ଭୁବନେଶ୍ୱର: ବିଜେଡି ସକ୍ରିୟ ରାଜନୀତିରୁ ଦୂରେଇ ରହିଥିବା ଭି. କେ ପାଣ୍ଡିଆନଙ୍କ ନୂଆ ରୂପ । ପ୍ରାୟ ଦୁଇବର୍ଷ ଧରି ଓଡ଼ିଶାର ରାଜନୈତିକ ଦୃଶ୍ୟପଟରୁ ଉଭାନ ହୋଇଯାଇଥିବା ପାଣ୍ଡିଆନଙ୍କୁ ଭେଜେନୁଏଲା ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳିଛି । ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ଙ୍କୁ ଭେଟିଥିଲେ । ଦେଶର ଏହି ପ୍ରାକୃତିକ ଦୁର୍ବିପାକ ବେଳେ ପ୍ରଭାବିତ ଲୋକଙ୍କୁ ବିପଦରୁ ଉଦ୍ଧାର କରିବା ଦିଗରେ ସେମାନଙ୍କ ସାହାସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।







