Saturday, May 9, 2026 08:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

“ଭୋଟ ଚୋର ଗାଦି ଛାଡ଼”; କଂଗ୍ରେସ ଭବନରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ

by Our Correspondent
08 Nov, 2025- 11:53 PM
in Latest News, News
1 min read
0
“ଭୋଟ ଚୋର ଗାଦି ଛାଡ଼”; କଂଗ୍ରେସ ଭବନରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ

ଭୁବନେଶ୍ୱର: କଂଗ୍ରେସର ସର୍ବମାନ୍ୟ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ଅଗଷ୍ଟ ୭ ତାରିଖ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ, ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟାପକ ହେରଫେର ଓ ଭୋଟ ଜାଲିଆତି ହୋଇଥିବା ବର୍ଣନା କରିଥିଲେ । ‘ଭୋଟ୍ ଚୋରି’ ଜରିଆରେ ବିଜେପି କିପରି ଏକାକି ନିର୍ବାଚନ ଜିଣିଛି ଦର୍ଶାଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ଭୋଟ ଚୋରି ପ୍ରସଙ୍ଗରେ ପିସିସି ସଭାପତି ଉକ୍ତ ଚରଣ ଦାସ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ୩୫ ଗୋଟି ସାଂଗଠାନିକ ଜିଲ୍ଲା ଏବଂ ରାଜ୍ୟସ୍ତରରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସ୍କ୍ରିନିଂ କରାଯାଇଥିଲା। ବିଜେପିର ଏପରି ହୀନ ପଦକ୍ଷେପ ବିରୋଧରେ ଦେଶବ୍ୟାପୀ ସାଧାରଣରେ ନିନ୍ଦା କରାଯାଉଥିବା ସ୍ପଷ୍ଟ ହୋଇଛି । ନିର୍ବାଚନ ଆୟୋଗ ପରି ଏକ ପବିତ୍ର ସାମ୍ବିଧାନିକ ଅନୁଷ୍ଠାନକୁ ହାତବାରିସି କରି ଏ ଦେଶର ଆତ୍ମା ‘ଗଣତନ୍ତ୍ର’ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପାଇଁ ଏବଂ ଜନଜାଗରଣ ସୃଷ୍ଠି କରିବା ନିମନ୍ତେ ଏଆଇସିସି ପକ୍ଷରୁ “ଭୋଟ ଚୋର ଗାଦି ଛାଡ଼” ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅନୁରୂପ ଭାବେ ସମଗ୍ର ଭାରତ ବର୍ଷରେ ସେପ୍ଟେମ୍ୱର ୧୫ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୫ କୋଟି ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତିଙ୍କୁ ଦସ୍ତଖତ ଅଭିଯାନ ସମ୍ବଳିତ ଦାବିପତ୍ର ଦିଆଯିବାର ନିଷ୍ପତି ନିଆଯାଇଥିଲା।

ତଦନୁଯାୟୀ ଓପିସିସି ପକ୍ଷରୁ ୱାର ରୁମ୍ ଜରିଆରେ “ଭୋଟ ଚୋର ଗାଦି ଛାଡ଼” ଦସ୍ତଖତ ଅଭିଯାନକୁ ଜୋରଦାର କରାଯାଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ଯୁବ, ମହିଳା, ଛାତ୍ର, ସେବାଦଳ, ସମସ୍ତ ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତା ସାମିଲ ହୋଇ ଦସ୍ତଖତ ଅଭିଯାନକୁ ସଫଳ କରିଛନ୍ତି। ରାଜ୍ୟରୁ ମୋଟ ୧୨ ଲକ୍ଷ ୫୩୭ ଟି ଦସ୍ତଖତ ସଂଗ୍ରହ କରାଯାଇଛି । ଏହାକୁ ଏଆଇସିସି ପଠାଇବା ପାଇଁ ଶେଷରେ ଆଜି କଂଗ୍ରେସ ଭବନଠାରେ ବରିଷ୍ଠ କଂଗ୍ରେସ ମୁଖପାତ୍ର ତଥା ପିସିସି ୱାର ରୁମ୍ ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଦସ୍ତଖତ ଅଭିଯାନର ନଥିପତ୍ର “ଫ୍ଲାଗ ଅଫ” ଓ ଆଲୋଚନା କାର୍ଯ୍ୟକ୍ରମ ସହିତ ଏକ ନାଗରିକ ସଚେତନ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶରତ କୁମାର ରାଉତ, ସମୀର କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ସୁଜିତ ପାଢ଼ୀ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ ଭୋଟ ଚୋରି ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ।

Previous Post

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

Next Post

ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିଲା

Next Post
ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିଲା

ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA