Monday, May 11, 2026 01:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୁନୁ, ଅଶୋକ କାହିଁକି ଦୋଷୀ ହେବେନି ?

by Our Correspondent
20 Sep, 2021- 03:23 PM
in Latest News, News
1 min read
0
ବୁନୁ, ଅଶୋକ କାହିଁକି ଦୋଷୀ ହେବେନି ?

ଭୁବନେଶ୍ୱର: ଏଠି ରାଜନୀତିର କଥା ନାହିଁ । ଏଠି ଆସୁଛି ମଣିଷ ଜୀବନର କଥା । ରାଜଧାନୀରେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜାଙ୍କ ଅକାଳ ମୃତ୍ୟୁ ଘଟଣା ସମସ୍ତଙ୍କ ଆଖି ଖୋଲିଦେବା କଥା । ଏଭଳି ପ୍ରତିଟି ଅଘଟଣ ଘଟିବା ପରେ ସାଧାରଣ ଜନତା ଚେତୁ ନାହାନ୍ତି । କାମ ଚାଲିଛି କହି ବିଏମସି ପ୍ରଶାସନ ଦାୟିତ୍ୱ ସାରିଦେବା ଏବଂ ବିରୋଧ ଆଳରେ ପ୍ରତୀକାତ୍ମକ ବିରୋଧ କରି ବିରୋଧୀ ଦଳ ଚୁପ୍ ବସି ଯାଉଥିବାରୁ ଆଜି ଘଟଣାର ପୁନରାବୃତ୍ତି ଘଟିଛି । ମୃତକଙ୍କ ପରିବାର ପାଇଁ ଅନୁକମ୍ପା ଓ ଆଶ୍ୱାସନାକୁ ଉତ୍ତରଦାୟିତ୍ୱ ଭାବି ଦେଇଛନ୍ତି ଆମ ନେତା ଓ ପ୍ରଶାସନ ।

ଆଜି ରାଜଧାନୀର ଡ୍ରେନେଜ୍ ସମସ୍ୟାକୁ ଆମେ ଆଲୋଚନା କରୁନୁ । ମୁଖ୍ୟ ଡ୍ରେନ୍ ଗୁଡ଼ିକର ସ୍ଥିତି କଥା କେବଳ କହୁଛୁ । ଆଶ୍ଚର୍ଯ୍ୟ ଲାଗୁଛି ଯେ ବର୍ଷ ବର୍ଷ ଧରି ଅନେକ ଡ୍ରେନ୍ ମୁକୁଳା ପଡ଼ିଛି । ଖାଲି ମୁକୁଳା ନୁହେଁ, ବର୍ଷା ହେଲେ ଅତି ବିପଜ୍ଜନକ ଅବସ୍ଥାକୁ ଚାଲି ଆସୁଛି । ପ୍ରତି ମୁହୁର୍ତ୍ତରେ ନେତା, ଅଫିସରଙ୍କ ଆତଯାତ ଲାଗି ରହୁଥିବା ରାଜଧାନୀ ରାସ୍ତା କଡ଼ର ଡ୍ରେନ୍ କୁ ମରଣଯନ୍ତା ଭାବେ ଛାଡ଼ି ଦିଆଯାଇଥିଲେ ମଧ୍ୟ କାହାରି ପରବାଏ ନାହିଁ । ଉତ୍ତରଦାୟିତ୍ୱ ନେବାକୁ କେହି ନାହାନ୍ତି । ସତେ ଯେମିତି ସାଧାରଣ ମଣିଷ ଜୀବନର ମୂଲ୍ୟ ସେମାନଙ୍କ ପାଇଁ ତୁଚ୍ଛ ।

ଗତକାଲି ଯେଉଁ ଡ୍ରେନ୍ ରେ ଦଶମ ଶ୍ରେଣୀ ଛାତ୍ର ରାଜା ଭାସିଗଲେ ତାହା ନ୍ୟାଚୁରାଲ୍ ଡ୍ରେନ୍ ଥିବାରୁ ବିଏମସି ଦୋଷ ମୁଣ୍ଡାଇବାକୁ ନାରାଜ । ଭୁବନେଶ୍ୱରରେ ୭୦ କିଲୋମିଟର ଲମ୍ବର ନ୍ୟାଚୁରାଲ୍ ଡ୍ରେନ୍ ରେ ସ୍ଲାବ୍ ପକାଇବା ଅସମ୍ଭବ ବୋଲି ବିଏମସି ଅଧିକାରୀ କହିଛନ୍ତି ।

ତେବେ ଆମ ସୂଚନା ଅନୁଯାୟୀ, ଅଘଟଣ ଘଟିବା ଆଶଙ୍କାରେ ଭୁବନେଶ୍ୱରର ୩୨ ଟି ଜାଗାକୁ ବିଏମସି ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛି । ଏହି ଜାଗାମଧ୍ୟରେ ଶତାବ୍ଦୀ ନଗର ଦେଇ ଯାଇଥିବା ୮ ନଂ ଡ୍ରେନ୍ ରହିଛି । ବର୍ଷା ହେଲେ ରାସ୍ତା ଓ ଡ୍ରେନ୍ ଏକାକାର ହେଉଥିବାରୁ ତାହା ମୃତ୍ୟୁ ଫାଶ ପାଲଟିଛି । ତେବେ ସମ୍ବେଦନଶୀଳ ଜାଗା ଚିହ୍ନଟ ସତ୍ତ୍ୱେ ତାହା ବିଏମସି କାଗଜପତ୍ରରେ ସୀମିତ ରହିଯାଇଛି । ଗାର୍ଡ ୱାଲ୍ ନ ହେଲା ନାହିଁ ବିଏମସି ତାହାକୁ ଡେଞ୍ଜର ଜୋନ୍ ବୋଲି ମାର୍କିଂ ବି କରିନାହିଁ । ସେମିତି ହୋଇଥିଲେ ହୁଏତ ରାଜା ବଞ୍ଚିଯାଇଥାନ୍ତେ ।

ଜଣାପଡ଼ିଛି, ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବା ଜାଗାଗୁଡ଼ିକରେ ଗାର୍ଡ ୱାଲ୍ ନିର୍ମାଣ ପାଇଁ ଚଳିତ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ମାତ୍ର କାମ ଆରମ୍ଭ ହୋଇ ପାରୁନାହିଁ ।

ସରକାରୀ ତଥ୍ୟ କହୁଛି, ଗତ ୬ ବର୍ଷ ଭିତରେ ୭ ମୁଣ୍ଡ ନେଲାଣି ରାଜଧାନୀର ମୁକୁଳା ଡ୍ରେନ୍ । ମାମଲା ସୁପ୍ରିମକୋର୍ଟରେ ବି ପହଞ୍ଚିଛି । କୌଣସି ଡ୍ରେନ୍ ମୁକୁଳା ନ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ଚିଠି ଲେଖିଥିଲେ । ତେବେ ଏହା କାର୍ଯ୍ୟକାରୀ ହେଲା ନାହିଁ କି ପରବର୍ତ୍ତୀ ସମୟରେ ତାହାର ତଦାରଖ ହେଲା ନାହିଁ ।

ଆହୁରି ସାଂଘାତିକ କଥା ହେଉଛି, କିଛି ମୁକୁଳା ଡ୍ରେନ୍ ରେ ସ୍ଲାବ୍ ପାଇଁ ଅର୍ଥ ଖର୍ଚ୍ଚ ହୋଇଛି, ମାତ୍ର ସ୍ଲାବ୍ ନ ପଡ଼ି ଅର୍ଥ ଚଳୁ ହୋଇଯାଇଛି । ବିଏମସିରେ ଏହା ନୂଆ ଘଟଣା ନୁହେଁ ବୋଲି ଜଣେ ତଳିଆ କର୍ମଚାରୀ କହିଛନ୍ତି । ମେୟର ଓ ମନ୍ତ୍ରୀଙ୍କ ପାଖଲୋକମାନେ ଠିକାଦାର ସାଜି ସବୁ ଚଳୁ କରିଥିବା ସେ କଟାକ୍ଷ କରିଛନ୍ତି ।

ଏଠି ଆମେ ଉତ୍ତରଦାୟିତ୍ୱ କଥା କହୁଛୁ । ଦୀର୍ଘ ୧୦ ବର୍ଷ ଧରି କ୍ରମାଗତ ଦୁଇଟି ଟର୍ମ ଅର୍ଥାତ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ମେୟର ଥିଲେ ଅନନ୍ତ ନାରାୟଣ ଜେନା । ଏଥର ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ହୋଇଛନ୍ତି । ସେହିଭଳି ଭୁବନେଶ୍ୱର ଏକାମ୍ରରୁ ନିର୍ବାଚିତ ହୋଇ ୨୦୧୪ ମସିହାରୁ ସରକାରରେ ମନ୍ତ୍ରୀ ଅଛନ୍ତି ଅଶୋକ ପଣ୍ଡା । ସ୍ଥାନୀୟ ବିଧାୟକ ଭାବେ ବିଏମସି କାଉନସିଲ୍ ବୈଠକରେ ଯୋଗଦେବାଠାରୁ ଆରମ୍ଭ କରି ବିଏମସିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ତାଙ୍କର ପ୍ରମୁଖ ଭୂମିକା ରହୁଥିଲା ।

ମୋଟାମୋଟି ଦେଖିଲେ ବିଗତ ୧୦ ବର୍ଷ ଧରି ବିଏମସି ଅନନ୍ତ ନାରାୟଣ ଜେନା ଏବଂ ଅଶୋକ ପଣ୍ଡାଙ୍କ ନିୟନ୍ତ୍ରଣରେ ରହିଛି । ପୂର୍ବରୁ ଯେତେ ଅଘଟଣ ଘଟିଛି, ତାହାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଏହି ଦୁଇ ନେତା ମିଡ଼ିଆ ସାମନାରେ ଦମ୍ଭ ଦେଖାଇଛନ୍ତି ।

ଏବେ ବି ସେମାନଙ୍କ ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ଚାଲିଯାଇନି ବିଏମସି । ବିଏମସି ଯାବତୀୟ କାମରେ ସେମାନେ ମୁଣ୍ଡ ଖେଳାଉଥିବା ଅଭିଯୋଗ ହୋଇ ଆସୁଛି । ସୁତରାଂ ବିଏମସିର ଲମ୍ବା ଅପାରଗତା ଓ ଦୋଷ ଦୁର୍ବଳତା ପାଇଁ ସେମାନେ ଉତ୍ତରଦାୟୀ ରହିବେନି କାହିଁକି? ରାଜା ମୃତ୍ୟୁ ପାଇଁ ବିଏମସି ସହ ସମାନ ଭାବରେ ସେମାନଙ୍କୁ କାହିଁକି ଦୋଷୀ କରାଯିବନି?

ଭୁବନେଶ୍ୱରରେ ଯେଉଁ ଡ୍ରେନ୍ ହେଉ ନା କାହିଁକି, ତାହା ବିପଦଶଙ୍କୁଳ ଅବସ୍ଥାରେ ପଡ଼ିବାର ଦୋଷ ବିଏମସି ପ୍ରଶାସନ ସହ ସେମାନେ ମଧ୍ୟ ମୁଣ୍ଡାଇବାକୁ ବାଧ୍ୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି । କେବଳ ଅନୁକମ୍ପା ରାଶି ଘୋଷଣାରେ ଦାୟିତ୍ୱ ନ ସାରି ଆଗକୁ କିଭଳି ଏହାର ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟି ଦେଲେ ଲୋକଙ୍କର ମଙ୍ଗଳ ହେବ ।

Previous Post

ଡ୍ରେନ୍ ରୁ ମିଳିଲା ଛାତ୍ରଙ୍କ ମୃତଦେହ

Next Post

ପ୍ରମୋଦ, ଦୂତୀଙ୍କ ନାମରେ ନାମିତ ହେବ କିଟ୍ ର ଦୁଇ ଷ୍ଟାଡିୟମ୍‍

Next Post
ପ୍ରମୋଦ, ଦୂତୀଙ୍କ ନାମରେ ନାମିତ ହେବ କିଟ୍ ର ଦୁଇ ଷ୍ଟାଡିୟମ୍‍

ପ୍ରମୋଦ, ଦୂତୀଙ୍କ ନାମରେ ନାମିତ ହେବ କିଟ୍ ର ଦୁଇ ଷ୍ଟାଡିୟମ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA