Tuesday, May 19, 2026 06:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୭ରୁ ଦୁଇଦିନିଆ ଜାତୀୟସ୍ତରୀୟ ବୟନ ଶିଳ୍ପ ସମ୍ମିଳନୀ

by Our Correspondent
18 Dec, 2025- 11:30 PM
in Latest News, News
1 min read
0
୨୭ରୁ ଦୁଇଦିନିଆ ଜାତୀୟସ୍ତରୀୟ ବୟନ ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଶିଳ୍ପ ଓ ବାଣିଜ୍ୟ ସଂଗଠନ ‘ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ’ (ୟୁସିସିଆଇଏଲ୍) ସହଯୋଗରେ ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ତଥା ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ମାରୁତି ମିଡିଆ’ ପକ୍ଷରୁ ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ବୟନ ଶିଳ୍ପ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଏବଂ ବୟନ ଶିଳ୍ପୋଦ୍ୟୋଗୀମାନଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ‘ଟେକ୍ସନୋଭା ଓଡ଼ିଶା’ ଅନୁଷ୍ଠିତ ହେବାକୁ ଯାଉଛି । 

ଡିସେମ୍ବର ୧୮ ତାରିଖ ଦିନ ଆଇଆରସି ଭିଲେଜସ୍ଥିତ ୟୁସିସିଆଇଏଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇଏଲ୍ ସଭାପତି ତଥା ବିଶିଷ୍ଟ ଶିଳ୍ପପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଏବଂ ଆୟୋଜକ ମାରୁତି ମିଡିଆର ନିର୍ଦ୍ଦେଶକ ତଥା ଟେକ୍ସନୋଭା ଓଡ଼ିଶାର ଆବାହକ ମନୋଜ ପୃଷ୍ଟି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ୟୁନିଟ୍-୪ ସ୍ଥିତ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ପରିସରରେ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀ ଅବସରରେ ପାରମ୍ପରିକ ହସ୍ତତନ୍ତ କ୍ଷେତ୍ର ଓ ଆଧୁନିକ ବୟନ ଉଦ୍ୟୋଗର ବିଭିନ୍ନ ଦିଗ ସମ୍ପର୍କରେ ଚାରିଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ପ୍ରଥମ ଦିନର ପୂର୍ବାହ୍ନରେ ସମ୍ମିଳନୀ ଉଦ୍ଘାଟିତ ହେବାପରେ ପ୍ରଥମ ଅଧିବେଶନରେ ହସ୍ତତନ୍ତ ଓ ହସ୍ତତନ୍ତ ପର୍ଯ୍ୟଟନ, ଅପରାହ୍ଣରେ ଦ୍ୱିତୀୟ ଅଧିବେଶନରେ ଟେକ୍ନୋ ଟେକ୍ସଟାଇଲ ଉପରେ ଆଲୋଚନା କରାଯିବ ।

ସେହିଭଳି ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ କଞ୍ଚାମାଲ୍ ଓ ସୂତାକଳ, ଏବଂ ଅପରାହ୍ଣ ତଥା ଶେଷ ଅଧିବେଶନରେ ବୟନ ଉଦ୍ୟୋଗ ବସ୍ତ୍ର (ଆପାରେଲ୍) ସମ୍ପର୍କରେ ଆଲୋଚନା କରାଯିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ବୟନ ଉଦ୍ୟୋଗ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନା କରିବେ । ଏହି ଆଲୋଚନାରେ ଉପସ୍ଥାପିତ ହୋଇଥିବା ବୈଷୟିକ ନିବନ୍ଧ ଏବଂ ଆଲୋଚନାର ନିର୍ଯ୍ୟାସକୁ ନେଇ ପ୍ରସ୍ତୁତ ହୋଇଥିବା ସୁପାରିସକୁ ପରବର୍ତ୍ତୀ ସମୟରେ ଏକ ପୁସ୍ତକ ଆକାରରେ ପ୍ରକାଶ କରାଯାଇ ରାଜ୍ୟ ସରକାର ଏବଂ ବୟନ ଶିଳ୍ପ ସହିତ ସଂପୃକ୍ତ ଅନୁଷ୍ଠାନମାନଙ୍କୁ ପ୍ରଦାନ କରାଯିବ । 

ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ପରିସରରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି । ଏଥିରେ ହସ୍ତତନ୍ତ କପଡ଼ା ଓ ବସ୍ତ୍ର, ବୟନ ଉଦ୍ୟୋଗ ବସ୍ତ୍ର, ହସ୍ତତନ୍ତ ଓ ବୟନ ଉଦ୍ୟୋଗରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତିର ପ୍ରଦର୍ଶନ କରାଯିବ। ବୟନ ଉଦ୍ୟୋଗ ସମ୍ପର୍କରେ ଗବେଷଣା କରୁଥିବା ଆଇଆଇଟି ଦିଲ୍ଲୀ, ବିଟିଆରଏ, ଏସ୍ଆଇଟିଆରଏ ଭଳି ଜାତୀୟସ୍ତରର ଖ୍ୟାତନାମା ଅନୁଷ୍ଠାନ ପକ୍ଷରୁ ବୟନ ଉଦ୍ୟୋଗର ଆଧୁନିକ ବୈଷୟିକ ଜ୍ଞାନକୌଶଳ ସଂପର୍କିତ ପ୍ରଦର୍ଶନୀ ଷ୍ଟଲ ଦିଆଯିବା ସହିତ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଯୋଗାଇ ଦିଆଯିବ । ଏହା ସହିତ ହସ୍ତତନ୍ତ ଓ ବୟନ ଉଦ୍ୟୋଗ ସଂପର୍କିତ ଏକ ଆକର୍ଷଣୀୟ ଥିମ୍ ପାଭିଲିୟନ ମଧ୍ୟ ରହିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣ ପ୍ରଦର୍ଶନୀ ଓ ପାଭିଲିୟନ ବୁଲି ଦେଖିବା ସହିତ ନିଜ ପସନ୍ଦର ପୋଷାକ କ୍ରୟ କରିପାରିବେ ବୋଲି ଡକ୍ଟର ମହାନ୍ତି ଓ ଶ୍ରୀ ପୃଷ୍ଟି ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟୁସିସିଆଇଏଲ୍ ଉପସଭାପତି ଶ୍ରୀଯୁକ୍ତ ମୁରଲୀ ଜାମୁଲା, କୋଷାଧ୍ୟକ୍ଷ ନାରାୟଣ କୁମାର, ଅତିରିକ୍ତ ନିର୍ଦ୍ଦେଶକ ଶଶୀ ଶେଖର ମହାନ୍ତି, ପୂର୍ବତନ ସଭାପତି ବ୍ରହ୍ମା ମିଶ୍ର, ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧୀନସ୍ଥ ବୁଣାକାର ସେବା କେନ୍ଦ୍ରର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁରେନ୍ଦ୍ର ପାତ୍ର, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବୟନ ପ୍ରଯୁକ୍ତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର କେଦାରନାଥ ଦାସ, ବୟନ ଶିଳ୍ପ ଉଦ୍ୟୋଗୀ ମୁକେଶ ନାୟକ, ବୟନ ଶିଳ୍ପ ବିଶେଷଜ୍ଞ ସରୋଜ ଶତପଥୀ, ଓ୍ବେଲସ୍ପନର ଓଡ଼ିଶା ମୁଖ୍ୟ ପାର୍ଥ ପଟ୍ଟନାୟକ, ଶିଳ୍ପୋଦ୍ୟୋଗୀ ଶ୍ରୀନିବାସ ସୁବୁଦ୍ଧି ଏବଂ ସୁନୀଲ ରାଉତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗତ ମାର୍ଚ୍ଚ ମାସରେ ୟୁସିସିଆଇଏଲ୍ ସହଯୋଗରେ ମାରୁତି ମିଡିଆ ପକ୍ଷରୁ ଭୁବନେଶ୍ୱରରେ ଦୁଇଦିନିଆ ରାଜ୍ୟସ୍ତରୀୟ କୃଷି ଉଦ୍ୟୋଗୀ ସମ୍ମିଳନୀ ‘ଫାର୍ମିଂ ଇନ୍ ଓଡ଼ିଶା’ ଏବଂ ଅକ୍ଟୋବର ମାସରେ ବ୍ୟାଙ୍କିଙ୍ଗ ଓ ବୀମା ଶିଳ୍ପ କ୍ଷେତ୍ରକୁ ନେଇ ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା’ ସଫଳତାର ସହିତ ଆୟୋଜିତ ହୋଇଥିଲା ।

Previous Post

Odisha Investors’ Meet in Hyderabad

Next Post

ୟୁ-ଟର୍ଣ୍ଣ ପଛର କାହାଣୀ

Next Post
ୟୁ-ଟର୍ଣ୍ଣ ପଛର କାହାଣୀ

ୟୁ-ଟର୍ଣ୍ଣ ପଛର କାହାଣୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA