Saturday, May 9, 2026 07:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

by Our Correspondent
09 Nov, 2025- 11:54 PM
in Latest News, News
1 min read
0
ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

ଭୁବନେଶ୍ୱର: ସ୍ୱପ୍ନ ଦେଖ, ନମ୍ର ରୁହ ଓ ନିଜର ୩୫ ବର୍ଷ ବୟସ ହେବା ପୂର୍ବରୁ କିଛି ସଫଳତା ହାସଲ କରି ଦେଖାଅ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି କର୍ପୋରେଟ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ବ୍ୟକ୍ତି, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲଆଣ୍ଡଟି) ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏସ୍‌. ଏନ୍‌. ସୁବ୍ରମଣ୍ୟମ୍। କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ଦ୍ୱାରା ଆୟୋଜିତ ‘ଶିଳ୍ପ ସିମ୍ପୋଜିମ୍ ୫.୦’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୁବ୍ରମଣ୍ୟମ୍ ସବୁଜ ହାଇଡ୍ରୋଜେନ୍ ବିପ୍ଳବ, କୃତ୍ରିମ ବୁଦ୍ଧିମତ୍ତା ଓ ଇଭି ରୂପାନ୍ତରଣରୁ ସୃଷ୍ଟି ହେଉଥିବା ସୁଯୋଗଗୁଡ଼ିକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନବୀକରଣ ଯୋଗ୍ୟ ଶକ୍ତି, କୃତ୍ରିମ ବୁଦ୍ଧିମତ୍ତା ଓ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଆଦୃତ ରୂପାନ୍ତରିତ ଶିଳ୍ପ ଦୃଶ୍ୟପଟ୍ଟ ଉପରେ ସେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଶିକ୍ଷା ପାଇଁ ତୁମେମାନେ ତୁମ ପିତାମାତା ଏବଂ ଶିକ୍ଷକଙ୍କ ବଳିଦାନକୁ କେବେ ଭୁଲିଯାଅ ନାହିଁ। ନିଜର ଜିଜ୍ଞାସାକୁ ଆହୁରି ବଢ଼ାଇବା ସହ କରିପାରିବି, କରିବି ଓ ଏହାକୁ ସାକାର କରିବି ମନୋଭାବରେ ଅଗ୍ରସର ହେବାକୁ ସେ ଆହ୍ୱାନ କରିଥିଲେ।

ଭବିଷ୍ୟତକୁ ଆକାର ଦେଉଥିବା ପ୍ରମୁଖ ବିଶ୍ୱ ପରିବର୍ତ୍ତନ ଉପରେ ଆଲୋକପାତ କରି ସେ କହିଲେ, ସୌର ଏବଂ ସବୁଜ ହାଇଡ୍ରୋଜେନ୍ ବିପ୍ଳବରୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଇଭି ରୂପାନ୍ତର ହେଉଛି। ୟୁଏଇ ଭଳି ଦେଶଗୁଡ଼ିକ ପୂର୍ବରୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରୁଛନ୍ତି। ଆବୁଧାବିର ସଂପୂର୍ଣ୍ଣ ଶକ୍ତି ବ୍ୟାଟେରୀ ସିଷ୍ଟମ ଦ୍ୱାରା ପରିଚାଳିତ ବୋଲି ସେ ସୂଚନା ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଏଆଇ, ଇଭି ଓ ସବୁଜ ଶକ୍ତିରେ ଦେଖା ଦେଉଥିବା ବିଶାଳ ସୁଯୋଗର ଅନୁସନ୍ଧାନ କରିବାକୁ ଆହ୍ୱାନ କରିଥିଲେ। କର୍ପୋରେଟ୍ ଜ୍ଞାନ ଏବଂ ବ୍ୟକ୍ତିଗତ ପରାମର୍ଶକୁ ମିଶ୍ରଣ କରି ଶ୍ରୀ ସୁବ୍ରମଣ୍ୟମ୍ ଛାତ୍ରଛାତ୍ରୀଙ୍କୁ ଦୃଢ଼ ରହିବା ଏବଂ ସେମାନଙ୍କର ମୂଳକୁ ମୂଲ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ, କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଡ କୁମାର ମହାନ୍ତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୂର୍ବାହ୍ନରେ ସେ କିଟ୍ ଓ କିସ୍ କ୍ୟାମ୍ପସ ପରିଦର୍ଶନ କରିବା କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। କିସ୍‍ ଜରିଆରେ ହଜାର ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ।

Previous Post

ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିଲା

Next Post

ରାତି ପାହିଲେ ନୂଆପଡ଼ା ଭୋଟ

Next Post
ରାତି ପାହିଲେ ନୂଆପଡ଼ା ଭୋଟ

ରାତି ପାହିଲେ ନୂଆପଡ଼ା ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA