Friday, August 14, 2026 11:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିନୟତୋଷ କାମଚଳା ପୁଲିସ ଡିଜି

ଶସ୍ତାରୁ ହୀନସ୍ତା ଡବଲ ଇଞ୍ଜିନ୍

by Samar Pradhan
14 Aug, 2026- 08:13 PM
in Latest News, News
1 min read
0
ବିନୟତୋଷ କାମଚଳା ପୁଲିସ ଡିଜି

ଭୁବନେଶ୍ୱର: ଗଳାବାଟରେ ଧକ୍କା ଖାଇ କାମଚଳାରେ ଅଟକିଲେ ମୋହନ ସରକାର । ପୁଲିସ ବିଭାଗରେ କାମଚଳା ଡିଜିଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ ହେଲେ । ଆଉ ମାତ୍ର ତିନି ମାସ ଚାକିରି ଥିବା ୧୯୯୩ ବ୍ୟାଚ୍ ର ଆଇଏଏସ୍ ବିନୟତୋଷ ମିଶ୍ରଙ୍କୁ ଆଜି କାମଚଳା ଡିଜି ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ରାଇମବ୍ରାଞ୍ଚ ଡିଜି ପଦରେ ଥିବା ବିନୟତୋଷ ଓଡ଼ିଶା ପୁଲିସର ମୁଖିଆ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ଆସନ୍ତା ୧୬ ତାରିଖରେ ଅବସର ନେଉଥିବା ବର୍ତ୍ତମାନର ଡିଜିପି ୱାଇ. ବି ଖୁରାନିଆଙ୍କଠାରୁ ସେ ଦାୟିତ୍ୱ ନେବେ ।

ଏପ୍ରିଲ୍ ମାସରୁ ନୂଆ ଡିଜିପି ଚୟନର କସରତ୍ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରିୟାପ୍ରୀତି ପାଇଁ ଆଜି ରାଜ୍ୟକୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି । ଚୟନ ପ୍ରକ୍ରିୟାରେ ଅନିୟମିତତା ପାଇଁ ଡିଜିପି ନିଯୁକ୍ତି ଅଟକି ରହିବା ସାରା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ଘଟଣାରେ ସୁପ୍ରିମକୋର୍ଟରୁ ରାଜ୍ୟ ସରକାରଙ୍କୁ ଝଟକା ମିଳିବା ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଦେଇଛି ।

ସୂଚନାଥାଉକି, ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ବେନିୟମ କାର୍ଯ୍ୟ ହେଉଥିବା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଛି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଏଡ଼ାଇ ଅଯୋଗ୍ୟ ଅଧିକାରୀଙ୍କୁ ତାଲିକାରେ ସାମିଲ କରାଯାଇଥିବା ଏଥିରେ ଅଭିଯୋଗ ହୋଇଛି । ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ମାମଲା ତାଲିକାଭୁକ୍ତ ହୋଇ ନ ଥିଲେ ମଧ୍ୟ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମଙ୍କ ଦୃଷ୍ଟି ଆକର୍ଷଣ ଯୋଗୁଁ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହାର ବିଚାର କରିଥିଲେ ।

ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଶା ସରକାର ୟୁପିଏସସିକୁ ପ୍ରଥମ ତିନୋଟି ନାଁ ଏପ୍ରିଲ୍ ମାସରେ ପଠାଇଥିଲେ । ପରବର୍ତ୍ତୀ ସମୟରେ ପୁଣି ୮ଟି ନାଁ ଯୋଡ଼ା ଯାଇଥିଲା । ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ୟୁପିଏସସି ବୈଠକରେ ପୁଣି ଦୁଇଟି ନାଁ ଫେରାଇ ଦିଆଯାଇଥିଲା । ୧୦ ତାରିଖରେ ସେମାନଙ୍କୁ ଏଡିଜିରୁ ଡିଜିପିକୁ ପଦୋନ୍ନତି ଦିଆଯାଇ ପୁଣି ତାଲିକାରେ ଯୋଡା ଯାଇଥିଲା । ଏହା ବେନିୟମ ଏବଂ ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶାବଳୀର ସ୍ପଷ୍ଟ ଉଲ୍ଲଂଘନ ବୋଲି ଚିଦାମ୍ବରମ୍ ଦର୍ଶାଇଥିଲେ ।

ମାତ୍ର ଓଡ଼ିଶା ସରକାର ଡିଜିପି ନିଯୁକ୍ତି ନେଇ କୌଣସି ଅନିୟମିତତା ହୋଇନାହିଁ ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ । ଅଭିଯୋଗକୁ କପୋଳକଳ୍ପିତ ଓ ଅବାଂଛିତ ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ପୂର୍ବର ପ୍ରକାଶ ସିଂଙ୍କ ମାମଲା ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି ବୋଲି ଯୁକ୍ତି ରଖିଥିଲେ ।

ତେବେ ଏଜି ଶ୍ରୀ ଆଚାର୍ଯ୍ୟଙ୍କର ଯୁକ୍ତିରେ ସନ୍ତୁଷ୍ଟ ହୋଇନଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଏହା ଉପରେ ଆମିକସକ୍ୟୁରୀ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିଥିଲେ । ଆବେଦନକାରୀଙ୍କ ପକ୍ଷର ଯୁକ୍ତିକୁ ସେ ସମର୍ଥନ କରି ନିଜର ମତ ରଖିଥିଲେ । ଡିଜିପି ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଏବଂ ପ୍ରକାଶ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇଥିବା କହିଥିଲେ । ଏହାପରେ ସୁପ୍ରିମକୋର୍ଟ ଡିଜିପି ଚୟନ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ । ଅଗଷ୍ଟ ୧୮ ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ୟୁପିଏସସି ଚୟନ କମିଟି ବୈଠକରେ ଯୋଗଦେବାକୁ ଯାଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଡିଜିପି ୱାଇ. ବି ଖୁରାନିଆ ଦିଲ୍ଲୀରୁ ଫେରି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଅବଗତ କରିଥିଲେ ।

Previous Post

ଅଟକିଲା ଡିଜିପି ଚୟନ

Next Post

ଖଣି ବିଲ, ଶିକ୍ଷା ଅବ୍ୟବସ୍ଥା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେଡି

Next Post
ଖଣି ବିଲ, ଶିକ୍ଷା ଅବ୍ୟବସ୍ଥା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଖଣି ବିଲ, ଶିକ୍ଷା ଅବ୍ୟବସ୍ଥା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA