Sunday, May 24, 2026 02:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଧାରୁ ସରିଗଲା ବିଧାନସଭା

by Our Correspondent
28 Nov, 2019- 08:23 PM
in Latest News, News
1 min read
0
ଅଧାରୁ ସରିଗଲା ବିଧାନସଭା
ଭୁବନେଶ୍ୱର: ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ଶୀତ ଅଧିବେସନ ଆଜି ଅଧାରୁ ସରିଯାଇଛି । ୧୩ ଦିନ ଚାଲିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜନେସ୍ ନଥିବାରୁ ବିଧାନସଭାକୁ ବନ୍ଦ କରାଯାଇଥିବା କୁହାଯାଉଛି । ଚଳିତ ମାସ ୧୩ ତାରିଖରୁ ଅଧିବେସନ ଆରମ୍ଭ ହୋଇଥିଲା ।
ବିଧାନସଭାର ମୋଟ ୧୩ଟି କାର୍ଯ୍ୟଦିବସରୁ ୧୨ଟି ସରକାରୀ କାର୍ଯ୍ୟଦିବସ ଥିଲା । ଅଧିବେସନ ଆରମ୍ଭ ଦିନ ଗୃହରେ ଅତିରିକ୍ତ ବଜେଟ୍ ଆଗତ ହୋଇଥିଲା । ୫ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିବା ବେଳେ ଅନ୍ୟଗୁଡ଼ିକ ଗିଲୋଟିନ୍ ଜରିଆରେ ପାରିତ ହୋଇଥିଲା ।
ଏହି ଅଧିବେସନରେ ଯାଜପୁରର ସ୍ମିତାରାଣୀ ମୃତ୍ୟୁ ମାମଲା ଏବଂ ଟୋକନ୍ ଜରିଆରେ ଧାନସଂଗ୍ରହ ପ୍ରସଙ୍ଗକୁ ନେଇ ବିଧାନସଭାକୁ ହୁଲସ୍ତୁଲ କରିଥିଲେ ବିରୋଧୀ ଦଳ । ଶେଷ ଦିନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ମହିଳା ବାନ୍ଧବୀଙ୍କୁ ସରକାରୀ ଅର୍ଥରେ ହାଇଦ୍ରାବାଦ ବୁଲାଇନେବା ପ୍ରସଙ୍ଗ ଗୃହରେ ଝଡ଼ ସୃଷ୍ଟି କରିଥିଲା । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଦୁଷ୍ମର୍ମ ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେବା ଆଉ ଏକ ଉଲ୍ଲେଖନୀୟ ଘଟଣା ଥିଲା । ଓଡ଼ିଶାକୁ ଦ୍ୱିତୀୟବାର ହକି ବିଶ୍ୱକପ୍ ଆୟୋଜନର ଦାୟିତ୍ୱ ମିଳିବାକୁ ଏକ ବିରଳ ଓ ଗୌରବମୟ ମୁହୁର୍ତ୍ତ ଦର୍ଶାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଏକ ସଂକଳ୍ପ ଆଗତ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୩ ହକି ବିଶ୍ୱକପ୍ ର ସଫଳତା କାମନା କରାଯାଇଥିଲା ।
“ଆସନ୍ତୁ, ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଆଗାମୀ ପୁରୁଷ ବିଶ୍ୱକପ୍ ହକିର ସଫଳ ଆୟୋଜନ ପାଇଁ ମିଳିମିଶି କାମ କରିବା ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ଆହୁରି ବୃଦ୍ଧି କରିବା ।” ଶେଷ ଦିନରେ ଏହି ସଂକଳ୍ପଟି ଗୃହରେ ପାରିତ ହୋଇଥିଲା ।
ଅଧିବେସନ କାଳରେ ବିରୋଧୀ ଦଳ ପକ୍ଷରୁ ୧୩ଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିବା ବେଳେ ୫ଟି ଉପରେ ଆଲୋଚନା ହୋଇଥିଲା । ସେହିଭଳି ୩୧ଟି ଧ୍ୟାନ ଆକର୍ଷଣକାରୀ ପ୍ରଶ୍ନ ଆସିଥିଲେ ମଧ୍ୟ ମାତ୍ର ୩ ଟି ଉପରେ ଆଲୋଚନା ହୋଇଥିଲା । ଗୃହରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ସମେତ ୫ଟି ବିଲ୍ ଗୃହର ଅନୁମୋଦ ଲାଭ କରିଥିଲା । ସିଏଜି ରିପୋର୍ଟ ସମେତ ୧୭ ଟି ବାର୍ଷିକ ରିପୋର୍ଟ ଏବଂ ୪ଟି କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା ।
Previous Post

ମହାରାଷ୍ଟ୍ରରେ ଠାକରେ ରାଜ୍; ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ନେଲେ ଉଦ୍ଧବ

Next Post

୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡ଼ିର ବାଜିମାତ୍

Next Post
୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡ଼ିର ବାଜିମାତ୍

୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡ଼ିର ବାଜିମାତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA