Saturday, May 9, 2026 08:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିଲା

by Our Correspondent
09 Nov, 2025- 11:51 PM
in Latest News, News
1 min read
0
ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିଲା

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ଅପରାହ୍ନରୁ ସାରା ନିର୍ବାଚନମଣ୍ଡଳୀ ନୀରବ ପାଲଟିଯାଇଛି । କ୍ୟାମ୍ପ ପକାଇଥିବା ଭୁବନେଶ୍ୱରିଆ ନେତାମାନେ ଆଜି ନୂଆପଡ଼ା ଛାଡ଼ିଛନ୍ତି । ଅପରାହ୍ନ ୪ଟାରୁ ନିର୍ବାଚନମଣ୍ଡଳୀରେ ନିରବ ଅବଧି ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ଆଜି ଏହି ସୂଚନା ଦେଇଛନ୍ତି । ଆସନ୍ତା ୧୧ ତାରିଖ ଭୋଟ ପାଇଁ ପୋଲିଂ ପାର୍ଟି ସୋମବାର ବାହାରି ସଂଧ୍ୟା ସୁଦ୍ଧା ପୋଲିଂ ବୁଥ୍ ରେ ପହଞ୍ଚିବେ । ୪୭ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ବୁଥ୍ ରେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ରହିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ସେ ଆଶାବାଦୀ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ନୂଆପଡ଼ା ବିକାଶ ଆମର ପ୍ରତିବଦ୍ଧତା: ମନମୋହନ

 ‘ନୂଆପଡ଼ାର ସନ୍ତୁଳିତ ଓ ସାମଗ୍ରିକ ବିକାଶ’ କେବଳ ପ୍ରତିଶ୍ରୁତି ନୁହେଁ, ଏହା ଆମର ପ୍ରତିବଦ୍ଧତା । ଓଡ଼ିଶାରେ ଆମ ସରକାର ଆସିଲା ପରେ ଆମେ ଦେଇଥିବା ୨୧ଟି ନିର୍ବାଚନ ପ୍ରତିଶ୍ରୁତିରୁ ୧୧ଟି ପୂରଣ କରିସାରିଛୁ । ବହୁ ଶୀଘ୍ର ଅନ୍ୟ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବୁ । ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା କରିବୁ । ଆଜି ନୂଆପଡ଼ାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୃଢ଼ୋକ୍ତି ପ୍ରକାଶ କରି ନୂଆପଡ଼ା ବିକାଶର ଗୋଟି ଗୋଟି ହିସାବ ଦେଇଛନ୍ତି ।

ସୁଭଦ୍ରା ଯୋଜନାରେ ନୂଆପଡ଼ା ଅଞ୍ଚଳର ୭୫ ହଜାର ମା ଓ ଭଉଣୀ ଲାଭାନ୍ୱିତ ହୋଇଥିବା ବେଳେ ୪୫ ହଜାରରୁ ଅଧିକ ଚାଷୀ ପରିବାର ଖାତାକୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଇଛି । ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ଭାବେ ୩୫୦୦ ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି ଏବଂ କେବଳ ନୂଆପଡ଼ାକୁ ଏ ବାବଦରେ ୮୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଖରିଆର ରୋଡକୁ ମ୍ୟୁନିସିପାଲିଟି ଓ କୋମନାକୁ ଏନଏସି ଘୋଷଣା କରାଯାଇଥିବା ବେଳେ କୋମନାରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ପର୍ଯ୍ୟଟନ ଓ ଜଳସେଚନକୁ ଗୁରୁତ୍ୱ ଦେଇ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ନୂଆପଡ଼ାକୁ ମାଛଚାଷର ହବ୍ କରାଯିବ ଏବଂ ଏଥିପାଇଁ ଫିସରି କଲେଜ ସ୍ଥାପନା କରାଯିବ । ନୂଆପଡ଼ା ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ରୂପାନ୍ତରିତ କରାଯିବ । ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ । ସୁନାବେଡ଼ାରେ ଔଷଧୀୟ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦିଆଯିବ । ଖରିଆର ରୋଡରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ହେଉଛି । ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରାଯାଉଛି । ଯାତ୍ରୀମାନଙ୍କ ସୁବିଧାକୁ ଅଗ୍ରାଧିକାର ଦଇ ରେଳ ଓଭରବ୍ରିଜ୍ ସ୍ଥାପନା ହେବାକୁ ଯାଉଛି ।

ନୂଆପଡ଼ାବାସୀଙ୍କୁ ଯାହା କହିଛୁ, ତାହା ନିଶ୍ଚିତ ପୂରଣ କରିବୁ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ଓଡ଼ିଶାବାସୀଙ୍କ ବିଜେପି ଉପରେ ଆସ୍ଥା ବୃଦ୍ଧି ପାଇଛି । ନୂଆପଡ଼ାବାସୀ ମଧ୍ୟ ବିଜେପି ସରକାରରେ ବିକାଶର ସ୍ରୋତରେ ସାମିଲ ହେବା ପାଇଁ ମନସ୍ଥ କରିସାରିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ଶ୍ରୀ ସାମଲ ନିବେଦନ କରିଛନ୍ତି ।

ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ: ନବୀନ

ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି । ସେ କହିଛନ୍ତି- ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋର ପ୍ରିୟ ଭାଇ ଓ ଭଉଣୀମାନେ ଜୁହାର । ନୂଆପଡ଼ା, ଖରିଆର ରୋଡ୍ ଓ କୋମନାରେ ମୋର ସଭାମାନଙ୍କରେ ଆପଣମାନେ ବହୁ ସଂଖ୍ୟାରେ ଯୋଗଦେଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମୁଁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିଛି । ନୂଆପଡ଼ାରେ ରହି ଆପଣମାନଙ୍କର ସେବା କରିବା ପାଇଁ ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି । ସେ ସବୁବେଳେ ଆପଣମାନଙ୍କର ସୁଖ ଓ ଦୁଃଖର ସାଥୀ ହୋଇ ରହିବେ । ଆପଣମାନେ ଜାଣନ୍ତି ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ମା’ ମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ମିଶନ ଶକ୍ତି ମା’ ମାନେ ହଇରାଣ ହେଉଛନ୍ତି । ଓଡ଼ିଶାର ସୁନାମ ନଷ୍ଟ ହେଉଛି । ଏମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିଦେଲେ । ରୋଗୀ ହଇରାଣ ହେଉଛନ୍ତି । ଏ ସରକାର ମହିଳା ବିରୋଧୀ । ଆଦିବାସୀ ବିରୋଧୀ ଓ ବିକାଶର ବିରୋଧୀ । ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ହିଁ ଆରମ୍ଭ ହେବ । ମୋର ଅନୁରୋଧ ଆଗାମୀ ୧୧ ତାରିଖ ଭୋଟରେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ମୁଁ ଆପଣଙ୍କୁ କଥା ଦେଉଛି ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଓଡ଼ିଶା ମାଆର ଏବଂ ଆପଣମାନଙ୍କର ସେବା କରି ଚାଲିବି । ଜୁହାର ।

ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଘାସିରାମ: ଭକ୍ତ ଦାସ

ନୂଆପଡ଼ାବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ସେବାରେ ନୂଆପଡ଼ା ପଛୁଆ ରହିଛି । ଉଭୟ ବିଜେଡି ଏବଂ ବିଜେପି ଲୋକଙ୍କୁ ପ୍ରତାରଣା କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି । ବିଜେପିର କେବଳ ପୋଷ୍ଟର, ହୋର୍ଡିଂ ଖର୍ଚ୍ଚ ୩ କୋଟିରୁ ଅଧିକ । ଏସବୁ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସଭାରେ ଲୋକ ହୋଇ ନ ଥିବାରୁ ତାଙ୍କର ଦ୍ୱିତୀୟ ଗସ୍ତ ବେଳେ ଭଡ଼ାରେ ଲୋକ ଆଣିବାକୁ ପଡ଼ିଲା । ବିଜେଡିର ବି ସମାନ ଅବସ୍ଥା । ସେମାନଙ୍କ ସଭାଗୁଡ଼ିକ କୃତ୍ରିମ ଥିଲା । ଗାଡ଼ିରେ ଲୋକ ବୁହା ହୋଇ ଆସିଥିଲେ । ବିଜେଡି-ବିଜେପି ମଧ୍ୟରେ ଅର୍ଥବଳର ପ୍ରତିଯୋଗିତା ହୋଇଛି । ଆମେ ସେହି ପ୍ରତିଯୋଗିତାରେ ନାହୁଁ । କାରଣ ଏଥିରେ କଂଗ୍ରେସର ଗାରିମା ଜଡ଼ିତ । ନୂଆପଡ଼ାବାସୀ ବିଜେପି-ବିଜେଡିର ଛଳନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଘାସିରାମ, ଘାସିରାମ । ନୂଆପଡ଼ାବାସୀଙ୍କ ହୃଦୟରେ କଂଗ୍ରେସ ଅଛି । ଆମେ ନିଶ୍ଚିତ ଜିତିବୁ । ଏ ପର୍ଯ୍ୟନ୍ତ ନୂଆପଡ଼ାରୁ ଯେତେ ବିଧାୟକ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଘାସିରାମ ମାଝୀ ସବୁଠାରୁ ଭଲ ବିଧାୟକ ହୋଇ ବାହାରିବେ । ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ସଂଗ୍ରାମ ଆରମ୍ଭ ହେବ । ଏହି ବିଜୟ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ବୋଲି ନୂଆପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

Previous Post

“ଭୋଟ ଚୋର ଗାଦି ଛାଡ଼”; କଂଗ୍ରେସ ଭବନରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ

Next Post

ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

Next Post
ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA