Thursday, May 21, 2026 09:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅହଂକାରକୁ ଥୂ: ବିଜେପି ହାତ ଛାଡ଼ିଲେ ନାରାୟଣ

by Our Correspondent
21 Nov, 2017- 04:17 PM
in Latest News, Politics
1 min read
0
ଅହଂକାରକୁ ଥୂ: ବିଜେପି ହାତ ଛାଡ଼ିଲେ ନାରାୟଣ
ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଆଜି ବିଜେପି ହାତ ଛାଡ଼ି ବିଜେଡ଼ିକୁ ଚାଲିଯାଇଛନ୍ତି । ନବୀନ ନିବାସ ଯାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଜେଡ଼ିରେ ଯୋଗଦେଲେ ବୋଲି ଘୋଷଣା କରିଛନ୍ତି । ବିଜେପିରେ ବଢ଼ିଚାଲିଥିବା ଅହଂକାର ତାଙ୍କୁ ଅତିଷ୍ଠ କରିଥିଲା । ସେହି ଦଳରେ ନୀତି ଓ ନୈତିକତା ନାହିଁ । ତ୍ୟାଗ ଓ ତପସ୍ୟାର ମୂଲ୍ୟ ନାହିଁ ବୋଲି ନାରାୟଣ କହିଛନ୍ତି । ଆଗକୁ ବିଜେପୁର ଉପନିର୍ବାଚନ ଥିବା ବେଳେ ଜିଲ୍ଲାର ଏହି ବରିଷ୍ଠ ବିଜେପି ନେତା ଦଳ ଛାଡ଼ି ବିଜେଡ଼ିକୁ ଚାଲିଯିବା ବିଜେପିକୁ ଶକ୍ତ ଆଘାତ ଦେଇଛି । ନାରାୟଣ ବିଜେପିରୁ ଇସ୍ତଫା ଦେଲା ପରେ ବିଜେପି ସଭାପତି ବସନ୍ତ ପଣ୍ଡା ମୁହଁଲଜ୍ଜା ଘୋଡାଇବାକୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ମୁଣ୍ଡରେ ବସାଇଥିବା ନାରାୟଣଙ୍କ ଉପରେ ଦଳୀୟ ଶୃଙ୍ଖଳା ଭଙ୍ଗର ଆରୋପ ଲଗାଇଛନ୍ତି । ନାରାୟଣଙ୍କ ସ୍ଥାନରେ ଡ. ଅରୂପାନନ୍ଦ ସାହୁଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଛନ୍ତି ।
ବିଜେପୁର ଉପନିର୍ବାଚନ ମାହୋଲ୍ ଆରମ୍ଭ ଦିନଠୁଁ ନାରାୟଣ ସାହୁ ଚର୍ଚ୍ଚିତ ବ୍ୟକ୍ତି ହୋଇଛନ୍ତି । ଅଶୋକ ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନ ଓ ତାଙ୍କର ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଦଳର ଜିଲ୍ଲା ସଭାପତି ଶ୍ରୀ ସାହୁ । ଅକ୍ଟୋବର ୨ ରେ ଅଶୋକଙ୍କ ବିଜେପି ମିଶ୍ରଣ ପର୍ବରେ ସେ ଅନୁପସ୍ଥିତ ରହି ନିଜର ଅସନ୍ତୋଷ ଜଣାଇଥିଲେ । ଏପରିକି ଜିଲ୍ଲା ଦାୟିତ୍ୱରୁ ଅବ୍ୟାହତି ନେବାର ଇଚ୍ଛା ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ । ତେବେ ସୁରେଶ ପୂଜାରୀଙ୍କ ଭଳି ଦଳର ବରିଷ୍ଠ ନେତା ତାଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ । ୨୫ ବର୍ଷର ଅଭିଜ୍ଞତା ସମ୍ପନ୍ନ ନାରାୟଣ ବିଜେପୁର ଉପନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀ ବୋଲି ମତ ଦେଇଥିଲେ । ଅସନ୍ତୁଷ୍ଟ ନାରାୟଣଙ୍କୁ ନେଇ ଦଳରେ ଛକାପଂଝା ଚାଲିଥିବା ବେଳେ ଅକ୍ଟୋବର ୩ ତାରିଖ ସଂଧ୍ୟାରେ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱର ବାସଭବନରେ ତାଙ୍କର ମାନଭଂଜନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମନେଇ ଦେଇଥିଲେ । ନାରାୟଣ ବି ଧର୍ମେନ୍ଦ୍ରଙ୍କ କଥାରେ ମନି ଯାଇଥିଲେ । ସେଦିନ ନାରାୟଣ ଗଣମାଧ୍ୟମ ସାମନାରେ ତାଙ୍କ ସ୍ୱର ବଦଳାଇ ‘ମୁଁ ଅସନ୍ତୁଷ୍ଟ ନ ଥିଲି କି ନାହିଁ’ ବୋଲି ସଫେଇ ଦେଇଥିଲେ । ତେବେ ମଝିରେ କ’ଣ ଘଟିଲା ତାହା ଜଣାପଡ଼ିନାହିଁ । ବରଂ ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ଅପେକ୍ଷାରେ ଥିଲା ବେଳେ ନାରାୟଣ ହଠାତ୍ ଦଳ ଛାଡ଼ିଛନ୍ତି ।
ସଜ୍ଜନଙ୍କ ଶସ୍ତା ଅଭିଯୋଗ: ନାରାୟଣ ସାହୁ ବିଜେଡ଼ିକୁ ଚାଲିଯିବା ପରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି.. ‘ଆମେ ଶୁଣୁଛୁ.. ବରଗଡ଼ରେ ଚର୍ଚ୍ଚା ହେଉଛି, ନାରାୟଣଙ୍କ ପୁଅଙ୍କ ନାଁରେ ଏକ ଫୌଜଦାରୀ ମାମଲା ଅଛି । ପୁଲିସ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ନାରାୟଣ ବିଜେଡ଼ିକୁ ଗଲେ’ । ଅର୍ଥାତ୍ ଏକ ଜାତୀୟ ଦଳର ରାଜ୍ୟ ମୁଖ୍ୟ ମୁଖପାତ୍ରଙ୍କ ପାଖରେ ତଥ୍ୟ ନାହିଁ । ଶୁଣାଶୁଣିରେ ସେ ଟିଭିରେ ଏଭଳି ସଙ୍ଗୀନ କଥା ଉଠାଇଛନ୍ତି । ଯାହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଖୋଦ୍ ତାଙ୍କ ଦଳର କିଛି ନେତା ଆମକୁ ଜଣାଇଛନ୍ତି । ବିନା ତଥ୍ୟ ପ୍ରମାଣରେ ଟିଭିରେ ବକବାସ୍ କରି ଏଭଳି ନେତା ଦଳକୁ ଅଧିକ ବଦନାମ କରୁଛନ୍ତି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ନାରାୟଣ ସାହୁଙ୍କ ଇସ୍ତଫା ପରିପ୍ରେକ୍ଷୀରେ ବିଜେପିରେ ଅଲୋଡ଼ା ହୋଇପଡ଼ିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଦଳ ବିରୋଧରେ ସାଂଘାତିକ କଥା କହିଛନ୍ତି । ବିଜେପିରେ ଚକଡ଼ା ପୋକ ଲାଗିଯାଇଥିବା ସେ କହିଛନ୍ତି । ‘ବିଜେପିକୁ ‘ଅହଂକାରୀ’ ଚକଡ଼ା ପୋକ କ୍ଷତିଗ୍ରସ୍ତ କରୁଛି । ତୁରନ୍ତ ଏହାକୁ ହଟାଇବା ଦରକାର’ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Previous Post

ପିନାକ ଡର, ବିଜେପିର ମିଛ ଧରାପଡ଼ିଲା

Next Post

ସତ ଚାପିଦେବାକୁ ଉଦ୍ୟମ !

Next Post
ସତ ଚାପିଦେବାକୁ ଉଦ୍ୟମ !

ସତ ଚାପିଦେବାକୁ ଉଦ୍ୟମ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA