Thursday, May 21, 2026 03:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆଉ ବଞ୍ଚିବାର ଇଚ୍ଛା ନାହିଁ’

by Our Correspondent
02 Jun, 2018- 10:06 PM
in Latest News, News
1 min read
0
‘ଆଉ ବଞ୍ଚିବାର ଇଚ୍ଛା ନାହିଁ’
ଭୁବନେଶ୍ୱର: ମନ ଓ ଶରୀର ନିସ୍ତେଜପ୍ରାୟ । ଦେହର ଚମ ମଳିନ ପଡ଼ିଗଲାଣି । ମୁହଁରେ ନିଶ ଦାଢ଼ି ଅମାନିଆ ହୋଇଯାଇଛନ୍ତି । ଲାଗୁଛି ବର୍ଷେ ହେଲା ପେଟରେ ଦାନା ପଡ଼ିନି । ଦିନ ରାତି ଅସହ୍ୟ ଯନ୍ତ୍ରଣା । ହସ୍ପିଟାଲ୍ ବେଡ଼ ରୁ ଉଠିବାର ଶକ୍ତି ନାହିଁ । ନିଜ ଲୋକଙ୍କୁ ଦେଖିଲେ ଆଖିରୁ ଝର ଝର ଲୁହ ବାହାରି ଆସୁଛି । ଅତୀତ କଥା ମନେ ପକାଇ ଭୋ ଭୋ କାନ୍ଦୁଛନ୍ତି । ରୋଗୀଙ୍କ ସେବାରେ ଯେଉଁ ହସ୍ପିଟାଲ୍ କୁ ରାତି ପାହିଲେ ଧାଉଁଥିଲେ ସେହି ହସ୍ପିଟାଲ୍ ରେ ଆଜି ସେ ନିଜେ ପଡ଼ିଛନ୍ତି ରୋଗୀ ହୋଇ । ୮ ମାସ ହେଲାଣି ମୃତ୍ୟୁ ସହ ଚାଲିଛି ଲଢ଼େଇ । ଆଉ ବଞ୍ଚିବାକୁ ବି ତାଙ୍କର ଇଚ୍ଛା ନାହିଁ ।
କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଏବେକାର ବାସ୍ତବ ଜୀବନ କାହାଣୀ ଇଏ । ଚିକିତ୍ସାଧୀନ ପ୍ରଭାତଙ୍କର ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିଟି ସ୍କାନ୍ କରିବାକୁ ଅଣାଯାଇଥିଲା । ସିଟି ସ୍କାନ୍ ରୁ ଫେରିଲା ବେଳେ ଟିଭି କ୍ୟାମେରା ଦେଖି ନିଜ କୋହକୁ ନିୟନ୍ତ୍ରଣ କରିପାରିଲେନି ପ୍ରଭାତ । ‘ମତେ ନିସ୍ତେଜ ଲାଗୁଛି । ଆଉ ବଞ୍ଚିବାର ଇଚ୍ଛା ନାହିଁ’ ବୋଲି ନିଜର ମନ କଥା ଖୋଲି କହିଥିଲେ । ଆଖିରୁ ତାଙ୍କର ଲୁହ ଜକେଇ ଆସିଥିଲା । ସର୍ବଦା ଚଳଚଞ୍ଚଳ ଏହି ତିନି ତିନି ଥରର ବିଧାୟକଙ୍କର ଏଭଳି ଅବସ୍ଥା ଆଜି ସମସ୍ତଙ୍କୁ ଭାବାବେଗ କରିଥିଲା । ମନ ଓ ଶରୀରର ପ୍ରବଳ କଷ୍ଟକୁ ପ୍ରଭାତ ପ୍ରକାଶ କରିପାରୁ ନ ଥିଲେ ମଧ୍ୟ ତାହା ଫୁଟି ବାହାରୁଥିଲା । ତାଙ୍କର ଓଦା ଆଖି କହୁଥିଲା ସେ କେତେ ନିସ୍ତେଜ ।
ସିିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ପ୍ରଭାତ । ରକ୍ତଚାପ ବଢ଼ିଯିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳୀରେ ସଂକ୍ରମଣ ଯୋଗୁଁ ଅପରେସନ୍ ହୋଇଥିଲା । ଗିରଫ ପରେ ପୁରୁଣା ରୋଗ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ ସେ । ମଝିରେ ନିଜ ଲୋକଙ୍କୁ ସେ ଠିକ୍ ଭାବେ ଚିହ୍ନି ପାରୁ ନଥିଲେ । ଯାହାକୁ ଦେଖିଲେ ପ୍ରଳାପ କରୁଥିଲେ । ଗତ ଏପ୍ରିଲ୍ ୨୪ ତାରିଖରେ ହାଇକୋର୍ଟ ତାଙ୍କୁ ଦୁଇ ମାସର ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ମାତ୍ର ଜାମିନ୍ ମିଳିବା ସତ୍ତ୍ୱେ ଚିକିତ୍ସା କାରଣରୁ ଘରକୁ ଫେରି ପାରୁନାହାନ୍ତି ପ୍ରଭାତ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସଠିକ ଖବର ଜଣାପଡ଼ି ନ ଥିଲେ ମଧ୍ୟ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା ଅବସ୍ଥାରେ ସେ ନାହାନ୍ତି ।
ସୂଚନାଯୋଗ୍ୟ, ସିସୋର୍ ମାଲିକ ପ୍ରଶାନ୍ତ ଦାସଙ୍କ ସହ ୨୫ ଲକ୍ଷ ଟଙ୍କାର ଜମି କିଣାବିକା କାରବାରେ ଫସିଛନ୍ତି ଏକଦା ବିଜେଡ଼ିର ପାୱାରଫୁଲ୍ ଏମଏଲଏ ପ୍ରଭାତ ବିଶ୍ୱାଳ । ୩ ବର୍ଷ ଧରି ସିବିଆଇ ଏହାର ଖୋଳତାଡ଼ କରିବା ପରେ ତାଙ୍କୁ ଶେଷରେ ଗିରଫ କରିଥିଲା । ସେହି ମାମଲାରେ ସେ ନିର୍ଦୋଷ ବୋଲି ପ୍ରଭାତ ବାରମ୍ବାର ସଫେଇ ଦେଇଛନ୍ତି । ଏପରିକି ହସ୍ପିଟାଲ୍ ବେଡ୍ ରେ ପଡ଼ି ନିଜକୁ ନିର୍ଦୋଷ କହି ପ୍ରଳାପ କରୁଛନ୍ତି ।
Previous Post

ତାକତ୍ ଦେଖେଇବେ କି ବୈଜୟନ୍ତ?

Next Post

ନେତା ଯେଝା ବାଟରେ ଯିଏ; ବିଗିଡ଼ି ଯାଉଛି ବିଜେଡ଼ି ହାଲତ୍

Next Post
ନେତା ଯେଝା ବାଟରେ ଯିଏ; ବିଗିଡ଼ି ଯାଉଛି ବିଜେଡ଼ି ହାଲତ୍

ନେତା ଯେଝା ବାଟରେ ଯିଏ; ବିଗିଡ଼ି ଯାଉଛି ବିଜେଡ଼ି ହାଲତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA