Thursday, August 13, 2026 11:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଟକିଲା ଡିଜିପି ଚୟନ

୧୮ରେ ପରବର୍ତ୍ତୀ ଶୁଣାଣି

by Our Correspondent
13 Aug, 2026- 09:05 PM
in Latest News, News
1 min read
0
ବିକ୍ରି ହୋଇଗଲା ରେଭେନ୍ସା ଇଜ୍ଜତ!

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଦ୍ୱାରା ଅଟକି ଯାଇଛି ଡିଜିପି ଚୟନ ପ୍ରକ୍ରିୟା । ଆଜି ହେବାକୁ ଥିବା ୟୁପିଏସସି ବୈଠକ ସ୍ଥଗିତ ରହିଛି । ୧୬ ତାରିଖରେ ୱାଇ. ବି ଖୁରାନିଆଙ୍କ ଅବସର ଗ୍ରହଣ ପୂର୍ବରୁ ରାଜ୍ୟ ସରକାରଙ୍କ ମନ ପସନ୍ଦର ନୂଆ ଡିଜିପିଙ୍କ ନିଯୁକ୍ତିରେ ଏହା ବ୍ରେକ୍ ଲଗାଇ ଦେଇଛି । ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଡିଜିପି ନିଯୁକ୍ତିରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଏଡ଼ାଇ ଅଯୋଗ୍ୟ ଅଧିକାରୀଙ୍କୁ ତାଲିକାରେ ସାମିଲ କରାଯାଇଥିବା ନେଇ ଆଗତ ଜନସ୍ୱାର୍ଥ ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ । ବରିଷ୍ଠ ଆଇନଜୀବୀ ପି.ଚିଦାମ୍ବରମ୍ ମାମଲାର ଗୁରୁତ୍ୱ ଉପରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଶା ସରକାର ୟୁପିଏସସିକୁ ପ୍ରଥମ ତିନୋଟି ନାଁ ଏପ୍ରିଲ୍ ମାସରେ ପଠାଇଥିଲେ । ପରବର୍ତ୍ତୀ ସମୟରେ ପୁଣି ୮ଟି ନାଁ ଯୋଡ଼ା ଯାଇଥିଲା । ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ୟୁପିଏସସି ବୈଠକରେ ପୁଣି ଦୁଇଟି ନାଁ ଫେରାଇ ଦିଆଯାଇଥିଲା । ୧୦ ତାରିଖରେ ସେମାନଙ୍କୁ ଏଡିଜିରୁ ଡିଜିପିକୁ ପଦୋନ୍ନତି ଦିଆଯାଇ ପୁଣି ତାଲିକାରେ ଯୋଡା ଯାଇଥିଲା । ଏହା ବେନିୟମ ଏବଂ ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀର ସ୍ପଷ୍ଟ ଉଲ୍ଲଂଘନ ବୋଲି ଚିଦାମ୍ବରମ୍ ଦର୍ଶାଇଥିଲେ ।

ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହା ବିରୋଧରେ ଦୃଢ଼ ଯୁକ୍ତି ଉପସ୍ଥାପନା କରିଥିଲେ । ଓଡ଼ିଶା ସରକାର ଡିଜିପି ନିଯୁକ୍ତି ନେଇ କୌଣସି ବେନିୟମ କାମ କରିନାହାନ୍ତି ବୋଲି ସେ ରୋକଠୋକ୍ କହିଥିଲେ । ସୁପ୍ରିମକୋର୍ଟଙ୍କ ପୂର୍ବର ପ୍ରକାଶ ସିଂଙ୍କ ମାମଲା ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି ବୋଲି ଦର୍ଶାଇଥିଲେ । ତେଣୁ ଏଭଳି ଅଭିଯୋଗ କପୋଳକଳ୍ପିତ, ଅବାଂଛିତ ଏବଂ ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।

ତେବେ ଏଜି ଶ୍ରୀ ଆଚାର୍ଯ୍ୟଙ୍କର ଯୁକ୍ତିରେ ସନ୍ତୁଷ୍ଟ ହୋଇନଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଏହା ଉପରେ ଆମିକସକ୍ୟୁରୀ ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିଥିଲେ । ଆମିକସକ୍ୟୁରୀ ଆବେଦନକାରୀଙ୍କ ସମର୍ଥନରେ ତାଙ୍କର ମତ ଦେଇଥିଲେ । ଡିଜିପି ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଏବଂ ପ୍ରକାଶ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇଥିବା କହିଥିଲେ । ଏହାପରେ ସୁପ୍ରିମକୋର୍ଟ ୟୁପିଏସସି ପକ୍ଷରୁ ଉପସ୍ଥିତ ଥିବା କାଉନସେଲ୍ ଙ୍କୁ ଆଜିର ବୈଠକକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୮ ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

Previous Post

ବିକ୍ରି ହୋଇଗଲା ରେଭେନ୍ସା ଇଜ୍ଜତ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA