Wednesday, May 27, 2026 02:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାଲିଗଲେ ମିହିର ଦାସ

by Our Correspondent
11 Jan, 2022- 09:12 PM
in Latest News, News
1 min read
0
ଚାଲିଗଲେ ମିହିର ଦାସ

ଭୁବନେଶ୍ୱର: ଭେଟେରାନ୍ ମିହିର ଦାସ ଆଉ ଇହଜଗତରେ ନାହାନ୍ତି । ଓଡ଼ିଆ ସିନେ ଜଗତର ଏହି ପ୍ରଖ୍ୟାତ କଳାକାର ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ହାରି ଯାଇଛନ୍ତି । ଆଜି ଅପରାହ୍ନରେ କଟକର ଏକ ଘରୋଇ ହସପିଟାଲ୍ ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

କିଡ଼ନୀ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ଡିସେମ୍ବର ୮ ତାରିଖ ଦିନ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କର କିଡ଼ନୀ ଅକାମୀ ହୋଇଯିବା ସହ ମଲଟି ଅର୍ଗାନ୍ କାମ କରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ତେବେ ଦିନକୁ ଦିନ ତାଙ୍କ ଅବସ୍ଥା ଆହୁରି ଜଟିଳ ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ଆଜି(ମଙ୍ଗଳବାର) ଅପରାହ୍ନ ୩.୨୫ ମିନିଟ୍ ରେ ଶ୍ରୀ ଦାସ ଆଖି ବୁଜିଦେଇଥିଲେ । ମୃତ୍ୟୁ ବେଳକୁ ପାଖରେ ପୁଅ ଅମ୍ଲାନ ଉପସ୍ଥିତ ଥିଲେ ।

୧୯୫୯ ଫେବ୍ରୁଆରୀ ୧୧ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ମିହିର ଦାସ । ପିଲାଦିନକୁ ଅଭିନୟ ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ଥିଲା । ପରବର୍ତ୍ତୀ ସମୟରେ ଅଭିନୟକୁ ପେଶା କରିଥିଲେ ସେ । ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ ଥିଲା ‘ସ୍କୁଲ ମାଷ୍ଟର’ । ତାହା ଏକ ଆର୍ଟ ଫିଲ୍ମ ଥିଲା । ୧୯୭୯ ମସିହାରେ ରିଲିଜ୍ ହୋଇଥିବା ‘ମଥୁରା ବିଜୟ’ ତାଙ୍କର ପ୍ରଥମ ବ୍ୟବସାୟିକ ଫିଲ୍ମ ଥିଲା । ଆଉ ଏହି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ରାତାରାତି ପ୍ରସିଦ୍ଧି ଆଣି ଦେଇଥିଲା । ତା’ ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି । ତାଙ୍କର ଅଧିକାଂଶ ଫିଲ୍ମ ହିଟ୍ ମାନ୍ୟତା ପାଇଛି ।

୧୯୯୮ ରେ ‘ଲକ୍ଷ୍ମୀ ପ୍ରତିମା’ ଏବଂ ୨୦୦୫ ରେ ‘ଫେରିଆ ମୋ ସୁନା ଭଉଣୀ’ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ମିଳିଥିଲା । ୨୦୦୨ ରେ ‘ରାଖି ବାନ୍ଧିଲି ମୋ ରଖିବ ମାନ’ ଏବଂ ୨୦୧୦ ରେ ‘ପ୍ରେମ ଅଢ଼େଇ ଅକ୍ଷର’ ପାଇଁ ତାଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ମିଳିଥିଲା । ‘ପୁଅ ମୋର ଭୋଳାଶଙ୍କର’ ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ପାଇଁ ସେ ସମସ୍ତଙ୍କର ବେଶୀ ଦୃଷ୍ଟି ଆକର୍ଷଣ ହୋଇଥିଲେ ।

ମିହିର ଦାସଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ସ୍ୱର୍ଗତ ଦାସ ଜଣେ ଶୀର୍ଷସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ବୋଲି ରାଜ୍ୟପାଳ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ କଳା ଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ । ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

Previous Post

ଫେବ୍ରୁଆରୀ ୧୬ରୁ ପଞ୍ଚାୟତ ଭୋଟ; ରାଲି, ସମାବେଶ ମନା

Next Post

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ମୁଖ୍ୟମନ୍ତ୍ରୀ

Next Post
ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ମୁଖ୍ୟମନ୍ତ୍ରୀ

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA