିତା ସାହୁ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

Previous Post

ପିସିସିର ନୂଆ ଜୁମ୍ବୋ ଟିମ୍

Next Post

‘ଅର୍ଗସ’କୁ ଲିଗାଲ୍ ନୋଟିସ୍ ପଠାଇଲେ ସୁଶାନ୍ତ ସିଂହ

Next Post
‘ଅର୍ଗସ’କୁ ଲିଗାଲ୍ ନୋଟିସ୍ ପଠାଇଲେ ସୁଶାନ୍ତ ସିଂହ

'ଅର୍ଗସ'କୁ ଲିଗାଲ୍ ନୋଟିସ୍ ପଠାଇଲେ ସୁଶାନ୍ତ ସିଂହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA