ଭୁବନେଶ୍ୱର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅବସରକୁ ସାରା ରାଜ୍ୟରେ ଧୂମଧାମ ଭାବେ ପାଳନ କରାଯାଇଛି । ଭୁବନେଶ୍ୱର କଳ୍ପନା ଛକସ୍ଥିତ ଅଗ୍ନିଶମ ସେବା କେନ୍ଦ୍ର ନିକଟରେ ଏଥିପାଇଁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜେଡି ରାଜ୍ୟ ସମ୍ପାଦକ ତଥା କର୍ପୋରେଟର ଅମରେଶ(ବାଇଁଆ) ଜେନାଙ୍କ ନେତୃତ୍ୱରେ ବଡ଼ି ସକାଳୁ ସକାଳୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଓଡ଼ିଶା ମୋ ପରିବାରର ସହ ସଂଯୋଜକ ରୁଦ୍ର ସାମନ୍ତରାୟ, କର୍ପୋରେଟର ସନ୍ତୋଷ ସିଂହ, କେ. ଶାନ୍ତି, ଅଜିତ ବେହେରା, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ନରେନ ସାହୁ, ଚଗଲା ସାହୁ, ରାଜକିଶୋର ସାହୁ, ରାମଚନ୍ଦ୍ର ପ୍ରଧାନ, ବାବୁଲି ସମର୍ଥ, ଜାଗା ମିଶନ ଉପଦେଷ୍ଟା ଶାଶ୍ୱତୀ ମିଶ୍ର, ବିଜେଡି ମୁଖପାତ୍ର ଇପସିତା ସାହୁଙ୍କ ସମେତ ୱି ଫର୍ ଭୁବନେଶ୍ୱରର ସମସ୍ତ କର୍ମକର୍ତ୍ତା ଏବଂ ବିଏମସି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।







