Sunday, September 27, 2026 08:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖାଉ ତହସିଲଦାର ରାମଚନ୍ଦ୍ରଙ୍କର ୫ ଟି ପାନ୍ କାର୍ଡ

କଳାଟଙ୍କାର ଦେଖାଶୁଣା କରୁଥିଲା ସାନଭାଇ ଲକ୍ଷ୍ମଣ

by Our Correspondent
02 Nov, 2021- 08:16 PM
in Latest News, News
1 min read
0
ଖାଉ ତହସିଲଦାର ରାମଚନ୍ଦ୍ରଙ୍କର ୫ ଟି ପାନ୍ କାର୍ଡ

ଭୁବନେଶ୍ୱର: ବଡ଼ଭାଇ ରାମଚନ୍ଦ୍ର ତହସିଲଦାର, ସାନଭାଇ ଲକ୍ଷ୍ମଣ ବେକାର । ତହସିଲଦାର୍ ଭାଇର ବଳକା ଉପୁରି ଟଙ୍କାକୁ ନିଜ ଆକାଉଣ୍ଟରେ ରଖୁଥିଲେ ଭାଇ ଲକ୍ଷ୍ମଣ । ଦୁଇମାସରେ ଆକାଉଣ୍ଟରେ ଭରିଥିଲେ ୧୦ ଲକ୍ଷ ଟଙ୍କା । ଆଉ ସାଢ଼େ ୪ ଲକ୍ଷ ଟଙ୍କା ଆକାଉଣ୍ଟରେ ରଖିଦେବାକୁ ସାନ ଭାଇ ଲକ୍ଷ୍ମଣକୁ ଆଜି ଡକାଇଥିଲେ । ଆଉ ଏହି ସୂଚନା ପାଇ ଆଗରୁ ଛକି ବସିଥିବା ଭିଜିଲାନସ୍ ହାବୁଡ଼ରେ ପଡ଼ିଗଲେ କରିତକର୍ମା ତହସିଲଦାର । ନଗଦ ୪ ଲକ୍ଷ ୬୫ ହଜାର ଜବତ କରିଥିଲେ । ତାଙ୍କ ସରକାରୀ ଘର ସର୍ଚ୍ଚ ବେଳେ ଆଉ ୫୦ ହଜାର ଟଙ୍କା ବି ଜବତ ହୋଇଛି । ତହସିଲଦାରଙ୍କର କଟକ ସିଡ଼ିଏ ସେକ୍ଟର-୧୧ ରେ ଥିବା ଘର, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଧାନମଣ୍ଡଳରେ ଥିବା ପୈତୃକ ଘର ମଧ୍ୟ ସର୍ଚ୍ଚ କରି ବିପୁଳ ସମ୍ପତ୍ତି ଠାବ କରିଛନ୍ତି ଭିଜିଲାନସ୍ ଟିମ୍ ।

ଲୁଟେରା ସାଜିଥିବା ଏହି କରିତକର୍ମା ବାବୁ ହେଉଛନ୍ତି ରାମଚନ୍ଦ୍ର ଜେନା । ନିମାପଡ଼ା ତହସିଲଦାର ଏବଂ ଭାରପ୍ରାପ୍ତ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଅସଦ୍ ଉପାୟରେ କଳାଟଙ୍କା କମେଇବାରେ ଖାଲି ମାଷ୍ଟ୍ରି କରିନାହାନ୍ତି, ଜାଲିଆତିରେ ବି ମାଷ୍ଟ୍ରି କରିଛନ୍ତି । ଆଇନର ଆଖିରେ ଧୂଳି ଦେଇ ତାଙ୍କ ନାଁରେ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ ବାହାର କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଭିନ୍ନ ଭିନ୍ନ କାର୍ଡରେ ଭିନ୍ନ ଭିନ୍ନ ବାପାଙ୍କ ନାଁ ଓ ଜନ୍ମ ତାରିଖ ରହିଛି ।

ତିନୋଟି କାର୍ଡରେ ବାପାଙ୍କ ନାଁ ଖଗେଶ୍ୱର ଜେନା ଏବଂ ଜନ୍ମ ତାରିଖ ଯଥାକ୍ରମେ ୭.୪.୧୯୭୦, ୨୭.୪.୧୯୭୦ ଓ ୨୭.୯.୧୯୭୦ ରହିଛି । ଆଉ ଗୋଟେ କାର୍ଡରେ ବାପାଙ୍କ ନାଁ ବେଅଷ୍ଣବ ଜେନା ଏବଂ ଜନ୍ମ ତାରିଖ ୯.୪.୧୯୭୧ ରହିଛି । ଅନ୍ୟ କାର୍ଡରେ ବାପାଙ୍କ ନାଁ ନାରାୟଣ ଜେନା ଏବଂ ଜନ୍ମ ତାରିଖ ୧୯.୪.୧୯୭୨ ରହିଛି ।

ଏହି କରିତକର୍ମା ବାବୁ ଙ୍କର ଜାଲିଆତି ଓ ଅପରାଧିକ କାର୍ଯ୍ୟ ପଛର ଉଦ୍ଦେଶ୍ୟକୁ ଭିଜିଲାନସ୍ ଛାନଭିନ୍ କରୁଛି । ଆୟକର ବିଭାଗକୁ ମାମଲା ହସ୍ତାନ୍ତର କରାଯାଇଛି ।

ପୂର୍ବରୁ ରାମଚନ୍ଦ୍ର ଜେନା ଦୁଇ ଦୁଇ ଥର ଭିଜିଲାନସ୍ ଜାଲରେ ଧରାପଡ଼ିଛନ୍ତି । ୨୦୧୧ ମସିହାରେ ମୂଲ୍ୟବାନ ସରକାରୀ ଜମିକୁ ବେଆଇନ ଭାବେ ସେଟଲମେଣ୍ଟ କରି ପଟ୍ଟା ଦେଇଥିବା ଅଭିଯୋଗରେ କେସ୍ ଖାଇଥିଲେ । କୋର୍ଟରେ ମାମଲାର ବିଚାର ଚାଲିଛି । ସେହିଭଳି ୨୦୧୮ ମସିହାରେ ଚାଷଜମିକୁ ଅଣଚାଷଜମି କରିଦେଇଥିବା ତାଙ୍କ ନାଁରେ ଅଭିଯୋଗ ରହିଛି ।

ଆଜି ନଗଦ ୫ ଲକ୍ଷ ଟଙ୍କା ସହ ତହସିଲଦାର ଧରାପଡ଼ିବା ପରେ ଭିଜିଲାନସ୍ ତଦନ୍ତରୁ ସବୁ ଗୁମର ଖୋଲିବାରେ ଲାଗିଛି । ନିଜ ସାନଭାଇ ନାଁରେ କଳାଟଙ୍କାକୁ କିଭଳି ରଖୁଥିଲେ ତାହା ବି ଧରାପଡ଼ିଯାଇଛି । ବଡ଼ଭାଇ ରାମଚନ୍ଦ୍ରଙ୍କ ବେଆଇନ ସମ୍ପତ୍ତିକୁ ସାଇତି ରଖି ଏହାର ପରିଚାଳନା ଭାର ବୋହୁଥିଲେ ସାନଭାଇ ଲକ୍ଷ୍ମଣ ।

ଭିଜିଲାନସ୍ ସୂଚନା ଅନୁଯାୟୀ, ଲକ୍ଷ୍ମଣ ପେଶାରେ ଜଣେ ଡ୍ରାଇଭର । ୨୦୦୩ ମସିହାରେ ଟ୍ରକ୍ ହେଲପର ଭାବେ କାମ ଆରମ୍ଭ କରିଥିବା ଲକ୍ଷ୍ମଣ ୨୦୦୬ ବେଳକୁ ଡ୍ରାଇଭର ପାଲଟିଯାଇଥିଲେ । ୨୦୧୨ ମସିହାରେ ଭୁବନେଶ୍ୱର ଟାକ୍ସି ଚଳାଉଥିଲେ । ୨୦୧୮-୧୯ ରେ ମୋ ବସ୍ ଚଳାଉଥିଲେ । ଦୁଇବର୍ଷ ହେଲା ସେ ଡ୍ରାଇଭିଂ କରୁନାହାନ୍ତି । ତାଙ୍କର ନିଜସ୍ୱ ରୋଜଗାର ନାହିଁ । ବଡ଼ଭାଇର କଳାଟଙ୍କା ପରିଚାଳନା ଦାୟିତ୍ୱ ବୁଝୁଥିଲେ । ନିମାପଡ଼ାରୁ ବଡ଼ଭାଇ ଫୋନ୍ କଲା ମାତ୍ରେ ସେ ପହଞ୍ଚି ଯାଉଥିଲେ ଏବଂ ପୁଳା ପୁଳା ଟଙ୍କା ଆଣି ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟ୍ ରେ ଜମା କରୁଥିଲେ ।

ଦୁଇଭାଇ ରାମଚନ୍ଦ୍ର ଓ ଲକ୍ଷ୍ମଣ ଆଜି ଗିରଫ ହୋଇଛନ୍ତି । ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନସ୍ ପକ୍ଷରୁ କୁହାଯାଇଛି ।

Previous Post

କୁଚିଣ୍ଡାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Next Post

ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରିବେ

Next Post
ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରିବେ

ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରିବେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA