Wednesday, May 20, 2026 04:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅହିଂସା’କୁ ସମ୍ବିଧାନରେ ଯୋଡିବା ସପକ୍ଷରେ ନବୀନ, ରାଷ୍ଟ୍ରପତି ଭବନରେ ଉଚ୍ଚ ପ୍ରଶଂସିତ

by Our Correspondent
02 May, 2018- 11:49 PM
in Latest News, News
1 min read
0
‘ଅହିଂସା’କୁ ସମ୍ବିଧାନରେ ଯୋଡିବା ସପକ୍ଷରେ ନବୀନ, ରାଷ୍ଟ୍ରପତି ଭବନରେ ଉଚ୍ଚ ପ୍ରଶଂସିତ
ନୂଆଦିଲ୍ଲୀ: ଭାରତର ସମ୍ବିଧାନକୁ ସଂଶୋଧନ କରି ଏହାର ମୁଖବନ୍ଧ(ପ୍ରିଅମ୍ବୁଲ)ରେ ‘ଅହିଂସା’କୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଯୋଗଦେଇ ନବୀନ ଏହି ପ୍ରସ୍ତାବ ଦେଇଛନ୍ତି । ନବୀନଙ୍କ ପ୍ରସ୍ତାବକୁ ସେଠାରେ କରତାଳି ଦେଇ ସମସ୍ତେ ସମର୍ଥନ କରିଛନ୍ତି । ଉଚ୍ଚ ପ୍ରଶଂସା ବି କରିଛନ୍ତି । ଖାଲି ସେତିକି ନୁହେଁ ଦାରିଦ୍ର୍ୟ ଓ ସାମାଜିକ ଅନ୍ୟାୟକୁ ‘ହିଂସା’ର ଆଖ୍ୟା ଦେଇ ନବୀନଙ୍କ ଭାଷଣ ବେଶ ଆଦୃତଲାଭ କରିଛି ।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ, ଅହିଂସା ହେଉଛି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଚିନ୍ତାଧାରା । ଏହାକୁ ଭାରତୀୟ ସମ୍ବିଧାନରେ ସ୍ଥାନିତ କରିପାରିଲେ ତାହା ଗାନ୍ଧୀଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହାର ଯଥାର୍ଥତା ରଖିଥିଲେ । କହିଥିଲେ, ମହାତ୍ମା ଗାନ୍ଧୀଙ୍କ ଅହିଂସା ସମ୍ପର୍କିତ ସିଦ୍ଧାନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଦାରିଦ୍ର୍ୟ ଓ ସାମାଜିକ ଅନ୍ୟାୟ । ଏହା ହିଁ ସବୁଠାରୁ ବଡ଼ ହିଂସା । ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ଅଛି, ସେ ପର୍ଯ୍ୟନ୍ତ ସ୍ୱାଧୀନତାର ମାନେ ନାହିଁ । କୌଣସି ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହେଉଛି ଦାରିଦ୍ର୍ୟ ଦୂରୀକରଣ । ଅହିଂସା ବିନା ଏହା ହାସଲ କରିବା ସମ୍ଭବ ନୁହେଁ । ବିକାଶ ପାଇଁ ଶାନ୍ତି ଆବଶ୍ୟକ । ସମାଜକୁ ଜାତି, ଧର୍ମ ଓ ଶ୍ରେଣୀରେ ବିଭେଦ ସୃଷ୍ଟି କରୁଥିବା ଗୋଷ୍ଠୀ ବିକାଶରେ ପ୍ରତିବନ୍ଧକ ସାଜିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସମ୍ବିଧାନର ମୁଖବନ୍ଧରେ ଥିବା ସିଦ୍ଧାନ୍ତଗୁଡ଼ିକ ପାଶ୍ଚାତ୍ୟ ଚିନ୍ତାଧାରା ଉପରେ ଆଧାରିତ । ଭାରତୀୟ ପରମ୍ପରା ଓ ଦର୍ଶନର ନିଚ୍ଛକ ପ୍ରତିଫଳନ ‘ଅହିଂସା’ କୁ ସେଥିରେ ଯୋଡିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ଯୁକ୍ତି ରଖିଥିଲେ । ତାହା ହିଁ ଗାନ୍ଧୀଜୀଙ୍କ ପ୍ରତି ଦେଶବାସୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଏହାଦ୍ୱାରା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଭବିଷ୍ୟତ ବଂଶଧରମାନେ ‘ଅହିଂସା’ର ବାସ୍ତବ ସତ୍ୟକୁ ହୃଦୟଙ୍ଗମ କରି ମନେ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ଅଭିଭାଷଣକୁ ସେ ନିଜେ ଲେଖିଥିଲେ ।
Previous Post

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ; ବିଜେଡ଼ି ସହ ପର୍ଯ୍ୟବେକ୍ଷକ, ମିଡ଼ିଆ ପ୍ୟାନେଲିଷ୍ଟ

Next Post

ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

Next Post
ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA