ଭୁବନେଶ୍ୱର: ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ ଅର୍ଜନ କରିଛନ୍ତି । ସୋଆ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଲ୍ (ସ୍ନିଲ୍) ର ପୂର୍ବତନ ଛାତ୍ରୀ ନୀଲିଶା ପଟ୍ଟନାୟକ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ଦୁଇ ଜଣ ପୂର୍ବତନ ଛାତ୍ରଛାତ୍ରୀ ଅମ୍ଳାନ୍ ରଥ ଓ ସୁଦତ୍ତା ପାଣିଗ୍ରାହୀ ଯଥାକ୍ରମେ ୨୨ ଓ ୩୦ ସ୍ଥାନରେ ରହିଛନ୍ତି ।
ସେହିପରି ସ୍ନିଲ୍ ର ଆସିଷ୍ଟାଣ୍ଟ ପ୍ରଫେସର ବୈଶାଳୀ ବାହୁବଳେନ୍ଦ୍ର ଏବଂ ଅଂଶୁମାନ ରଥ ଯଥାକ୍ରମେ ୩୨ ଓ ୫୦ ତମ ସ୍ଥାନ ଅଧିକାର କରିଛନ୍ତି । ନୀଲିଶା ପଟ୍ଟନାୟକ ସ୍ନିଲ୍ ର ୨୦୨୨-୨୩ ବ୍ୟାଚ୍ ରେ ଏଲଏଲ୍ଏମ୍ ପାସ୍ କରିଥିବା ବେଳେ ଅମ୍ଳାନ ରଥ ୨୦୧୪-୧୯ ବ୍ୟାଚ୍ ରେ ବିବିଏ ଏଲଏଲବି (ଅନର୍ସ)ର ଛାତ୍ର ଓ ସୁଦତ୍ତା ପାଣିଗ୍ରାହୀ ୨୦୧୨-୧୭ ବ୍ୟାଚର୍ ବିବିଏ ଏଲଏଲବି (ଅନର୍ସ)ର ଛାତ୍ରୀ ଅଟନ୍ତି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ସ୍ନିଲ୍ ର ପୂର୍ବତନ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମେମ୍ବରଙ୍କୁ ସେମାନଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।