Tuesday, May 26, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ

୫ଟି ଜାଗାରେ ଭିଜିଲାନସ୍ ରେଡ୍

by Our Correspondent
28 Oct, 2021- 10:35 PM
in Latest News, News
1 min read
0
ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର: ୨୦ ବର୍ଷ ପୁଲିସ କନେଷ୍ଟବଳ ଚାକିରି କାଳରେ ପ୍ରସନ୍ନ ବେହେରା କମେଇଛନ୍ତି ଅମାପ ସମ୍ପତ୍ତି । ଚାକିରି ସାଙ୍ଗରେ ଫର୍ଣ୍ଣିଚର ବେପାର କରୁଥିଲେ, ଭାଇ ନାଁରେ ହୋଟେଲ ବାର୍ ଚଳାଉଥିଲେ । ଏହି କରିତକର୍ମା କନେଷ୍ଟବଳ ଉଭୟ ଆଡୁ ଅଜସ୍ର ସମ୍ପତ୍ତି କମେଇଛନ୍ତି । ମାତ୍ର ସତ୍ ଉପାୟରେ ସେ ସବୁ ସମ୍ପତ୍ତି କମାଇ ନାହାନ୍ତି । ଅସଦ ଓ ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି । ଆଜି ଭିଜିଲାନସ୍ ରେଡ୍ ରୁ ମିଳିଥିବା ତାଙ୍କର ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେଇଛି ।

ଡୁମୁଡୁମାଠାରେ ଥିବା ତାଙ୍କର ସ୍ପାର୍କ ଫର୍ଣ୍ଣିଚର ନାମକ ଏକ ସୋ ରୁମ୍ ଅଛି । ୦.୨୫୦ ଏକର ଜାଗା ଉପରେ ଏହି ବିଶାଳ ସୋ ରୁମ୍ ଛିଡ଼ା କରିଛନ୍ତି । କାଗଜପତ୍ରରେ ଜାଗାର ମୂଲ୍ୟ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କା । ୨୦୧୯ ମସିହାରେ ରେଜିଷ୍ଟ୍ରି ହୋଇଥିବା ଏହି ଜାଗାର ବଜାର ମୂଲ୍ୟ କିନ୍ତୁ ୨ କୋଟିରୁ ଅଧିକ ହେବ । ଏହାଛଡ଼ା ପ୍ରସନ୍ନ ତାଙ୍କ ଗାଁ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ାରେ ୪୫ ଲକ୍ଷ ଟଙ୍କାର ଏକ ପ୍ଲଟ୍ ପକେଇଛନ୍ତି । ଭୁବନେଶ୍ୱର ସୁନ୍ଦରପଦାରେ ପତ୍ନୀଙ୍କ ନାଁରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍ କିଣିଛନ୍ତି । ତାଙ୍କ ପରିବାର ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଇନସୁରାନ୍ସ ଡିପୋଜିଟ୍ ରଖିଛନ୍ତି ପ୍ରସନ୍ନ ।

ଏହି ପୂର୍ବତନ କନେଷ୍ଟବଳ ୪ ଟି ଦାମୀ କାର୍ ଚଢ଼ୁଥିଲେ । ସେଗୁଡ଼ିକ ହେଉଛି, ୧୨ ଲକ୍ଷ ୭୧ ହଜାର ମୂଲ୍ୟର ଟାଟା ସଫାରି, ୭ ଲକ୍ଷ ୮୭ ହଜାର ମୂଲ୍ୟର ମାରୁତି ବାଲେନୋ, ୧୧ ଲକ୍ଷ ୪୪ ମୂଲ୍ୟର ଦୁଇଟି ଟାଟା ଆସେ, ୧ ଲକ୍ଷ ୭୨ ହଜାର ଟଙ୍କାର ରୟାଲ୍ ଏନଫିଲଡ ବୁଲେଟ ଓ ୪୪ ହଜାର ଟଙ୍କାର ଟିଭିଏସ୍ ଭିକ୍ଟର । ସର୍ଚ୍ଚ ବେଳେ ତାଙ୍କଠାରୁ ୨୧ ଟି ପାସବୁକ୍ ମଧ୍ୟ ଜବତ ହୋଇଛି ।

ଖାଲି ସେତିକି ନୁହେଁ । କଳ୍ପନାରେ ଯେଉଁ ସରକାରୀ କ୍ୱାଟର୍ସରେ ପ୍ରସନ୍ନ ରହୁଛନ୍ତି ତାହାର ରୂପରେଖ, ସାଜସଜ୍ଜା ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କର ଜି-୧୨-ପୁଲିସ ସରକାରୀ କ୍ୱାଟର୍ସକୁ ସେ ବଙ୍ଗଳା ବନେଇ ଦେଇଛନ୍ତି । ବେଆଇନ ଭାବେ କ୍ୱାଟର୍ସକୁ ବଢ଼ାଇ ୮ଟି ରୁମ୍ ବାହାର କରିଛନ୍ତି । ସେଥିରେ ଅଛି ୩ ଟି ବେଡରୁମ୍, ଗୋଟେ ଡ୍ରଇଂ ରୁମ୍, ଗୋଟେ ଡାଇନିଂ ରୁମ୍, ଗୋଟେ ରୋଷେଇ ଘର, ଗୋଟେ ପୂଜା ରୁମ୍ ଏବଂ ଗୋଟେ ବାଥରୁମ୍ ।

ତାଙ୍କ ପ୍ଲଟ୍, ବିଲଡିଂ ଏବଂ ଫର୍ଣ୍ଣିଚର ସୋ ରୁମ୍ ରେ ଥିବା ଦାମୀ ଫର୍ଣ୍ଣିଚର ଗୁଡ଼ିକର ମୂଲ୍ୟ ଆକଳନ ପାଇଁ ଭିଜିଲାନସ୍ ଟେକ୍ନିକାଲ୍ ଉଇଙ୍ଗ, ଫାଇନାନସ୍ ଉଇଙ୍ଗ, ଫରେଷ୍ଟ ଉଇଙ୍ଗ୍ ନିୟୋଜିତ ହୋଇଛନ୍ତି । ଏଗୁଡ଼ିକର ପ୍ରକୃତ ଆକଳନ କରାଯାଉଛି ।

ଆଜି ସକାଳୁ ଭିଜିଲାନସ୍ ର ୫ ଟି ଟିମ୍ ପ୍ରସନ୍ନ ବେହେରାଙ୍କ କଳ୍ପନାସ୍ଥିତ ସରକାରୀ ବାସଭବନ, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର୍ ସୋ ରୁମ୍, ଲିଙ୍ଗିପୁର ସନ୍ଥ ବିହାରଠାରେ ଥିବା ଫର୍ଣ୍ଣିଚର୍ ୱାର୍କସପ୍, ପାତ୍ରପଡ଼ାସ୍ଥିତ ସାଉଥସିଟି ବାର ଏବଂ ଖୋର୍ଦ୍ଧା ନୂଆପଡ଼ା ଗାଁରେ ଥିବା ଦୁଇମହଲା କୋଠା ଉପରେ ଏକକାଳୀନ ରେଡ୍ କରିଥିଲେ । ତଦନ୍ତ ଏବେ ବି ଚାଲିଛି । ତଦନ୍ତ ଶେଷ ହେବା ପରେ ଯାଇ ତାଙ୍କର ବେଆଇନ ସମ୍ପତ୍ତି ଠିକ୍ ଭାବେ ଜଣାପଡ଼ିବ ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାଉଥସିଟି ବାର୍ ଗୁମର ଓ କନେଷ୍ଟବଳ ପ୍ରସନ୍ନର କାରନାମା ଜଣାପଡ଼ିଥିଲା । ପ୍ରସନ୍ନ ନାଁରେ ଏକାଧିକ ଅପରାଧିକ ମାମଲା ବି ସାମନାକୁ ଆସିଥିଲା । ଗତ ୨୨ ତାରିଖରେ ତାଙ୍କୁ ପ୍ରଥମେ ଚାକିରିରୁ ନିଲମ୍ବନ କରାଯାଇଥିଲା । ୨୩ ତାରିଖରେ ଗିରଫ କରାଗଲା । ୨୪ ତାରିଖରେ ଚାକିରିରୁ ବରଖାସ୍ତ କରାଯାଇଛି ।

Previous Post

ସବୁ ଜିଲ୍ଲାରେ ଶିଶୁଙ୍କ ପାଇଁ ଥାନା

Next Post

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩

Next Post
ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA