Tuesday, April 21, 2026 07:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଦୂତି ଚାନ୍ଦଙ୍କୁ ବ୍ଲାକମେଲିଂ: ପୁଲିସ ହେପାଜତରେ ୱେବ୍ ଚାନେଲ ସମ୍ପାଦକ

by Our Correspondent
03 Sep, 2021- 04:58 PM
in Crime, Latest News, News
1 min read
0
ଦୂତି ଚାନ୍ଦଙ୍କୁ ବ୍ଲାକମେଲିଂ: ପୁଲିସ ହେପାଜତରେ ୱେବ୍ ଚାନେଲ ସମ୍ପାଦକ

ଭୁୁବନେଶ୍ୱର: ଫୋକସ୍ ପ୍ଲସ ୱେବ୍ ଚାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଆଜି ମହିଳା ଥାନା ପୁଲିସ ତାଙ୍କ ଝାରପଡ଼ାସ୍ଥିତ ଅଫିସରୁ ଉଠାଇ ଆଣିଛି । ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଚରିତ୍ର ସଂହାର କରିବା ଏବଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ଆପତ୍ତିଜନକ, ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ କରୁଥିବା ଅଭିଯୋଗରେ ପୁଲିସ ତାଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି । ଏହା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନାରୁ ଜଣାପଡ଼ିଛି ।

ଏହି ମାମଲା ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୁଧାଂଶୁ ରାଉତଙ୍କ ବିରୋଧରେ ଆଇପିସିର ୨୯୨(ଅଶ୍ଲୀଳ ପ୍ରଚାର), ୩୫୪-ଏ( ଯୌନ ନିର୍ଯ୍ୟାତନା), ୩୮୫(ଭୟଭୀତ କରାଇବା), ୫୦୬(ଅପରାଧିକ ଧମକ), ୫୦୯( ମହିଳାଙ୍କ ଇଜ୍ଜତ ଉପରେ ଆଞ୍ଚ ଆଣିବା), ୧୨୦-ବି( ଅପରାଧିକ ଷଡ଼ଯନ୍ତ୍ର) ଧାରାରେ ପୁଲିସ ମାମଲା ରୁଜୁ କରିଛି ।

ସୁଧାଂଶୁଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଅଭିଯୋଗକାରିଣୀ ଦୂତି ଚାନ୍ଦ ମହିଳା ଥାନାକୁ ଆସିଥିଲେ । ପୁଲିସର କାର୍ଯ୍ୟାନୁଷ୍ଠାନରେ ସେ ଆଶ୍ୱସ୍ତି ପ୍ରକାଶ କରିବା ସହ ଅନ୍ୟ ଦୁଇ ଅଭିଯୁକ୍ତ, ଚାନେଲ୍ ର ରିପୋର୍ଟର ସ୍ମୃତି ରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।

ଗତକାଲି ଦୂତି ଏକ ସାମ୍ବାଦିକ ସମ୍ମିଳନୀରେ ଫୋକସ୍ ପ୍ଲସ ୱେବ୍ ଚାନେଲ ସମ୍ପାଦକ ସୁଧାଂଶୁ ରାଉତ ତାଙ୍କୁ ବ୍ଲାକମେଲ୍ ଓ ବଦନାମ କରୁଥିବା ସିଧାସଳଖ ଅଭିଯୋଗ କରିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଏହି ସମ୍ପାଦକ ବାରମ୍ବାର କୁତ୍ସାରଟନା ଓ ଲଗାତର ଭିତ୍ତହୀନ ଓ କପୋଳକଳ୍ପିତ ସମ୍ବାଦ ପରିବେଷଣ କରୁଛନ୍ତି । ଟୋକିଓ ଅଲିମ୍ପିକ୍ସ ବେଳୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ସହଯୋଗୀ ସାମ୍ବାଦିକ ସ୍ମୃତିରଞ୍ଜନ ବେହେରା ଇଭେଣ୍ଟ ଚାଲିଥିବା ବେଳେ ବାରମ୍ବାର ଧମକ ଦେଇ ମାନସିକ ଚାପ ସୃଷ୍ଟି କରିଥିବା ଦୂତି କହିଥିଲେ ।

ସେହିଭଳି ତଥାକଥିତ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୂତି । ନିଜକୁ ସୂଚନା ଅଧିକାରୀ କର୍ମୀ ବୋଲାଉଥିବା ଏହି ବ୍ୟକ୍ତିଜଣଙ୍କ ତାଙ୍କ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ୍ ମିଡ଼ିଆରେ ଆକ୍ଷେପମୂଳକ ଲେଖା ପୋଷ୍ଟ କରୁଛନ୍ତି । ତାଙ୍କ ବିରୋଧରେ ଖବର ପ୍ରକାଶ କରିବାର ଧମକ ଦେଇ ନିୟମିତ ବ୍ଲାକମେଲ୍ କରୁଛନ୍ତି ବୋଲି ଦୂତି କହିଥିଲେ ।

ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏବଂ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଲଗାତର ତାଙ୍କୁ ହାରାସ୍ କରାଯାଉଥିବାରୁ ସେ ଘୋର ମାନସିକ ଚାପରେ ରହୁଛନ୍ତି । ତାଙ୍କର ସମ୍ମାନହାନୀ ହେବା ସହ ଏହା ତାଙ୍କ ଖେଳ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।

କ୍ରୀଡ଼ା ଜୀବନ ପରିବର୍ତ୍ତେ ବ୍ୟକ୍ତିଗତ ଜୀବନକୁ ନେଇ ଏମାନେ ଚର୍ଚ୍ଚା କରୁଥିବାରୁ ତାଙ୍କ ମନୋବଳ ଦୁର୍ବଳ ହେଉଥିବା କହି ଦୂତି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ । ତାଙ୍କୁ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବେ ବୋଲି ଦୂତି କୋହଭରା କଣ୍ଠରେ କହିଥିଲେ ।

ଆଉ ଦୂତିଙ୍କ କାଲିର ସାମ୍ବାଦିକ ସମ୍ମିଳନୀକୁ ନେଇ ସଂପୃକ୍ତ ସମ୍ପାଦକ ସୁଧାଂଶୁ ରାଉତ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ । ଆଜି ସକାଳେ ସେ ଫେସବୁକ୍ ଲାଇଭ୍ କରି ଦୂତିଙ୍କ ବିରୋଧରେ କମ୍ପମାନ କରିଥିଲେ । ଦୂତିଙ୍କ ନାଁରେ ତାଙ୍କ ସାମ୍ବାଦିକମାନେ ସବୁ ଥାନାରେ ଏତଲା ଦେବେ ବୋଲି ଧମକ ଦେବା ସହ ୱେବ୍ ଚାନେଲ୍ ସାମ୍ବାଦିକମାନେ ଏକାଠି ହୋଇ ଦୂତିଙ୍କ ବିରୋଧରେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ ।

Previous Post

ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

Next Post

ଗଡ଼ିଲା ୧୧୦ ନୂଆ ସରକାରୀ ବସ୍

Next Post
ଗଡ଼ିଲା ୧୧୦ ନୂଆ ସରକାରୀ ବସ୍

ଗଡ଼ିଲା ୧୧୦ ନୂଆ ସରକାରୀ ବସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA