ଭୁବନେଶ୍ୱର: ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍ ବିଶ୍ୱବିଦ୍ୟାଳୟର ରାଙ୍କ। ଗୁରୁବାର ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍ ପ୍ରଦର୍ଶନ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍ସ ହାଇଅର ଏଜୁକେସନ୍ ରାଙ୍କିଙ୍ଗ-୨୦୨୨ ଫଳାଫଳ ଆଜି ପ୍ରକାଶ ପାଇଛି । ପୂର୍ବବର୍ଷ କିଟ୍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ରାଙ୍କିଙ୍ଗକୁ ଉନ୍ନୀତ ହୋଇ ୮୦୦+ରେ ରହିଛି । ଇଂଜିନିୟରିଂରେ କିଟ ବିଶ୍ୱବିଦ୍ୟାଳୟ ପୂର୍ବବର୍ଷ ୬୦୦ ସ୍ଥାନରେ ଥିବା ବେଳେ ଏବର୍ଷ ମଧ୍ୟ ଏଥିରେ ଅଗ୍ରଗତି ହୋଇଛି ।








