Saturday, April 18, 2026 08:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୨ରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳିବାକୁ ନିବେଦନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିଡିଓ ବାର୍ତ୍ତା

by Our Correspondent
18 Jan, 2024- 07:09 PM
in Latest News, News
1 min read
0
୨୨ରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳିବାକୁ ନିବେଦନ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବାକୁ ସମସ୍ତଙ୍କୁ ନିବେଦନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିରେ ଧର୍ମେନ୍ଦ୍ର କହିଛନ୍ତି,

ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ନଗରୀକୁ ଦୀପ ଦ୍ୱାରା ସଜାଇ ଥିଲେ ।  ଆମେମାନେ ମଧ୍ୟ ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ସବୁଠି ଦୀପ ଜାଳି ଦିନଟିକୁ ‘ଦୀପାବଳି ଉତ୍ସବ’ ଭାବରେ ପାଳନ କରିବା । ଶ୍ରୀରାମଙ୍କ ପାଇଁ ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବା ।

ଆଉ ମାତ୍ର ୩ ଦିନ ପରେ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ । ଜାନୁଆରୀ ୨୨ ତାରିଖରେ ରାମ ନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିନ ସମଗ୍ର ଭାରତବର୍ଷ, କୋଟି କୋଟି ହିନ୍ଦୁ, ସନାତନୀ ଓ ରାମଭକ୍ତଙ୍କ ପାଇଁ ଏକ ମହାନ ଓ ପବିତ୍ର ଅବସର ଆଣିଦେବ । ଆଜିର ଦିନରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିବା ସମସ୍ତ ମହାପୁରୁଷ ଓ ବ୍ୟକ୍ତିବିଶେଷ ମାନଙ୍କୁ ମୋର ପ୍ରଣାମ ଜଣାଉଛି ।

ପ୍ରଭୁ ଶ୍ରୀରାମ ହେଉଛନ୍ତି ସୁଶାସନର ପ୍ରତୀକ । ପ୍ରଭୁ ଶୀରାମଙ୍କ ଜୀବନ ଆମ ପାଇଁ ପ୍ରେରଣାର ଅନନ୍ତ ଉତ୍ସ । ତାଙ୍କ ଜୀବନ କାହାଣୀ ଆମକୁ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର ଶିକ୍ଷା ଦେଇଥାଏ ।  ମହାପ୍ରଭୁ ଶ୍ରୀ ଜଗନ୍ନାଥ ହୁଅନ୍ତି ଦୁର୍ଲ୍ଲଭ ରଘୁନାଥ ବେଶ । ଯେ ମହାପ୍ରଭୁ ଶ୍ରୀ ରାମ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥ । ତ୍ରେତୟା ଯୁଗରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷର ବନବାସରୁ ଅଯୋଧ୍ୟାକୁ ଫେରିଥିଲେ । ଆଉ ଏ ଯୁଗରେ, ଶତାବ୍ଦୀ ଶତାବ୍ଦୀ ପରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି । ରାମନଗରୀରେ ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଦେଶ ରାମମୟ ହୋଇଛି । ଅଯୋଧ୍ୟାରେ ନୂଆ ଇତିହାସର ରଚନା ହେବା ପାଇଁ ଯାଉଛି ।

ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷର ନାଗରିକ ଓ ରାମଭକ୍ତମାନେ ‘ଅଯୋଧ୍ୟା ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେଉଛନ୍ତି । ଦେଶ ବିଦେଶରେ ନାହିଁ ନଥିବା ଉତ୍ସାହ ଦେଖାଯାଇଛି । ‘ରାମନାମ’ର ଉଚ୍ଚାରଣ ଓ ହନୁମାନ ଚାଳିଶା ପାଠରେ ସବୁଠି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି ।

ଆମେ ଯେତେବେଳେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଭବ୍ୟ କରିବା ପାଇଁ ଏକାଠି ହୋଇଛେ, ସେହି ସମୟରେ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ତାଙ୍କ ଆହ୍ୱାନ କ୍ରମେ ଆମେ ଆମର ଆଖପାଖ ଦେବାଳୟ ଓ ତୀର୍ଥସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର ରଖିବା । ସେ ସବୁର ଫଟୋ ଓ ଭିଡ଼ିଓକୁ ନିଜ ସାମାଜିକ ଗଣମାଧ୍ୟମରେ #SwachhTeerthCampaign ହ୍ୟାସ ଟ୍ୟାଗ ବ୍ୟବହାର କରି ଅପଲୋଡ୍ କରିବା । ଅନ୍ୟମାନଙ୍କୁ ଏହି ସେବାକାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା । ସ୍ୱଚ୍ଛତା ଶ୍ରମଦାନ ଜରିଆରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସମର୍ପଣ ହେବା । ଜାନୁଆରୀ ୨୨ ତାରିଖରେ ସବୁଠି ଦୀପ ଜାଳି ଦିନଟିକୁ ‘ଦୀପାବଳି ଉତ୍ସବ’ ଭାବରେ ପାଳନ କରିବା

। 

Previous Post

କଲ୍ପନା ଅଞ୍ଚଳରେ ଲୋକାର୍ପଣ ଉତ୍ସବ ପାଳନ

Next Post

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

Next Post
ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA