Tuesday, May 26, 2026 07:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନେତା ଯେଝା ବାଟରେ ଯିଏ; ବିଗିଡ଼ି ଯାଉଛି ବିଜେଡ଼ି ହାଲତ୍

by Our Correspondent
03 Jun, 2018- 05:57 PM
in Latest News, Politics
1 min read
0
ନେତା ଯେଝା ବାଟରେ ଯିଏ; ବିଗିଡ଼ି ଯାଉଛି ବିଜେଡ଼ି ହାଲତ୍
ଭୁବନେଶ୍ୱର: ବିଜୁ ଜନତା ଦଳରେ ଏବେ ବିଚିତ୍ର ବ୍ୟବସ୍ଥା । ଭିତରେ ଓ ବାହାରେ କାହା ସହ କାହାରି ତାଳ ନାହିଁ କି ମେଳ ନାହିଁ । ଯିଏ ଟିକେ ପାୱାର ପାଇଛି ସେ ନିଜ ହାତରେ ଚଉଦ ପାଏ । କିଛି ନେତା ଓ ବିଧାୟକ ଦଳୀୟ ସ୍ୱାର୍ଥ ଛାଡ଼ି ନିଜ ପକେଟ କିଭଳି ଗରମ କରିବେ ସେଇ ଚିନ୍ତାରେ । ସାଧାରଣ କର୍ମୀଙ୍କ ପାଇଁ ସେମାନେ ନିର୍ଦ୍ଦୟ । ଏମିତି ବିଭିନ୍ନ କାରଣ ଯୋଗୁଁ ବିଜେଡ଼ିର ସାଂଗଠନିକ ଶକ୍ତି ଦୁର୍ବଳ ହେଉଛି । ବିଜେପି ଓ କଂଗ୍ରେସ ନେତୃତ୍ୱ ଇଲେକ୍ସନ୍ ପାଇଁ ଫୁଲ ଦମ୍ ଖଟାଇଥିବା ବେଳେ ବିଜେଡ଼ି ନେତାମାନେ ନିଜର ଅଯୋଗ୍ୟପଣ ପାଇଁ ଦଳକୁ ଦୁର୍ବଳ କରିବାରେ ଲାଗିଛନ୍ତି । ନବୀନ ପଟ୍ଟନାୟକଙ୍କ ନାଁରେ ପୁଣି ନିର୍ବାଚନ ପାର୍ ହେବାକୁ ମନ ବାନ୍ଧିଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ବିଜେଡ଼ି ପୁଣି ଥରେ କ୍ଷମତା ଦଖଲ କରିବ ବୋଲି ନେତାମାନେ ମନେ ମନେ ଗୁଡ଼ ଖାଉଥିଲେ ମଧ୍ୟ ଏଥର ସ୍ଥିତି ଭିନ୍ନ ହେବ । କେବଳ ବିଜେପି ସହ ଲଢ଼ିବ ବୋଲି ମନସ୍ଥିର କରି ସାରିଥିବା ଏହି ଦଳ ପାଇଁ କଂଗ୍ରେସ ବି ବଡ଼ ଚାଲେଂଜ ହୋଇ ଉଭା ହୋଇଛି । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଚଳଚଞ୍ଚଳ ହୋଇଛି । ଗାଁ ଗଣ୍ଡାରେ ଶୋଇ ରହିଥିବା କଂଗ୍ରେସ କର୍ମୀମାନେ ଏବେ ସକ୍ରିୟ ହେଲେଣି । ସେହିଭଳି ବିଜେପୁର ଉପନିର୍ବାଚନରେ ଶୋଚନୀୟ ପରାଜିତ ବିଜେପି ସେଥିରୁ ଶିକ୍ଷାଲାଭ କରି ନିଜର ଷ୍ଟ୍ରାଟେଜି ବଦଳେଇଛି । ଏକାକୀ ୫୦ ସିଟ୍ ପାଇଲେ ବି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ରେ ଅସୁବିଧା ହେବନି ବୋଲି ନେତାମାନେ ଅଙ୍କ କଷୁଛନ୍ତି । ଏହା ଯେ ଅମୂଳକ ନୁହେଁ, ରାଜନୈତିକ ସମୀକ୍ଷକମାନେ ଅନୁମାନ ଲଗାଇଲେଣି ।
ପଞ୍ଚମ ଥର ପାଇଁ ଶାସନଗାଦିକୁ ଆସିବାକୁ ବିଜେଡ଼ି ଅଣ୍ଟା ଭିଡ଼ିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ପ୍ରସ୍ତୁତି କିଛି ନାହିଁ । ଦଳ ପାଇଁ ବଡ଼ ସମସ୍ୟା ହୋଇଛି ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ । ଦଳୀୟ କାର୍ଯ୍ୟ ପାଇଁ ସମୟ ନ ଦେଇ ନେତାମାନେ ନିଜ ନିଜ ଭିତରେ ମାରପିଟ୍, ଗୋଛି କଟାକଟିରେ ବ୍ୟସ୍ତ । କିଏ ଟିକେ ଉଠିଗଲେ, ତାଙ୍କୁ ପାନେ ଦେବାକୁ ପରଷ୍ପର ଭିତରେ ପ୍ରତିଯୋଗିତା । ବିଜେପି କି କଂଗ୍ରେସ ଶତ୍ରୁ ନ ହୋଇ ନିଜ ନିଜର ଶତ୍ରୁ ହୋଇଛନ୍ତି । ଇଲେକ୍ସନ୍ ଆଗକୁ ଥିବାରୁ ପଇସାପତ୍ର ମାମଲାରେ କିଛି ପାରିବାର ନେତା ଆହୁରି ପାରିବାର ହୋଇଛନ୍ତି । ଏମିତିକି ଦଳୀୟ କାର୍ଯ୍ୟ ପାଇଁ ଆସୁଥିବା ଟଙ୍କାକୁ ଆଖି ପକାଉଛନ୍ତି । ନିକଟରେ ‘ମହାନଦୀ ସୁରକ୍ଷା ଅଭିଯାନ’ ପାଇଁ ଆସିଥିବା ଟଙ୍କାକୁ କିଛି ନେତା ହରିଲୁଟ୍ କରିନେଇଥିବା ଦଳୀୟ କର୍ମୀମାନେ ଅଭିଯୋଗ କରିଛନ୍ତି । ଅନଭିଜ୍ଞ ଯୁବନେତାଙ୍କ ହାତରେ ଦଳୀୟ ପାଣ୍ଠି ବଣ୍ଟନ ଦାୟିତ୍ୱକୁ ନେଇ ଦଳରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି ।
ଖାଲି ସେତିକି ନୁହେଁ, ଦଳର ଆଗଧାଡ଼ି ମାଡ଼ିବସିଥିବା କିଛି ନେତା/ନେତ୍ରୀ ଦଳୀୟ କାର୍ଯ୍ୟକୁ ଗୌଣ କରି ଯେଝା ଯେଝା ବେପାରରେ ମାତିଛନ୍ତି ବୋଲି ଗୁରୁତର ଅଭିଯୋଗ ଆସିଛି । ଠିକାଦାରୀ, ପ୍ରଡ଼କ୍ସନ୍ ଓ ଅନ୍ୟାନ୍ୟ ଛୋଟମୋଟିଆ କାମରେ ନିଜକୁ ଉପକୃତ କରିବାକୁ ସେମାନେ ଲାଗିପଡ଼ିଛନ୍ତି । ହାତଗଣତି ଲୋକ ନିଜ ସମ୍ପର୍କୀୟଙ୍କ ନାଁରେ ଠିକା କାମ ନେଇ ନିଜ ପକେଟ୍ ଗରମ କରିବାରେ ବ୍ୟସ୍ତ ଥିବାରୁ ଅନ୍ୟ କର୍ମୀମାନେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ କିଛି ନେତା ଓ ଅଫିସରଙ୍କ ଇଙ୍ଗିତରେ ନିର୍ଦ୍ଦିଷ୍ଟ ବାହାର ଲୋକଙ୍କୁ କୋଟି କୋଟି ଟଙ୍କାର ଦଳୀୟ ଓ ସରକାରୀ କାର୍ଯ୍ୟ ଦିଆଯାଉଥିବାରୁ ଏହା ଅନ୍ୟମାନଙ୍କୁ କ୍ଷୁବ୍ଧ କରିଛି । ମୋଟାମୋଟି ଭାବେ, ସାଂଗଠନିକ ଶକ୍ତିବୃଦ୍ଧିରେ ମନ ନ ଦେଇ ନେତାମାନଙ୍କର ଏହି ଅସାଂଗଠନିକ କାର୍ଯ୍ୟକଳାପ ଦଳ ପାଇଁ ବିପଦ ଆଣିଛି ।
ଦଳର ଜଣେ ବରିଷ୍ଠ ନେତା ମାନିଛନ୍ତି ଯେ ବିଜେଡ଼ିରେ ଦଳୀୟ ଶାସନ ବ୍ୟବସ୍ଥା ଏବେ ହୁଗୁଳି ଯାଇଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାମାନେ ସଂଗଠିତ ହୋଇ କାମ କରିବେ କ’ଣ ଓଲଟି ଦଳକୁ ଧ୍ୱଂସ ବିଧ୍ୱଂସ୍ତ କରୁଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଭରସାରେ ଥିବା ନେତାମାନଙ୍କୁ ସେ ଦାୟୀ କରିଛନ୍ତି । ସେମାନଙ୍କୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବା ସେ କହିଛନ୍ତି । ଆମ ଭିତରେ ଯେଭଳି ପିଟାପିଟି, ସେଠି ଛାତିରେ ହାତ ରଖି ଆମେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କଥା କହିପାରିବୁ ନାହିଁ ବୋଲି ସେ ସ୍ୱୀକାର କରିଛନ୍ତି ।
ବିଜୁ ପଟ୍ଟନାୟକଙ୍କ ପ୍ରବଳ ଲୋକପ୍ରିୟତା ଓ ହାୱା ସତ୍ତ୍ୱେ ୧୯୯୫ରେ ଜନତା ଦଳର ଆସନ ସଂଖ୍ୟା ୧୨୩ରୁ ୪୬ କୁ ଖସି ଆସିଲା । ୨୭ଟି ଆସନରେ ଦଳୀୟ ପ୍ରାର୍ଥୀ ୫୦୦ରୁ ହଜାରେ ଭୋଟ ବ୍ୟବଧାନରେ ହାରିଥିଲେ । ୨୦୧୯ରେ ଏହାର ଯେ ପୁନରାବୃତ୍ତି ନ ହେବ ତାହା କିଏ କହିବ ? ଦଳର ବରିଷ୍ଠ ନେତା ଦାମୋଦର ରାଉତ ଏ ନେଇ ଯେଉଁ ଆଶଙ୍କା କରିଛନ୍ତି ତାହା ଶତ ପ୍ରତିଶତ ଠିକ୍ ବୋଲି ଉପକୂଳ ଅଞ୍ଚଳର ଜଣେ ବରିଷ୍ଠ ବିଜେଡ଼ି ନେତା କହିଛନ୍ତି ।
Previous Post

‘ଆଉ ବଞ୍ଚିବାର ଇଚ୍ଛା ନାହିଁ’

Next Post

ରତ୍ନ ଭଣ୍ଡାର ଚାବିକାଠି ଚେତା ପଶିଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Next Post
ରତ୍ନ ଭଣ୍ଡାର ଚାବିକାଠି ଚେତା ପଶିଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ରତ୍ନ ଭଣ୍ଡାର ଚାବିକାଠି ଚେତା ପଶିଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA