Friday, June 26, 2026 08:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହିଳା କମିଶନ ଅଧ୍ୟକ୍ଷାଙ୍କ ସ୍ୱର ବଦଳିଗଲା କି?

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା

by Our Correspondent
06 Oct, 2020- 09:43 PM
in Latest News
1 min read
0
ମହିଳା କମିଶନ ଅଧ୍ୟକ୍ଷାଙ୍କ ସ୍ୱର ବଦଳିଗଲା କି?

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ମାସେ ପୂରିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ ତଦନ୍ତର ଅଗ୍ରଗତି ଜଣାପଡ଼ିଲା ନାହିଁ । ୭ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କଲା ନାହିଁ । ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶରେ ନିଆଁ ଜଳୁଥିବା ବେଳେ ଭୁବନେଶ୍ୱରର ଏହି ଜଘନ୍ୟ ମାମଲାର ସ୍ୱର ଶଦ୍ଦ ଶୁଭୁନାହିଁ । ହାଇକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲା ବେଳେ ନା ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି, ନା ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଉଛି । ରାଜନୀତି ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାର ପ୍ରତିକ୍ରିୟା ନାହିଁ ।

ଏହାର ବଡ଼ କାରଣ ହୋଇଛି ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣ ଓଟିଭି କର୍ମଚାରୀ, ଜଣେ ପୁଲିସ କର୍ମଚାରୀ । ମାମଲାକୁ ଚପାଇଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବାର ବି ସଙ୍ଗୀନ ଆରୋପ ଆଣିଛନ୍ତି ପୀଡ଼ିତାଙ୍କ ମାଆ । ଓଟିଭି ଓ ଜାଗୀ ପଣ୍ଡାଙ୍କ ନାଁ ଆସିଥିବାରୁ ସମସ୍ତଙ୍କର ପିଳେହିପାଣି ହୋଇଥିବା ଚର୍ଚ୍ଚା ହେଉଛି । କୁଆଡ଼େ ରାଜନୀତି, ଚାପ, ଡର ସବୁ କାମ କରୁଛି ।

ପ୍ରଥମରୁ ଏହି ଗମ୍ଭୀର ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଓଟିଭି ଏମଡିଙ୍କୁ ସମନ୍ କରିଥିଲେ ମଧ୍ୟ ସେ ଖାତିର କରି ନ ଥିଲେ । ସେପଟେ ପୀଡ଼ିତାଙ୍କ ମାଆଙ୍କଠାରୁ ଅଭିଯୋଗ ପାଇଲା ପରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ତତ୍ପରତା ଦେଖାଇଥିଲେ । ମାତ୍ର ଏବେ ମାମଲାରୁ କରଛଡ଼ା ଦେବାକୁ ଆରମ୍ଭ କଲେଣି । ସମ୍ଭବତଃ କୌଣସି ଅଦୃଶ୍ୟ ଚାପ ତାଙ୍କୁ ସ୍ୱର ବଦଳାଇବାକୁ ବାଧ୍ୟ କରିଛି ।

ଆଜି ଟିଭି ଚାନେଲ୍ କୁ ପ୍ରତିକ୍ରିୟା ଦେଇ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାର ସେ ତଦନ୍ତ କରୁନାହାନ୍ତି । ଏହା ମହିଳା କମିଶନ । ଏଠାରେ ନାବାଳିକାଙ୍କ କଥା ଆଲୋଚନା ହେଉନି । ପୀଡ଼ିତାଙ୍କ ମାଆ ତାଙ୍କ କାର୍ଯ୍ୟକ୍ଷେତ୍ର ଓଟିଭିରେ ନିର୍ଯାତନାର ଶିକାର ହୋଇଥିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ତଦନ୍ତ କରାଯାଉଛି । ତଦନ୍ତରେ ଓଟିଭି ପକ୍ଷରୁ ତାଙ୍କୁ ସହଯୋଗ ମିଳୁଛି ବୋଲି ସଫେଇ ଦେଇଛନ୍ତି ।

ସୂଚନାଥାଉକି, ଗତ ସେପ୍ଟେମ୍ବର ୧୦ ତାରିଖରେ ପୀଡ଼ିତାଙ୍କ ମାଆ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ପିଟିସନ୍ ଦେଇଥିଲେ । ସେଥିରେ ଲେଖିଥିଲେ, ତାଙ୍କ ଝିଅ ଉପରେ ହୋଇଥିବା ଗ୍ୟାଙ୍ଗ ରେପ୍ ମାମଲାକୁ ଚପାଇଦେବାକୁ ଉଦ୍ୟମ ହେଉଛି । ଓଟିଭି ଏମଡି ନିଜ ଟିଭି ଚାନେଲ୍ ମାଧ୍ୟମରେ ତାଙ୍କ ପରିବାରକୁ ବଦନାମ କରିବା ସହ ହତାଶ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ ଜାଗୀ ପଣ୍ଡାଙ୍କୁ ଅବଗତ କରାଇଥିବାର ଅଡିଓ କ୍ଲିପ୍ ମଧ୍ୟ କମିଶନଙ୍କ ପାଖରେ ଦାଖଲ କରିଥିଲେ ପୀଡ଼ିତାଙ୍କ ମାଆ ।

ମହିଳା କମିଶନ ଅଧ୍ୟକ୍ଷା ଉକ୍ତ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ । ସେପ୍ଟେମ୍ବର ୨୧ ତାରିଖ ଦିନ ୧୧ଟାରେ ହାଜର ହେବା ପାଇଁ ଓଟିଭି ଏମଡି ଜାଗୀଙ୍କୁ ସମନ୍ କରିଥିଲେ । ଜାଗୀ ହାଜର ହୋଇଥିଲେ ମଧ୍ୟ ଶୁଣାଣିକୁ ନ ରହି ଅନ୍ୟ କାମର ବାହାନାରେ ପଳାଇ ଆସିଥିଲେ । ଅକ୍ଟୋବର ୧ କୁ ପରବର୍ତ୍ତୀ ତାରିଖ ଦିଆଯାଇ ଜାଗୀଙ୍କୁ ଡିସିପିଙ୍କ ଜରିଆରେ ପୁନର୍ବାର ସମନ କରାଯାଇଥିଲା । ମାତ୍ର ସେ ନିଜେ ନ ଯାଇ ବିନା ସ୍ୱୀକୃତି କାଗଜରେ ଓଟିଭି ଲୋକସମ୍ପର୍କ ଅଧିକାରୀଙ୍କୁ ପଠାଇଥିଲେ ।

ଆଜି ଜାଗୀଙ୍କ ପ୍ରତିନିଧି ମହିଳା କମିଶନଙ୍କ ପାଖକୁ ଯାଇ ମଗାଯାଇଥିବା ଡକ୍ୟୁମେଣ୍ଟ ପ୍ରଦାନ କରିଛନ୍ତି । ତିନି ଥର ଡାକରାରେ ହେଉ ପଛେ, ଏହି ଡକୁ୍ୟମେଣ୍ଟ ପାଇଲା ପରେ ଅଧ୍ୟକ୍ଷା ଶ୍ରୀମତୀ ବେହେରା କୃତ୍ କୃତ୍ ହୋଇଯାଇଛନ୍ତି ।

ପ୍ରଶ୍ନହେଉଛି, ଏକ ନାବାଳିକା ଗଣଦୁଷ୍କର୍ମ ମାମଲା ମହିଳା କମିଶନଙ୍କ ଦରବାରରେ ଆଲୋଚନା ହୋଇପାରିବ ନାହିଁ ବୋଲି ଅଧ୍ୟକ୍ଷା କେଉଁଠାରୁ ପଢ଼ିଲେ? ଓଡିଶା ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକାରିତା ନିୟମାବଳୀ ଧାରା୧୦(୧)ରେ ମହିଳା ସମ୍ବନ୍ଧୀୟ ସମସ୍ତ ଅପରାଧ ମାମଲାରେ କମିଶନ ହସ୍ତକ୍ଷେପ କରିପାରିବେ ବୋଲି ସ୍ପଷ୍ଟ ଉଲ୍ଲେଖ ଅଛି । ମାତ୍ର ଅଧ୍ୟକ୍ଷାଙ୍କ କହିବାନୁଯାୟୀ, ନାବାଳିକା ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ ମହିଳା କମିଶନଙ୍କ କାମ ନୁହେଁ । ଏହାର ଅର୍ଥ, ନାବାଳିକା ଝିଅ ମହିଳା କାଟାଗୋରିରେ ଆସିବେନି ।

ଶ୍ରୀମତୀ ବେହେରା ଏହି ମହିଳାଙ୍କ ସଂଜ୍ଞା କେଉଁଠୁ ଆସିଲେ ତାହା ଏବେ ଚର୍ଚ୍ଚାର ବିଷୟ ହେଲାଣି । ଅଧ୍ୟକ୍ଷା ବୋଧହୁଏ ଭୁଲିଯାଇଛନ୍ତି କି ବହୁ ଚର୍ଚ୍ଚିତ ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସେ ନିଜେ କୁମ୍ଭାରପଡ଼ା ଥାନା ଯାଇ ତଦନ୍ତ ଅଗ୍ରଗତିର ଅନୁଧ୍ୟାନ କରୁଥିଲେ । ରାଜ୍ୟରେ ବହୁଚର୍ଚ୍ଚିତ ବେବିନା ମାମଲା, କୁନ୍ଦୁଲି ମାମଲାରେ କ’ଣ ମହିଳା କମିଶନ ମୁଣ୍ଡ ପୂରାଇ ନ ଥିଲେ? ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ଉପରୁ ଅଧ୍ୟକ୍ଷା ମିନତୀ ବେହେରା ଦାୟିତ୍ୱ ଝାଡ଼ିଦେବାକୁ ଉଦ୍ୟମ କରିବାର ରହସ୍ୟ କ’ଣ ହୋଇପାରେ?

Previous Post

DC beat RCB by 59 Runs

Next Post

ସାରୁଅ ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ଦ୍ୱିତୀୟ ମାମଲା

Next Post
ସାରୁଅ ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ଦ୍ୱିତୀୟ ମାମଲା

ସାରୁଅ ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ଦ୍ୱିତୀୟ ମାମଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA