Thursday, April 16, 2026 07:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ଓଡିଶାରେ ‘ନାଇପର’ ପ୍ରତିଷ୍ଠା : ଶ୍ରୀକାନ୍ତ-ଧର୍ମେନ୍ଦ୍ର ଭାୟା ନବୀନ!

by Our Correspondent
27 Dec, 2024- 07:02 PM
in Guest Column, Latest News, News
1 min read
0
ଓଡିଶାରେ ‘ନାଇପର’ ପ୍ରତିଷ୍ଠା : ଶ୍ରୀକାନ୍ତ-ଧର୍ମେନ୍ଦ୍ର ଭାୟା ନବୀନ!

ଦିଲ୍ଲୀପ ସାବତ

୨୦୦୯ରୁ ୨୦୨୪, ଓଡିଶାରେ ‘ନାଇପର’ ପ୍ରତିଷ୍ଠା ହେବ ବୋଲି ଦୀର୍ଘ ୧୫ ବର୍ଷ ହେଲା ଶୁଣାଯାଉଛି । ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ଥିବାବେଳେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା । ପରେ ନବୀନ ପଟ୍ଟନାୟକ ମୋଦୀ ସରକାରଙ୍କୁ ଚିଠି ଲେଖିଲେ । ପାର୍ଲାମେଂଟରେ ଅନେକ ସମୟରେ ଆଲୋଚନା ମଧ୍ୟ ହୋଇଛି କିନ୍ତୁ, ଆଜି ବି ଏହି ଜାତୀୟ ପ୍ରତିଷ୍ଠାନ ରାଜ୍ୟବାସୀଙ୍କ ସ୍ୱପ୍ନ ହୋଇ ରହିଯାଇଛି । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓଡିଶା ଫାର୍ମାଜଗତରେ ପୁନଃ ଆଶାସଂଚାର କରିଛି । ତେବେ ଡବଲ ଇଂଜିନ ସରକାରରେ ରାଜ୍ୟବାସୀଙ୍କ ଦୀର୍ଘ ଦିନର ‘ନାଇପର’ ସ୍ୱପ୍ନ କ’ଣ ପୂରଣ ହେବ ?

ଓଡିଶାରେ କେନ୍ଦ୍ରୀୟ ପ୍ରତିଷ୍ଠାନ ‘ନାଇପର’ ପ୍ରତିଷ୍ଠା ହେବା ଚର୍ଚ୍ଚା ୨୦୦୯ ମସିହାରୁ ଲାଗିରହିଥିବାବେଳେ ପରବର୍ତ୍ତୀ ସମୟରେ ଏହା ରୋଚକିୟ ରାଜନୈତିକ ମୋଡ ନେଇଛି । କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ତତ୍କାଳୀନ ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ କୋର୍ଟକୁ ନାଇପର ବଲ ଗଡେଇ ଆସିଥିଲେ । ରାଜ୍ୟ ସରକାରଙ୍କର ସ୍ୱର ଶବ୍ଦ ଶୁଣାଗଲା ନାହିଁ ।  ଏ ପ୍ରସଙ୍ଗରେ ବିଭିନ୍ନ ଫାର୍ମା ସଂଘ, ସଙ୍ଗଠନ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା । କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ନବୀନ ପଟ୍ଟନାୟକ ଏବାବଦରେ କେନ୍ଦ୍ରକୁ ଗୋଟିଏ ଚିଠି ଲେଖିଥିଲେ । ଓଡିଶାରେ ନୂଆ ବିଜେପି ସରକାର ଗଠନ ହେବା ପରେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଇପର ପ୍ରତିଷ୍ଠା ପାଇଁ ଧ୍ୟାନ ଦେଇଛନ୍ତି । ଏବେ ଫାର୍ମା ଜଗତରେ ଚର୍ଚ୍ଚା, ଦୀର୍ଘ ୧୫ ବର୍ଷ ଧରି ଅନିଶ୍ଚିତତା ଭିତରେ ଗଡି ଆସୁଥିବା ଏହି କେନ୍ଦ୍ରୀୟ ପ୍ରତିଷ୍ଠାନ ଡବଲ ଇଂଜିନ ସରକାରରେ ସ୍ଥାପନ ହେବ ତ?

ନାଇପର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ 

ଓଡ଼ିଶାରେ ଏକ ଜାତୀୟ ଫାର୍ମା ପ୍ରତିଷ୍ଠାନ ନ୍ୟାସ୍ନାଲ ଇନିଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ନାଇପର) ପ୍ରତିଷ୍ଠା କରିବା ପାଇଁ ୨୦୦୯ରେ ତତ୍କାଳୀନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀକାନ୍ତ ନିଷ୍ପତ୍ତି ନେଇଥିଲେ । ଓଡିଶା ସରକାର ଏଥିପାଇଁ ଜାଗା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେଲେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ୨୦୧୨ମଇ ୨୧ରେ ଭୁବନେଶ୍ୱରଠାରେ ଆୟୋଜିତ ଫାର୍ମା କନ୍ଭେନ୍ସନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ଏହି କଥାକୁ ପୁଣି ଦୋହରାଇଥିଲେ । “ଯଦି ରାଜ୍ୟରେ ନାଇପର ସ୍ଥାପନ ପାଇଁ ସରକାର ଜମି ଦିଅନ୍ତି, ତେବେ ମୁଁ ଫାର୍ମାସି କ୍ଷେତ୍ରର ବିକାଶ ପାଇଁ ଯୋଜନା ଆୟୋଗଙ୍କ ସହ ଆଲୋଚନା କରିବି ।”

୨୦୧୪ ଫେବ୍ରୁଆରୀରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦର୍ଶାଇଥିଲେ, “କ୍ୟାବିନେଟର ଅନୁମୋଦନ କ୍ରମେ ମୋହାଲି ସମେତ ଦେଶର ୬ ଟି ସ୍ଥାନ- ଗାନ୍ଧିନଗର, ଗୁଆହାଟୀ, ହାଜିପୁର, ହାଇଦ୍ରାବାଦ, କୋଲକାତା ଏବଂ ରାଏବରେଲି ଠାରେ ନୂତନ ନାଇପର ପ୍ରତିଷ୍ଠା କରାଯାଉଛି । ଏଥିପାଇଁ ୭୪୯.୬୭କୋଟି ବ୍ୟୟ ଅଟକଳ ହୋଇଛି । ମଦୁରାଇ ଏବଂ ଓଡିଶାର ବାଲେଶ୍ୱରରେ ନାଇପର ସ୍ଥାପନ ପାଇଁ ପ୍ରକ୍ରିୟା ଚାଲିଛି । ବାଲେଶ୍ୱରରେ ଏଥିନିମନ୍ତେ ଜମି ଯୋଗାଇବା ପାଇଁ ଓଡିଶା ସରକାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏନେଇ ଯୋଜନା ଆୟୋଗଙ୍କ ଅନୁମୋଦନ ଲୋଡାଯାଇଛି ।” ଏଥିରୁ ଏତିକି ସ୍ପଷ୍ଟ ହେଲା ଯେ ପ୍ରସ୍ତାବିତ ନାଇପର ବାଲେଶ୍ୱରରେ ସ୍ଥାପନ କରାଯିବାର ଯୋଜନା ରହିଥିଲା । ଯଦିଓ ପରବର୍ତ୍ତୀ ସମୟରେ ବିଜେଡି ସାଂସଦ ସୁଜିତ କୁମାର ୨୦୨୧ରେ କଳାହାଣ୍ଡିରେ ନାଇପର ପ୍ରତିଷ୍ଠା କରିବାକୁ ରାଜ୍ୟସଭାରେ ଦାବୀ ରଖିଥିଲେ ।

ନବୀନ ସରକାରଙ୍କ ଚିଠି

୨୦୧୪ରେ କଂଗ୍ରେସ କ୍ଷମତାଚ୍ୟୁତ ହେଲା ଏବଂ ବିଜେପି ସରକାର ଗଠନ ହେଲା । ଏହାର ୨ବର୍ଷ ପରେ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ନାଇପର ପ୍ରତିଷ୍ଠା ପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ । “ଭୁବନେଶ୍ୱରରେ ୬୪ ଏକର ଜମିରେ ରାଜ୍ୟ ସରକାର ଏକ ବାୟୋ-ଟେକ୍ନୋଲୋଜି ପାର୍କ ସ୍ଥାପନ କରିଛନ୍ତି ଏବଂ ଓଡିଶାରେ ଫାର୍ମା ଏବଂ ମେଡିକାଲ ଉପକରଣ ପାର୍କ ସ୍ଥାପନ ପ୍ରକ୍ରିୟାରେ ଅଛନ୍ତି । ତେଣୁ ଓଡିଶାରେ ‘ନାଇପର’ ସ୍ଥାପନ ହେଲେ ଏହି ଅଂଚଳର ଫାର୍ମାସିଟିକାଲ କ୍ଷେତ୍ରର ବିକାଶର ସାମଗ୍ରିକ ଯୋଜନାର ଫିଟନେସରେ ରହିବଘଟିବ ଏବଂ ଭବିଷ୍ୟତର ଶିକ୍ଷା, ଗବେଷଣା ଓ ଶିଳ୍ପ ପାଇଁ ବୃତ୍ତିଗତମାନଙ୍କୁ ସହାୟକ ହେବ” ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଥିଲେ । ଅନେକ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା ଓ ବୈମାତ୍ରୁକ ମନୋଭାବ ନେଇ ରାଜ୍ୟର ଅଭିଯୋଗ ବରାବର ପ୍ରକାଶ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ରକୁ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ଯୋଗାଇ ନବୀନ ସରକାର ଚର୍ଚ୍ଚାରେ ରହିଥିଲେ । କିନ୍ତୁ ରାଜ୍ୟରେ ନାଇପର ପ୍ରତିଷ୍ଠା ଦିଗରେ କେନ୍ଦ୍ର ନିକଟରେ ଯେଉଁଭଳି ଢଙ୍ଗରେ ଦୃଢ ଦାବୀ ଉପସ୍ଥାପନ କରିବା କଥା ତାହା ଦେଖାଯାଇନଥିଲା ।

ଅନିଶ୍ଚିତତାରେ ବ୍ୟଥିତ ଫାର୍ମାଜଗତ

ଓଡିଶାରେ ପ୍ରସ୍ତାବିତ ନାଇପର ପ୍ରତିଷ୍ଠାନ ସ୍ଥାପନରେ ଲାଗିରହିଥିବା ଅନିଶ୍ଚିତତା ରାଜ୍ୟ ଫାର୍ମାଜଗତକୁ ଗଭୀର ବ୍ୟଥିତ କରିଥିଲା । ଏହି ୧୫ ବର୍ଷ ମଧ୍ୟରେ ଓଡିଶାର ଫାର୍ମା ଶିକ୍ଷାବିତ, ଫାର୍ମା ଛାତ୍ର ଓ ଫାର୍ମା ସଂଘ, ସଙ୍ଗଠନମାନଙ୍କର ପ୍ରତିବାଦ ଓ ପ୍ରତିକ୍ରିୟା ବରାବର ପ୍ରକାଶ ପାଉଥିଲା । ଏନେଇ ଅନେକ ଦାବୀପତ୍ର ରାଜ୍ୟ ଓ କେନ୍ଦ୍ର ଉଦ୍ଦେଶ୍ୟରେ ଦିଆଯାଇଛି । ନିକଟରେ ଭାରତୀୟ ଫାର୍ମାସି ଗ୍ରାଜୁଏଟ ଆସୋସିଏସନ (ଉତ୍କଳ ଆଇପିଜିଏ)ର ଓଡିଶା ରାଜ୍ୟ ଶାଖା ରାଜ୍ୟରେ ନାଇପର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି । ଏହା ପୂର୍ବରୁ ସର୍ବଭାରତୀୟ ଫାର୍ମା ଶିକ୍ଷକ ସଂଗଠନ (ଏପିଟିଆଇ) ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଛି । ଏମାନଙ୍କ କହିବା କଥା, ୫୦ ବର୍ଷ ପୂର୍ବେ ରାଜ୍ୟରେ ଫାର୍ମାସି ଶିକ୍ଷା ଆରମ୍ଭ ହୋଇଥିଲା । ଓଡିଶାର ସରକାରୀ କ୍ଷେତ୍ରରେ ଗୋଟିଏ ଡିଗ୍ରୀ କଲେଜ ଆରମ୍ଭ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସରକାର ହସ୍ପିଟାଲ ଓ ନର୍ସିଂ କଲେଜ ଖୋଲିବା କ୍ଷେତ୍ରରେ ଯେତିକି ଆଗ୍ରହୀ, ଫାର୍ମା ଇଣ୍ଡଷ୍ଟ୍ରୀ ବା ନାଇପର ପ୍ରତିଷ୍ଠା ଦିଗରେ ସେଭଳି ଗୁରୁତ୍ୱ ଦେଉନାହାନ୍ତି ।

ଧର୍ମେନ୍ଦ୍ରଙ୍କ ଚିଠିରେ ନୂଆ ଆଶାର ସଂଚାର 

ଓଡିଶାରେ ନୂଆ ବିଜେପି ସରକାର ଗଠନ ହେବା ପରେ ରାଜ୍ୟରେ ନାଇପର ପ୍ରତିଷ୍ଠା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପ ଫାର୍ମାଜଗତରେ ନୂଆ ଆଶା ସଂଚାରିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସରକାରରେ ଥିବା ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଏବାବଦରେ ଚିଠି ଲେଖି ଅନୁରୋଧ କରିଛନ୍ତି । ଓଡ଼ିଶାରେ ନାଇପର ପ୍ରତିଷ୍ଠା ଆତ୍ମର୍ନିଭର ଭାରତର ଲକ୍ଷ୍ୟକୁ ସାକାର କରି ଔଷଧ କ୍ଷେତ୍ରରେ ପିଏଲଆଇ ଯୋଜନାର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି । 

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ନାଇପର୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଭୁବନେଶ୍ୱର ସ୍ଥିତ ଓଡ଼ିଶା ବାୟୋଟେକ ପାର୍କ ହେଉଛି ପୂର୍ବ ଭାରତରେ ପ୍ରଥମ ପାର୍କ, ଯେଉଁଠାରେ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରିଜ ଏବଂ ଆନୁଷଙ୍ଗିକ ସେବା କ୍ଷେତ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ପାଣି, ବିଜୁଳି, ପ୍ରବାହିତ ଚିକିତ୍ସା ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧାମାନ ଉପଲବ୍ଧ ରହିଛି ଯାହା ନାଇପର୍ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ପରିବେଶ ପ୍ରଦାନ କରୁଛି । ଏହା ଔଷଧ ସମ୍ବନ୍ଧୀୟ ଶିକ୍ଷା ଓ ଗବେଷଣାର ବ୍ୟବଧାନକୁ ଦୂର କରିବା ସହିତ ଉଦ୍ଭାବନ ଏବଂ କୁଶଳୀ କର୍ମଚାରୀଙ୍କ ବିକାଶକୁ ପ୍ରୋତ୍ସାହିତ କରିବ । ଔଷଧ କ୍ଷେତ୍ରରେ ଭାରତ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ନାଇପର୍ ପ୍ରତିଷ୍ଠା ପାଇଁ ବ୍ୟକ୍ତିଗତ ସ୍ତରରେ ବିଚାର କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ତେବେ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଓଡିଶାର ଦୀର୍ଘ ୧୫ ବର୍ଷର ସ୍ୱପ୍ନ ଡବଲ ଇଂଜିନ ସରକାରଙ୍କରେ ପୂରଣ ହେବ ବୋଲି ଆଶାପ୍ରକଟ ହୋଇଛି ।

Previous Post

ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

Next Post

ଗଠନ ହେଲା ଓଡ଼ିଶା ଲ’ କମିସନ

Next Post
ଗଠନ ହେଲା ଓଡ଼ିଶା ଲ’ କମିସନ

ଗଠନ ହେଲା ଓଡ଼ିଶା ଲ' କମିସନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA