Sunday, June 15, 2025 02:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବର୍ଷା-ଅନୁଭବ ବିବାଦର ମିଡ଼ିଆ ଟ୍ରାଏଲ୍!

by Our Correspondent
08 Sep, 2020- 12:38 PM
in Latest News, News
1 min read
0
ବର୍ଷା-ଅନୁଭବ ବିବାଦର ମିଡ଼ିଆ ଟ୍ରାଏଲ୍!

ଭୁବନେଶ୍ୱର: ରାଜ୍ୟର ଗଣମାଧ୍ୟମରେ ଏବେ ପ୍ରମୁଖ ଖବର ବର୍ଷା-ଅନୁଭବ । ପ୍ରମୁଖ ଟିଭି ଚ୍ୟାନେଲ୍ କୁ ଫୁରସତ୍ ନାହିଁ । ୨୪ ଘଣ୍ଟା କାଳ ଏହା ହିଁ ବ୍ରେକିଂ ଖବର, ମୁଖ୍ୟ ଖବର । ଏଥିପାଇଁ ପ୍ରମୁଖ ଚାନେଲ୍ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ସେପଟେ ଏହି ଦାମ୍ପତ୍ୟ କଳହକୁ ଧରି ବିରୋଧୀ ରାଜନୈତିକ ଦଳ ବି ମାତିଛନ୍ତି । ଅନୁଭବଙ୍କ ବିରୋଧରେ ପ୍ରେସ୍ ମିଟ୍, କୁଶପୁତ୍ତଳିକା ଦାହ ଆରମ୍ଭ ହୋଇଯାଇଛି ।

ମୋଟାମୋଟି ଭାବେ, ବର୍ଷା-ଅନୁଭବଙ୍କ ଦାମ୍ପତ୍ତ୍ୟ ବିବାଦର କୋର୍ଟରେ ଶୁଣାଣି ପୂର୍ବରୁ ମିଡ଼ିଆ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି । ଦୁଇପକ୍ଷ ଓକିଲଙ୍କୁ ବସାଇ ଟିଭି ଚାନେଲ୍ ରେ କୋର୍ଟ ଦରବାର ଚାଲିଛି । ସତେ ଯେମିତି ମିଡ଼ିଆ ସେମାନଙ୍କୁ ଉଚିତ୍ ନ୍ୟାୟ ଦେଇପାରିବ । ଅନୁଭବଙ୍କ ରାଜନୈତିକ ପ୍ରତିପକ୍ଷଙ୍କୁ ଏହା ଖୁସିରେ କୁରୁଳେଇବା ସାଙ୍ଗକୁ ସାଧାରଣ ଦର୍ଶକଙ୍କୁ ମନୋରଂଜନ ଦେଉଥାଇପାରେ । ହେଲେ ସେଲିବ୍ରିଟି ଦମ୍ପତ୍ତି ଓ ସେମାନଙ୍କ ପରିବାରର ଇଜ୍ଜତକୁ ଏହା ଧୂଳିସାତ୍ କରିଦେଲାଣି ।

ବର୍ଷା-ଅନୁଭବଙ୍କ ପରେ ଗଣମାଧ୍ୟମର ଦ୍ୱିତୀୟ ମୁଖ୍ୟ ପ୍ରସଙ୍ଗ ହୋଇଛି ଚିନ୍ମୟୀ-ବିଦ୍ୟାଶ୍ରୀ-ବିସ୍ମିତ୍ । ଆଦିତ୍ୟ ଦାସଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ବ୍ୟକ୍ତିଗତ ଜୀବନ ଭିତରକୁ ପଶି ଛାନଭିନ୍ ଚାଲିଛି । ଚିନ୍ମୟୀ-ବିସ୍ମିତ୍ ଙ୍କୁ ଟିଭି ପରଦାରେ ବସାଇ ଅଦାଲତ୍ ଖୋଲିଛନ୍ତି ।

ଲଜ୍ଜା ଓ ଦୁର୍ଭାଗ୍ୟ ଯେ ଠିକ୍ ଏହି ସମୟକୁ ରାଜଧାନୀରେ ଜଣେ ୧୩ ବର୍ଷର ନାବାଳିକାକୁ ଲଗାତର ୧୦/୧୨ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲେ ମଧ୍ୟ ତାହା ମୁଖ୍ୟ ଖବରର ମାନ୍ୟତା ପାଇନାହିଁ । କାହିଁକି ଜାଣିଛନ୍ତି? ସଂପୃକ୍ତ ଅଭିଯୁକ୍ତମାନେ ହେଉଛନ୍ତି ଏକ ପ୍ରତିଷ୍ଠିତ ଘରୋଇ ଚାନେଲ୍ ର କର୍ମଚାରୀ ଏବଂ ସୁରକ୍ଷା କର୍ମୀ । ଖୋଦ୍ ଜଣେ ପୁଲିସ କର୍ମଚାରୀଙ୍କ ସହଯୋଗରେ ସେମାନେ ଏହି କୁକର୍ମ କରିଥିବାର ଅଭିଯୋଗ ହୋଇଛି । ସୁତରାଂ ଏକ ପ୍ରମୁଖ ଚାନେଲ୍ ର ଏକାଧିକ କର୍ମଚାରୀ ଅଭିଯୁକ୍ତ ହୋଇଥିବାରୁ ବିଭିନ୍ନସ୍ତରରେ ଖବରଟିକୁ ଚପାଇଦେବାକୁ ଉଦ୍ୟମ ହୋଇଛି ।

ଉଲ୍ଲେଖଥାଉକି, ଗଣଦୁଷ୍କର୍ମର ଶିକାର ନାବାଳିକାଙ୍କ ମାଆ ସଂପୃକ୍ତ ଚାନେଲ୍ ରେ କାମ କରୁଥିଲେ । ସେ ଅଫିସ୍ ଆସିବା ପରେ ନାବାଳିକା ଝିଅଟି ଘରେ ଏକୁଟିଆ ଥିବାର ସୁଯୋଗ ପାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଉଥିବାର ଅଭିଯୋଗ ଖୋଦ୍ ତାଙ୍କ ମାଆ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ପୁଲିସ ଛାନଭିନ୍ କରି ୧୦ ଜଣଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ ଅଭିଯୁକ୍ତିଙ୍କ ପାଖରେ ପହଞ୍ଚି ପାରିନି ।

ଲଜ୍ଜାର କଥା, ଏଭଳି ସ୍ପର୍ଶକାତର ଘଟଣା ପ୍ରମୁଖ ଚାନେଲ୍ ଓ ମୁଖ୍ୟ ବିରୋଧୀ ଦଳ ପାଇଁ ଗୌଣ ହୋଇଯାଇଛି । ନା ପ୍ରମୁଖ ଚାନେଲ୍ ରେ ଖବର ଅଛି ନା ମୁଖ୍ୟ ବିରୋଧୀ ଦଳର ପାଟି ଖୋଲୁଛି । ଗତକାଲି ବର୍ଷା-ଅନୁଭବଙ୍କ ମାମଲା ଉପରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରେସ୍ ମିଟ୍ କରି ଅନୁଭବଙ୍କ ବହିଷ୍କାର ଦାବି କରିଥିଲେ ମଧ୍ୟ ନାବାଳିକା ଗ୍ୟାଙ୍ଗରେପ୍ ସମ୍ପର୍କରେ ପାଟି ଖୋଲି ନ ଥିଲେ । କିଛି ସାମ୍ବାଦିକ ପ୍ରଶ୍ନ କଲାରୁ ବାଧ୍ୟହୋଇ ଦୁଇପଦ କହିଦେଇଥିଲେ । ଆଜି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଆସି ବିକ୍ଷୋଭ କରିଛି ।

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଖବରକୁ ଗୁରୁତ୍ୱହୀନ କରି କାହାରି ବ୍ୟକ୍ତିଗତ ଜୀବନ ପଛରେ ଗୋଡ଼ାଇବା ପଛର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଥିଲେ ମଧ୍ୟ ପ୍ରତିବାଦ କରିବାର ଉପାୟ ନାହିଁ । ଯେମିତିକି ଜାତୀୟ ଗଣମାଧ୍ୟମରେ ମାସ ମାସ ଧରି ସୁଶାନ୍ତ ସିଂ ରାଜପୁତ-ରିୟା ଚକ୍ରବର୍ତ୍ତୀ ଏବଂ କଙ୍ଗନା ରାଣାୱତ୍ ଙ୍କ ଛଡ଼ା ସତେ ଯେମିତି ଆଉ କିଛି ଖବର ନାହିଁ । ମହାମାରୀ କରୋନା, ଘୋର ଆର୍ଥିକ ସଙ୍କଟ, ବେକାରୀ, ଦାରିଦ୍ର୍ୟ, ଆତ୍ମହତ୍ୟା, ପିଲାଙ୍କ ଭବିଷ୍ୟତ, ଚୀନ୍ ଅନୁପ୍ରବେଶ ଭଳି ପ୍ରମୁଖ ପ୍ରସଙ୍ଗ ସଂପୃକ୍ତ ଗଣମାଧ୍ୟମଗୁଡ଼ିକ ପାଇଁ ଗୌଣ ହୋଇଯାଇଛି । ଉତ୍କଟ କରୋନା ସଂକ୍ରମଣ ସାଙ୍ଗକୁ ଓଡ଼ିଶାରେ ଯାବତୀୟ ସମସ୍ୟା ଥିଲା ବେଳେ ଜାତୀୟ ଟ୍ରେଣ୍ଡରେ ପଡ଼ିଯାଇଛି ଓଡ଼ିଶା ଗଣମାଧ୍ୟମ ।

ବର୍ଷା-ଅନୁଭବ ପାରିବାରିକ ବିବାଦକୁ ଘାଣ୍ଟିବା ପଛର ମୁଖ୍ୟ ରହସ୍ୟଟି ହେଉଛି ଅନୁଭବଙ୍କ ରାଜନୈତିକ ପରିଚୟ । କେନ୍ଦ୍ରାପଡ଼ା ଭଳି ସମ୍ମାନଜନକ ଆସନରୁ ଶକ୍ତିଶାଳୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକସଭାର ଏମପି ହୋଇଛନ୍ତି । ତେଣୁ ତାଙ୍କ ବ୍ୟକ୍ତିଗତ ମାମଲା ରାଜନୀତିର ଚକ୍ରବ୍ୟୁହକୁ ଚାଲିଆସିଛି । ତାଙ୍କ ଦାମ୍ପତ୍ତ୍ୟ ଜୀବନର ଗୋଳିଆ ପାଣିରୁ ଫାଇଦା ନେବାର ପ୍ରତିପକ୍ଷଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ । ସାଙ୍ଗକୁ ଟିଆରପି ଗୋଟାଇବାର ନିଶା ।

ଯାହା ବି ହେଉ, ଏହି ପାରିବାରିକ ମାମଲାର ମିଡିଆ ଟ୍ରାଏଲ୍ କୁ କିଛି ବୁଦ୍ଧୀଜୀବୀ ନାପସନ୍ଦ କରିଛନ୍ତି । ଉଭୟଙ୍କୁ ମିସ୍ ଗାଇଡ୍ କରାଯାଉଛି ବୋଲି କହିଛନ୍ତି । ଜଣେ ପୁରୁଖା ସାମ୍ବାଦିକଙ୍କ ମତରେ, ଏକ ହାଇପ୍ରୋଫାଇଲ୍ ପାରିବାରିକ ବିବାଦ ଗଣମାଧ୍ୟମ ପାଇଁ ଖବର ହୋଇପାରେ । ମାତ୍ର କେହି ଲକ୍ଷ୍ମଣରେଖା ଡେଇଁବା ଉଚିତ ନୁହେଁ । କାହାର ବ୍ୟକ୍ତିଗତ ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ମିଡ଼ିଆ ଅସ୍ତ୍ର ହେବା ଉଚିତ୍ ନୁହେଁ । ବର୍ଷା-ଅନୁଭବଙ୍କ କ୍ଷେତ୍ରରେ ଏକ ଦାମ୍ପତ୍ୟ ବିବାଦ ଅଧିକ ଜଟିଳ ହେବା ସହ ଉଭୟ ପତି-ପତ୍ନୀଙ୍କ ଇଜ୍ଜତ ଦାଣ୍ଡରେ ଗଡୁଛି ।

କହିବା ବାହୁଲ୍ୟ ଯେ କିଛି ବର୍ଷ ତଳେ ସେମିତି ଆଉ ଜଣେ ବର୍ଷାଙ୍କୁ ନେଇ ଗଣମାଧ୍ୟମର ନିଦ ହଜିଯାଇଥିଲା । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୁ ବର୍ଷାସୋନି ଚୌଧୁରୀ ନିଜର ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଗଣମାଧ୍ୟମ ଜରିଆରେ ସେହି ପାରିବାରିକ କଳି ଦୀର୍ଘ ଦିନ ଧରି ଦାଣ୍ଡରେ ଗଡ଼ିଲା । ବିରୋଧୀ ଦଳ ରାଜରାସ୍ତା ଫଟାଇଥିଲେ । ରଘୁନାଥଙ୍କ ମନ୍ତ୍ରୀ ପଦ ଚାଲିଯିବା ସହ ରାଜନୈତିକ କ୍ୟାରିୟର୍ ଖତମ୍ ହୋଇଗଲା । ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣା ପରେ ସେହି ବର୍ଷା ଫେରି ଆସିଲେ ସ୍ୱାମୀଙ୍କ ପାଖକୁ । ଏବେ ଶାଶୁଘରେ ବିନ୍ଦାସ ଜୀବନ ବିତାଉଛନ୍ତି ବର୍ଷା । ଦୁର୍ଭାଗ୍ୟ ଯେ ଶ୍ୱଶୁର ତାଙ୍କ କ୍ୟାରିୟର୍ ଫେରିପାଇଲେନି ।

Previous Post

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

Next Post

ଡ୍ରଗ୍ ଲିଙ୍କ୍ ରେ ରିୟା ଚକ୍ରବର୍ତ୍ତୀ ଗିରଫ

Next Post
ଡ୍ରଗ୍ ଲିଙ୍କ୍ ରେ ରିୟା ଚକ୍ରବର୍ତ୍ତୀ ଗିରଫ

ଡ୍ରଗ୍ ଲିଙ୍କ୍ ରେ ରିୟା ଚକ୍ରବର୍ତ୍ତୀ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA