Monday, May 11, 2026 11:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି

by Our Correspondent
02 Oct, 2019- 11:02 PM
in Latest News, News, Politics
1 min read
1
ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି
ଭୁବନେଶ୍ୱର: ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ସଂଗଠନର ନେତା ଓ କର୍ମୀ । କର୍ମୀମହଲରେ ଗ୍ରହଣୀୟତା ହରାଇଥିବା ଏବଂ ଯାବତୀୟ ଅପବାଦରେ ଘେରା ଅଶୋକ ନିଜକୁ ଜିଲ୍ଲା ବିଜେଡ଼ିର ସର୍ବେସର୍ବା ବୋଲାଇବାର ନିଶା ଛାଡ଼ିପାରୁନାହାନ୍ତି । ଭୁବନେଶ୍ୱର ଜିଲ୍ଲା ସଂଗଠନର ନେତୃତ୍ୱ ଦାୟିତ୍ୱରୁ ତଡ଼ା ଖାଇଲା ପରେ ବି ତାଙ୍କର ମୋହ ତୁଟିନି । ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଅଶୋକ ପଣ୍ଡାଙ୍କ କାର୍ଯ୍ୟକଳାପ ଜିଲ୍ଲା ସଂଗଠନରେ ଖାଲି ଚର୍ଚ୍ଚାର ବିଷୟ ହୋଇନି, ବରଂ ତାଙ୍କୁ ନେଇ ଦଳରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି ।
ଭୁବନେଶ୍ୱର ୱାର୍ଡ ନଂ ୬୨ର କାରଗିଲ୍ ରୋଡ୍ ରେ ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ମୁଖ୍ୟ ଅତିଥି । ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତିବର୍ଷ ଏହି ପଦଯାତ୍ରା ଉତ୍ସବର ଆୟୋଜନ ଜିଲ୍ଲା ସଂଗଠନ ଉପରେ ନ୍ୟସ୍ତ ଥାଏ । ମାତ୍ର ଏଥର ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏହି ୱାର୍ଡଟି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏକାମ୍ର ନିର୍ବାଚନମଣ୍ଡଳୀ ଅର୍ନ୍ତଭୁକ୍ତ ହୋଇଥିବାରୁ ନିଜକୁ ସେ ସର୍ବେସର୍ବା ବୋଲାଇ ଜିଲ୍ଲା ସଂଗଠନକୁ ଅନ୍ଧାରରେ ରଖି ଦେଇଥିଲେ । କାର୍ଯ୍ୟକ୍ରମର ଆୟୋଜନଠାରୁ ଉତ୍ସବ ଶେଷ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଅମରେଶ(ବାଇଁଆ) ଜେନା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ବାସିରେ ପଚାରି ନ ଥିଲେ । ଦଳର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଘର ଏହି ଏକାମ୍ର ନିର୍ବାଚନମଣ୍ଡଳୀରେ ହୋଇଥିଲେ ମଧ୍ୟ ତାଙ୍କୁ ପଚାରି ନ ଥିଲେ କି ସହଯୋଗ ନେଇ ନ ଥିଲେ ।
ଜନସଂପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତ କୌଣସି ବ୍ୟାନର୍ ଓ ପୋଷ୍ଟରରେ ଅରୂପ ଏବଂ ଜିଲ୍ଲା ସଭାପତି ବାଇଁଆଙ୍କର ଫଟୋ କି ନାଁ ବି ଦେଖିବାକୁ ମିଳିଲା ନାହିଁ । ଏହାର ପ୍ରସ୍ତୁତକର୍ତ୍ତା ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ସେଥିପାଇଁ ସାମାନ୍ୟତମ ସୌଜନ୍ୟତା ରହିଲା ନାହିଁ । ବ୍ୟାନରରେ ଅରୂପ କି ବାଇଁଆଙ୍କର ଫଟୋ ନ ରଖିବାକୁ ମନ୍ତ୍ରୀ ହ୍ୱିପ୍ ଜାରି କରିଥିବା କୁହାଯାଉଛି ।
ଆହୁରି ସଙ୍ଗୀନ କଥା ହେଉଛି, ଉତ୍ସବ ମଞ୍ଚରେ ଅରୂପ ଏବଂ ବାଇଁଆଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଥିଲେ ମନ୍ତ୍ରୀ ପଣ୍ଡା । ଉତ୍ସବରେ ଜିଲ୍ଲା ସଭାପତି ସଭାପତିତ୍ୱ କରିବାର ପରମ୍ପରା ରହିଆସିଛି । ମାତ୍ର ଜିଲ୍ଲା ସଭାପତିଙ୍କୁ ପଛରେ ବସାଇ ମନ୍ତ୍ରୀ ନିଜେ ଏହି କାର୍ଯ୍ୟକ୍ରମର ପୁରୋହିତ ସାଜିଥିଲେ । ଜିଲ୍ଲା ସଭାପତିଙ୍କୁ ଭାଷଣ ଦେବାକୁ ସୁଯୋଗ ଦେଲେନାହିଁ କି ସ୍ୱାଗତ ଭାଷଣରେ ଜିଲ୍ଲା ସଭାପତିଙ୍କ ନାଁ ମନେ ପକାଇ ପାରିଲେନି । ଧନ୍ୟବାଦ ଦେବାକୁ ବି ତାଙ୍କୁ ଯୋଗ୍ୟ ମଣିଲେନି ମନ୍ତ୍ରୀ । ଗଂଜାମ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ସେହି ସୁଯୋଗ ଦେଲେ । ତେବେ ଅରୂପଙ୍କ ସୌଭାଗ୍ୟ ହେଉ କି ଦୁର୍ଭାଗ୍ୟ ହେଉ, ମୁଖ୍ୟମନ୍ତ୍ରୀଙ୍କ ଆଗମନ ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କୁ ସଭାମଞ୍ଚରେ ଭାଷଣ ଦେବାର ସୁଯୋଗ ଦେଇ ବାଆଁରେଇବାକୁ ଚେଷ୍ଟା କରିଥିଲେ ।
ମିିଳିଥିବା ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମ ଆୟୋଜନର ବାହାବା ଏକା ନେବାକୁ ମନ୍ତ୍ରୀ ଅଶୋକ ପଣ୍ଡା ଜିଲ୍ଲା ସଂଗଠନର ସହଯୋଗ ଚାହିଁ ନ ଥିଲେ । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହାତରେ ରଖି ନିଜକୁ ସର୍ବେସର୍ବା କରିଛନ୍ତି । ମେୟରରୁ ବିଧାୟକ ବନିଥିବା ବିବାଦୀୟ ଅନନ୍ତ ଜେନାଙ୍କୁ ସେ ବହୁ ପୂର୍ବରୁ ପକେଟରେ ରଖି ସାରିଥିବା ବେଳେ ଠିକାଦାରି ବେପାରରୁ ବିଧାୟକ ବନିଥିବା ସୁଶାନ୍ତଙ୍କୁ ଏବେ ନୂଆ ନୂଆ କବଜା କରିଥିବା ଚର୍ଚ୍ଚା ହେଉଛି । କୁଆଡ଼େ ଏହି ତ୍ରିମୁଖୀଙ୍କ ଶୁଭଦୃଷ୍ଟିରେ ଜିଲ୍ଲା ସଂଗଠନ ନାହିଁ କି ୯୦ ଭାଗ ପୂର୍ବତନ କର୍ପୋରେଟର ନାହାନ୍ତି । ଆଗକୁ ବିଏମସି ନିର୍ବାଚନ ଥିବା ବେଳେ ମନ୍ତ୍ରୀ ଶ୍ରୀ ପଣ୍ଡା ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ବଦଳରେ ଭୁବନେଶ୍ୱର ବିଜେଡ଼ିରେ ଗୋଷ୍ଠୀ ବିଭେଦ ସୃଷ୍ଟି କରି ଦଳକୁ ଛାରଖାର କରୁଥିବା ଅନେକ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପରାଜୟ ପାଇଁ ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କ ଭୂମିକା ଉପରେ ସିଧାସଳଖ ଅଙ୍ଗୁଳି ଉଠିଛି । ଦଳୀୟ ଫୋରମ୍ ରେ ନିଜେ ଅରୂପ ଏହି କଥା ବାରମ୍ବାର ଉଠାଇଛନ୍ତି । ମାତ୍ର ତାଙ୍କ କଥାକୁ ହାଇକମାଣ୍ଡ ଗୁରୁତ୍ୱ ନ ଦେବା ଦଳୀୟ କର୍ମୀଙ୍କୁ ଆଚମ୍ବିତ କରିଛି । ଅଶୋକଙ୍କ ଏକଚାଟିଆ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପରିବର୍ତ୍ତେ ହାଇକମାଣ୍ଡ ଚୁପ୍ ରହି ତାଙ୍କ କାର୍ଯ୍ୟକୁ ପ୍ରଶୟ ଦେଉଥିବା ଅନେକଙ୍କର ଅନୁଭବ ହେଉଛି ।
ଶ୍ରୀ ପଣ୍ଡା ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ ବୋଲାଉଥିବାରୁ ଡରରେ ଚୁପ୍ ରହିଥିବା ଛାମୁଆ ନେତାମାନେ ଆଉ ସମ୍ଭାଳିବା ଅବସ୍ଥାରେ ନାହାନ୍ତି । ଯେ କୌଣସି ମୁହୁର୍ତ୍ତରେ ଏହା ବିସ୍ଫୋରଣ ଘଟାଇବ ବୋଲି କର୍ମୀମହଲରୁ ଚେତାବନୀ ଦିଆଯାଇଛି ।
Previous Post

ହ୍ୟାଲୋ..ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

Next Post

ଚାକିରିରୁ ତଣ୍ଟିଆ ଖାଇଲେ ୩ ଖାଉ ବାବୁ

Next Post
ଚାକିରିରୁ ତଣ୍ଟିଆ ଖାଇଲେ ୩ ଖାଉ ବାବୁ

ଚାକିରିରୁ ତଣ୍ଟିଆ ଖାଇଲେ ୩ ଖାଉ ବାବୁ

Comments 1

  1. Alok Mishra says:
    7 years ago

    Perfect news

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA