Saturday, May 30, 2026 09:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

by Our Correspondent
07 Sep, 2020- 03:38 PM
in Latest News, News
1 min read
0
ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ
Spread the love

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କର ପରଲୋକ ହୋଇଯାଇଛି । ଦୀର୍ଘବର୍ଷ ଧରି ସେ ଅସୁସ୍ଥ ଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।

ରାଜନୀତିରେ ନିଷ୍ଠା ଓ ଧୈର୍ଯ୍ୟର ଜ୍ୱଳନ୍ତ ପ୍ରତୀକ ଥିଲେ ନରେନ୍ଦ୍ର ସ୍ୱାଇଁ । ଛାତ୍ରାବସ୍ଥାରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୀର୍ଘ ବର୍ଷ ଧରି ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ଭୂମିକାରେ ଥିଲେ । ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ୱ ନେଉଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡ଼ିରେ ଯୋଗଦେଇଥିଲେ । ଦଳର ସାଂଗଠନିକ ବ୍ୟାପାରରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଦୀର୍ଘବର୍ଷ ଧରି ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ରାଜ୍ୟ କାର୍ଯ୍ୟାଳୟ ଦାୟିତ୍ୱ ବୁଝୁଥିଲେ । ଏକଦା ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ବୋଲେ ନରେନ୍ଦ୍ର ସ୍ୱାଇଁଙ୍କୁ ହିଁ ବୁଝାଯାଉଥିଲା ।

ଓଡ଼ିଶାର ରାଜନୈତିକ ଭୂଗୋଳ ଉପରେ ତାଙ୍କର ପ୍ରଚଣ୍ଡ ଦଖଲ ଥିଲା । ଦଳର ସୁପ୍ରିମୋଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲେ ମଧ୍ୟ କେବେ ଏମଏଲଏ କିମ୍ବା ଏମପି ଟିକେଟ୍ ଖଣ୍ଡେ ପାଇଁ ବ୍ୟାକୁଳ ନ ଥିଲେ । ତେବେ ତାଙ୍କର ନିଷ୍ଠାପର କାର୍ଯ୍ୟର ପୁରସ୍କାର ପାଇଥିଲେ । ଓଡ଼ିଶା ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା ।

୨୦୧୫ ରେ ବିଜେଡ଼ି ରାଜ୍ୟସଭା ଟିକେଟ୍ ପାଇ ସେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ୨୦୧୫ ଡିସେମ୍ବର ୭ରୁ ୨୦୨୦ ଏପ୍ରିଲ୍ ୨ ପର୍ଯ୍ୟନ୍ତ ରାଜ୍ୟସଭା ଏମପି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ଅମାୟିକ ବ୍ୟକ୍ତି ପାଇଁ ସେ ସମସ୍ତଙ୍କର ଆଦର ଥିଲେ ।

ନରେନ୍ଦ୍ର ସ୍ୱାଇଁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ଉତ୍ସର୍ଗୀକୃତ ସଂଗଠକ ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ଶ୍ରମଜୀବୀମାନଙ୍କ ପାଇଁ ତାଙ୍କର ସେବା ତାଙ୍କୁ ସବୁବେଳେ ସ୍ମରଣୀୟ ରଖିବ ବୋଲି କହିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ନେତୃବର୍ଗ, ମନ୍ତ୍ରୀ ଓ ବିଧାୟକମାନେ ଶ୍ରୀ ସ୍ୱାଇଁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।

ସ୍ୱର୍ଗତ ସ୍ୱାଇଁଙ୍କ ସମ୍ମାନାର୍ଥେ ଆଜି ସଂଧ୍ୟା ୫ ଟାରେ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଶୋକସଭାର ଆୟୋଜନ କରାଯାଇଥିବା ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଜଣାଇଛନ୍ତି ।

Previous Post

ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

Next Post

ବର୍ଷା-ଅନୁଭବ ବିବାଦର ମିଡ଼ିଆ ଟ୍ରାଏଲ୍!

Next Post
ବର୍ଷା-ଅନୁଭବ ବିବାଦର ମିଡ଼ିଆ ଟ୍ରାଏଲ୍!

ବର୍ଷା-ଅନୁଭବ ବିବାଦର ମିଡ଼ିଆ ଟ୍ରାଏଲ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA