Thursday, November 26, 2026 09:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହିଳା କନେଷ୍ଟବଳଙ୍କ ନିର୍ଯ୍ୟାତନା କାହାଣୀ

ଭୋ ଭୋ ହୋଇ କାନ୍ଦିଲେ

by Our Correspondent
26 Nov, 2026- 08:48 PM
in Latest News, News
1 min read
0
ମହିଳା କନେଷ୍ଟବଳଙ୍କ ନିର୍ଯ୍ୟାତନା କାହାଣୀ

ବାଲେଶ୍ୱର: ‘ଅସୁସ୍ଥ ଛୁଆକୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଦିନଟିଏ ଛୁଟି ମାଗିଥିଲି । ମାତ୍ର ମୋତେ ଛୁଟି ଦଉନାହାନ୍ତି । ଅଫିସର ନିଜ ଛୁଆର ବାର୍ଥ ଡେ ପାଳନ କରିବା ପାଇଁ ଡୁ୍ୟଟି ଛାଡ଼ି ପଳଉଛନ୍ତି । ଥାନାରେ ଗୋଟେ ବି ଅଫିସର ରହୁନାହାନ୍ତି । ଆମେ କନେଷ୍ଟବଳ ଚାକିରି କରିଛୁ ବୋଲି କ’ଣ ମଣିଷ ନୁହଁ । ମୁଁ ଗୋଟେ ମାଆ ହିସାବରେ ମୋତେ ଘୃଣା ଲାଗୁଛି ଏମିତି ଡିପାର୍ଟମେଣ୍ଟରେ ଚାକିରି କରିକି । ତିନି ଦିନ ହେଲା ଡାକ୍ତରଙ୍କୁ ଦେଖାଇବି ବୋଲି ଛୁଟି ମାଗିଲିଣି । କିନ୍ତୁ ମିଳୁନି । ଧିକ୍ ମୋ ଚାକିରିକୁ..’

ଏହା ହେଉଛି ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ କ୍ଷୋଭ ଯାହା ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ବାଲେଶ୍ୱର ଟ୍ରାଫିକ୍ ଥାନାରେ କାର୍ଯ୍ୟରତ ଜନୈକ ମହିଳା କନେଷ୍ଟବଳ ତାଙ୍କର ଅସୁସ୍ଥ ଛୁଆକୁ ଡାକ୍ତରଖାନା ନେବାକୁ ଛୁଟି ମାଗି ନିରାଶ ହେଲା ପରେ କ୍ଷୋଭ, କଷ୍ଟ, ରାଗ ଓ ଅଭିମାନ ଧରି ରାଜରାସ୍ତାକୁ ଆସିଛନ୍ତି । ରାଜରାସ୍ତାରେ ଗଣମାଧ୍ୟମ ଆଗରେ ସେ ଭୋ ଭୋ କାନ୍ଦି ନିଜର ଦୁଃଖ କାହାଣୀ ବର୍ଣ୍ଣନା କରିଥିଲେ ।

ସରକାରୀ ଚାକିରି କରିଛି ବୋଲି କ’ଣ ମାଆ ହୋଇପାରିବିନି । ଆପଣମାନଙ୍କୁ ସମସ୍ତଙ୍କୁ ହାତଯୋଡୁଛି, ମୋତେ ନ୍ୟାୟ ଦରକାର । ଚାକିରି କରି ନ୍ୟାୟ ମିଳିଲାନି ବୋଲି ମୁଁ ରାସ୍ତାକୁ ଓହ୍ଲାଇଛି । ମୋ ଆଖି ଆଗରେ ଅନ୍ୟମାନଙ୍କୁ ଛୁଟି ମିଳୁଛି । ମାତ୍ର ମୋ ଛୁଆକୁ ଡାକ୍ତର କଟକ ରେଫର୍ କରିଥିଲେ ମଧ୍ୟ ମୋତେ ଜାଣିଶୁଣି ଛୁଟି ଦିଆଯାଉନି । ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି । ଏହା ଆଜି ହେଉନି । ଦୀର୍ଘ ୪ ବର୍ଷ ହେଲା ମୋ ସହିତ ଅନ୍ୟାୟ ହୋଇ ଚାଲିଛି । ପେଟରେ ଛୁଆ ରହିବା ଦିନଠାରୁ ମୋତେ ନିର୍ଯ୍ୟାତନା ଦିଆଯାଉଛି । ମୋ ୭ ମାସର ପିଲା ଜ୍ୱରରେ କମ୍ପୁଛି । ମୋତେ ଛୁଟି ଦିଆଯାଉନି । ମୁଁ ବହୁତ ଡିପ୍ରେସନ୍ ରେ ଅଛି ବୋଲି କହିଥିଲେ ।

ସଂଯୋଗକୁ ସେହି ସମୟରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି ସେହି ବାଟ ଦେଇ ଯାଉଥିଲେ । ସେଠାରେ ଗାଡ଼ି ଅଟକାଇ ତାଙ୍କଠାରୁ ସବୁ ଶୁଣିଥିଲେ । ମହିଳା କନେଷ୍ଟବଳ ତାଙ୍କୁ ହାତଯୋଡି ନ୍ୟାୟ ମାଗିଥିଲେ । କନେଷ୍ଟବଳ ଚାକିରି କରିଥିବାରୁ ନିଜର ଅସୁସ୍ଥ ଛୁଆକୁ ବି ଡାକ୍ତରଖାନା ନ ନେଇପାରିବାର ଅସାମର୍ଥତା ଜଣାଇ ନିଜକୁ ଧିକ୍କାର କରିଥିଲେ । ଶେଷରେ ତାଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଫେରି ଯାଇଥିଲେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ।

ପୁଲିସ ବିଭାଗରେ ଉପରିସ୍ଥ କର୍ମଚାରୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ନୂଆ ନୁହେଁ । ଗତ ଜୁଲାଇ ୪ ତାରିଖରେ କଟକର ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏଇ ନିକଟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ଏସଆଇ ପ୍ରଭାସିନୀ ସାହୁ ନିଜ ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଛନ୍ତି । ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଦୁଇଜଣ ଏସଆଇ ଅଶୋକ ପ୍ରଧାନ ଏବଂ ବାପୁଜୀ ମଲ୍ଲିକଙ୍କର ମୃତ୍ୟୁ ମଧ୍ୟ ରହସ୍ୟଜନକ ହୋଇରହିଛି ।

ମହିଳା ପୁଲିସଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ ଏବଂ ଆତ୍ମହତ୍ୟା ଭଳି ଘଟଣା ଉପରେ ପୁଲିସ ଡିଜି ବିନୟତୋଷ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଚାକିରି ଚାପ ନା ଘରୋଇ କଳି କେଉଁ କାରଣରୁ ମହିଳା ପୁଲିସ କର୍ମଚାରୀ ଜୀବନ ହାରୁଛନ୍ତି ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି । ମାନସିକ ଚାପରେ ରହୁଥିବା କର୍ମଚାରୀଙ୍କ କଥା ସାମ୍ନାକୁ ଆସିଲେ ତାହାକୁ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ଡିଜି କହିଛନ୍ତି ।

Previous Post

ତଦନ୍ତ ହେଉ, ରାଜନୀତି ନହେଉ!!

Next Post

ଦାବି ପୁରଣ ନ ହେଲେ ଉଠିବୁନୁ

Next Post
ଦାବି ପୁରଣ ନ ହେଲେ ଉଠିବୁନୁ

ଦାବି ପୁରଣ ନ ହେଲେ ଉଠିବୁନୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA