Thursday, May 21, 2026 08:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅତି ଗର୍ବେ ହତ ଲଙ୍କା

by Our Correspondent
14 May, 2020- 03:28 PM
in Guest Column, Latest News, News
1 min read
1
ଅତି ଗର୍ବେ ହତ ଲଙ୍କା
ଗୋପାଳ ସାହୁ
ସରକାରୀ ଯୋଜନା ସଫଳ ହେବା ବାଟରେ କଣ୍ଟା ହେଉଛନ୍ତି ବାଲିଆପାଳ ବିଡ଼ିଓଙ୍କ ଭଳି କିଛି ଅଧିକାରୀ। ଗାଁ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ସହାୟତା ବଦଳରେ ଅସହ୍ୟ କଦର୍ଯ୍ୟ ବ୍ୟବହାର, ଅଶାଳୀନ ମନ୍ତବ୍ୟ ଅସହାୟ ଲୋକଙ୍କର ଚଉଦ ପୁରୁଷ ଉଦ୍ଧାରକରି ସଂସ୍କାର ପାଠ ପଢ଼େଇଲେ ବାଲିଆପାଳ ବିଡିଓ।
ଅସଂଖ୍ୟ କ୍ଷେତ୍ର କର୍ମଚାରୀ, ବିଶେଷଜ୍ଞ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦିନରାତି କଠିନ ପରିଶ୍ରମ ସତ୍ତ୍ୱେ, କିଛି ଅହଙ୍କାରୀ କର୍ମଚାରୀଙ୍କର ଆତ୍ମଗର୍ବ ଯୋଗୁଁ, ସବୁବେଳେ ଜନସାଧାରଣଙ୍କ ଅସନ୍ତୋଷର ଶିକାର ହେଉଛନ୍ତି ସରକାର।
କରୋନା କଟକଣା ଜନିତ ତାଲାବନ୍ଦ ହେତୁ ସମସ୍ତଙ୍କୁ ନାହିଁ ନଥିବା ଅସୁବିଧା ହେଉଛି। ମହାମାରୀ କବଳରୁ ଦେଶବାସୀଙ୍କୁ ରକ୍ଷା କରିବାପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମକରି ସଂକ୍ରମଣକୁ ଅନୁଧ୍ୟାନ କରି ନିତି ନିୟମ ପ୍ରଣୟନ କରୁଛନ୍ତି। ଡାକ୍ତର, ନର୍ସ୍, ଫାର୍ମାସିଷ୍ଟ ଏବଂ ଅନ୍ୟ ସମସ୍ତ ସ୍ଵାସ୍ଥ୍ୟ ସହାୟକ କର୍ମଚାରୀ ସଂକ୍ରମିତ ରୋଗୀଙ୍କ ସେବାରେ, ଅମାନିଆ ଲୋକଙ୍କୁ ଦିନରାତି ଜଗିବାରେ ପୋଲିସ୍, ଦିନରାତି ଏକାକାରକରି ସମସ୍ତଙ୍କ ପାଖରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ସାମ୍ଵାଦିକ ଏବଂ ଗଣମାଧ୍ୟମ କର୍ମଚାରୀ, ସରକାରୀ କାଇଦା କଟକଣାକୁ କାର୍ଯ୍ୟକାରୀ କରିବାରେ ବିଭିନ୍ନ ସରକାରୀ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀ, ଲୋକମାନଙ୍କ ଭଲମନ୍ଦ ବୁଝିବାରେ ନିର୍ବାଚିତ ଜନପ୍ରତିନିଧି, ବିଭିନ୍ନ ସେବା ପ୍ରଦାନକାରୀ ଘରୋଇ ବ୍ୟବସାୟୀ ଓ ସଂସ୍ଥା ତଥା ଜାତି ଧର୍ମ ବର୍ଣ୍ଣ ବୟସ ଶିକ୍ଷିତ ଅଳ୍ପଶିକ୍ଷିତ ଅଶିକ୍ଷିତ ଧନୀ ଗରିବ ସହରୀ ଗାଉଁଲି ରୋଗୀ ଭୋଗି ସମସ୍ତେ ସରକାରଙ୍କର ସବୁ କାଇଦା କଟକଣାକୁ ମାନି ତାଲାବନ୍ଦରେ ନାହିଁ ନଥିବା କଷ୍ଟରେ।
ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର। ଏହାକୁ ମାନି ଚଳିବା ଦାୟିତ୍ୱ ସର୍ବସାଧାରଣଙ୍କର। ସାଧାରଣ ଜନତା ଆଇନ୍ ଅବମାନନା କଲେ କଠୋର ଦଣ୍ଡର ବ୍ୟବସ୍ଥା ଅଛି। ସରକାରୀ ଅଧିକାରୀ ମଧ୍ୟ କାର୍ଯ୍ୟ ସମ୍ପାଦନରେ ଅବହେଳା କଲେ ଆଇନରେ ଦଣ୍ଡର ବ୍ୟବସ୍ଥା ଅଛି। ଗଣତନ୍ତ୍ରରେ ନାଗରିକ ମୁଖ୍ୟ ଏବଂ ସରକାରୀ କର୍ମଚାରୀ ସେବକ। କିନ୍ତୁ ପ୍ରକୃତରେ ଏପରି ହେଉନାହିଁ, କରଦାତାଙ୍କ ଅର୍ଥରେ ପ୍ରତିପାଳିତ ସେବକ ନିଜକୁ ସର୍ବେସର୍ବା ମାଲିକ ଭାବୁଛନ୍ତି ଆଉ କରଦାତା ନାଗରିକଙ୍କୁ ସେମାନଙ୍କର ଇତର ପ୍ରଜା।
ଏଭଳି ମହାବିପଦ ସମୟରେ ସମସ୍ତ ଯୋଜନାର ସଫଳ ରୁପାୟନ ତଥା କୌଣସି ସମସ୍ୟାର ତତ୍ କ୍ଷଣାତ୍ ସମାଧାନ କରିବାକୁ, ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ ଅଧିକାରୀଙ୍କୁ ପର୍ଯ୍ୟାପ୍ତ କ୍ଷମତା ଏପରିକି ନିର୍ବାଚିତ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ସହିତ ପ୍ରଚୁର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ସବୁଠାରୁ ବିଡ଼ମ୍ବନାର ବିଷୟ ଯେତେ ଯୋଜନା ହେଉ ପଛେ, କନିଷ୍ଠ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କର ଧର୍ଯ୍ୟ ନିଷ୍ଠା ସାଧାରଣ ମାନବିକତା ଆନ୍ତରିକତାର ଅଭାବ ରହିଲେ ଏବଂ ପଦ ପଦବୀ କ୍ଷମତାର ଅହଙ୍କାର ରହିଲେ ସରକାରଙ୍କ ଯୋଜନା ନିଷ୍ଫଳ ହେବା ଥୟ, ୨୦ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା ନିଶ୍ଚୟ ସବୁକରି ଧରି ମଧ୍ୟ ସରକାର।ନିନ୍ଦା ଅପବାଦର କଳଙ୍କ ମୁଣ୍ଡେଇବାକୁ ବାଧ୍ୟ।
ହଠାତ୍ ତାଲାବନ୍ଦ ଯୋଗୁଁ ପ୍ରବାସୀ ଶ୍ରମିକ ମାନେ ବାହାର ରାଜ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଲେ। ସମୟକ୍ରମେ ସରକାର ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ନିଜ ଭିଟାମାଟିକୁ ଫେରେଇଆଣିବା ପାଇଁ ବ୍ୟବସ୍ଥା କଲେ। ସଂକ୍ରମଣ ରୋକିବା ପାଇଁ ପ୍ରବାସୀ ନାଗରିକ ମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ ଶିବିରରେ ରଖିବାକୁ ବ୍ୟବସ୍ଥା କରିଛନ୍ତି। ଏ ବାବଦରେ ମଧ୍ୟ ଅନେକ ଅର୍ଥ ବ୍ୟୟ ହେଇଛି, ହେଉଛି ଏବଂ ଆଗକୁ ହେବ। କିନ୍ତୁ ପ୍ରବାସୀ ନାଗରିକଙ୍କ ପ୍ରତି ବାଲିଆପାଳ ବିଡିଓଙ୍କର ଅଶାଳୀନ ବ୍ୟବହାର ସବୁ ସୀମା ସରହଦ ଡେଇଁ ଗଲା।
ସରକାରଙ୍କର ସବୁ କଠିନ ପରିଶ୍ରମ, ପ୍ରଚାର ପ୍ରସାରକୁ ବାଲିଆପାଳ ବିଡିଓ ଧ୍ଵଂସ କରିଦେଲେ। ଆଗରୁ ମଧ୍ୟ ଏମିତି ଆଉ କିଛି ବିଡିଓଙ୍କ ନାଁରେ ସମାନ ଧରଣର ଅଭିଯୋଗ ଆସିଥିଲା। କିନ୍ତୁ ସବୁ ସୀମା ସରହଦ ଡେଇଁ ଗଲେ ବାଲିଆପାଳ ବିଡ଼ିଓ। ଦୀର୍ଘ ପଥ ଯାତ୍ରା କରି ଗାଁ’କୁ ଫେରିଥିବା ଗରିବ ଶ୍ରମିକ ପ୍ରଚଣ୍ଡ ଶୋଷରେ ପାଣି ଟୋପାଏ ମାଗିବାରୁ, କ୍ଷମତାନ୍ଧ ବିଡିଓଙ୍କ ଧିକାର ଏବଂ ବାପା ମା ସଂସ୍କାର ପାଠ ପଢ଼େଇ ଚଉଦ ପୁରୁଷ ଉଦ୍ଧାର କରିବା ସତରେ ଦୁଃଖଦାୟକ । ଆମେ ଗଣତନ୍ତ୍ର ଏବଂ “ମୋ ସରକାର” କଥା କହୁଥିବା ବେଳେ ଏପରି ଅଧିକାରୀ ସରକାରଙ୍କ ଆଭିମୁଖ୍ୟକୁ ଜାଳିପୋଡ଼ି ପାଉଁଶ କରିଦେଉଛନ୍ତି। କଥାରେ ଅଛି କିଛି ବୁନ୍ଦା ସାମାନ୍ୟ ଖଟା ପାଣି ସମ୍ପୂର୍ଣ୍ଣ କ୍ଷୀରହାଣ୍ଡିକୁ ନଷ୍ଟ କରିଦେଇଥାଏ।
ସରକାର ରାତି ଅନିଦ୍ରା ହେଲେ କ’ଣ ହେବ ଏଭଳି ଅଧିକାରୀ କର୍ମଚାରୀ ମୁଗୁରା ପଛ ମେଲା କରିବାରେ ଧୁରନ୍ଧର। ଅତ୍ୟଧିକ ସବୁବେଳେ ଭୟଙ୍କର। ଇତିହାସ କାଳକାଳକୁ ମୁକସାକ୍ଷୀ। କାହାର ଗର୍ବ ଅହଙ୍କାର କେତେବେଳେ ରହିନାହିଁ କି ରହିବ ନାହିଁ। ବିଡିଓ କାହାର ଛତ୍ର ଛାୟା ଯୋଗୁଁ ସାଧାରଣ ଲୋକଙ୍କୁ ଏଭଳି ଦୁର୍ବ୍ୟବହାର କରୁଛନ୍ତି?  ସାଧାରଣ ଲୋକ ଭୁଲ୍ କଲେ NSA ଆଇନ ଲାଗୁଛି। କିନ୍ତୁ ଏଭଳି ଅଧିକାରୀ ଙ୍କ ପାଇଁ କେଉଁ ଦଣ୍ଡ ଯଥାର୍ଥ, ତାହା ସରକାର ବିଚାର କରନ୍ତୁ। ବେଳ ଥାଉ ଥାଉ ସରକାର ଆହୁରି ସମ୍ଵେଦନଶୀଳ ହୁଅନ୍ତୁ। ଏମାନଙ୍କ ବିରୋଧରେ ଦୄଷ୍ଟାନ୍ତ ମୁଳକ ପଦକ୍ଷେପ ନିଅନ୍ତୁ। ଅସାଧୁ ଅହଙ୍କାରୀ ଆତ୍ମଗର୍ବି କର୍ମଚାରୀ ଅଧିକାରୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରନ୍ତୁ ଏବଂ ସଚୋଟ ନିଷ୍ଠାପର କର୍ମଚାରୀ ଅଧିକାରୀଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ସରକାରଙ୍କ ଆଭିମୁଖ୍ୟ ସଫଳ ହେବ ଏବଂ ଜନସାଧାରଣଙ୍କର ଆସ୍ଥାଭାଜନ ହୋଇପାରିବେ।
(ଲେଖକଙ୍କ ସହ ମୋବାଇଲ୍ ନଂ 7978394203 ରେ ଯୋଗାଯୋଗ କରିପାରିବେ)
Previous Post

୧୧୩ ବର୍ଷରେ କରୋନାକୁ ହରାଇଲେ

Next Post

୮ କୋଟି ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ରାସନ୍

Next Post
୮ କୋଟି ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ରାସନ୍

୮ କୋଟି ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ରାସନ୍

Comments 1

  1. Arpita says:
    6 years ago

    Hello sir add the bolgagada BDO story with this which will make your story stronger and help govt to fight against the selfish official of odissa govt.the story is published in dharitri dated 8/5 in metro page….

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA