Thursday, May 21, 2026 06:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଗୁଆ ହାତ ଟେକିଦେଲେ ନିରଞ୍ଜନ

by Our Correspondent
22 May, 2019- 08:42 PM
in Latest News, News, Politics
1 min read
0
ଆଗୁଆ ହାତ ଟେକିଦେଲେ ନିରଞ୍ଜନ
ଭୁବନେଶ୍ୱର: ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିନାହାନ୍ତି ପିସିସି ମୁଖିଆ । ରାଜ୍ୟରେ କଂଗ୍ରେସର ପରାଜୟକୁ ଆଗୁଆ ସ୍ୱୀକାର କରି ହାତ ଟେକି ଦେଇଛନ୍ତି । କଂଗ୍ରେସ ଭଲ କରିବ ନାହିଁ ବୋଲି ଫଳ ଆସିବାର ଦିନକ ପୂର୍ବରୁ ସଫା ସଫା କହିଦେଲେଣି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଏଠି ସରକାର ଗଠନ କରିବା ଦୂର କଥା, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ରହି ପାରିବ ନାହିଁ । ଭିନ୍ନ ଢ଼ଙ୍ଗରେ ଏକଥା ବି କହିବାକୁ ସଙ୍କୋଚ କରିନାହାନ୍ତି ସେ ।
ନିଜେ ଦୁଇଟି ଆସନ ଘଷିପୁରା ଏବଂ ଭଣ୍ଡାରୀପୋଖରୀରୁ ଲଢ଼ୁଥିଲେ ବି ଫଳାଫଳ ନେଇ ବାଉଳି ହୋଇଛନ୍ତି ନିରଞ୍ଜନ । ଭାଇଙ୍କ ଚାନେଲ୍ ର ଏକଜିଟ୍ ପୋଲ୍ ତାଙ୍କୁ ଘଷିପୁରାରୁ ଜିତାଇ ଭଣ୍ଡାରୀପୋଖରୀରୁ ହରାଇଛି । ଏହି ଆକଳନକୁ ନିରଞ୍ଜନ ଖଣ୍ଡନ କରି ଓଲଟା ଆକଳନ ଦେଇଥିଲେ । ହେଲେ ଦିନକ ପରେ ନିଜ କଥା ବଦଳାଇ ଦେଇଛନ୍ତି । ଦୁଇଟିଯାକ ଆସନରୁ ବିଜୟୀ ହେବେ ବୋଲି ନିରଞ୍ଜନ ଦମ୍ଭ ଦେଖାଇଛନ୍ତି । ତେବେ ସତକଥା ହେଉଛି, ନିରଞ୍ଜନ ଉଭୟ ଘଷିପୁରା ଓ ଭଣ୍ଡାରୀପୋଖରୀରୁ ହାରିବେ ବୋଲି ଖୋଦ୍ ତାଙ୍କ ଦଳୀୟ ଆକଳନ କହୁଛି । ତାଙ୍କ ପୁଅ ବାଲେଶ୍ୱର ଲୋକସଭା ଆସନରୁ ଲଢ଼ୁଥିଲେ ମଧ୍ୟ ପ୍ରତିଦ୍ୱନ୍ଦିତାରେ ନାହାନ୍ତି । ସେଠି ବିଜେଡ଼ି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି । ଖାଲି ନିରଞ୍ଜନ ବାପପୁଅ ନୁହଁନ୍ତି, ନରସିଂହ ମିଶ୍ରଙ୍କ ସମେତ ଦଳର ଅଧଡର୍ଜନ ବିଧାୟକଙ୍କ ଆସନ ବି ଟଳମଳ ହେଉଛି ।
ଗତଥର କଂଗ୍ରେସ ୧୬ ଟି ବିଧାନସଭା ଆସନ ପାଇଥିଲା । ଏଥର ଅତି କମ୍ ରେ ୫୦ ଟି ଆସନ ପାଇବ ବୋଲି ପୂର୍ବାନୁମାନ କରିଛି । ମାତ୍ର ବାସ୍ତବରେ ଦଳର ଗତଥରର ସ୍ଥିତି ବଜାୟ ରହିବା ନେଇ ଏବେ ଘୋର ସନ୍ଦେହ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ନେଲା ବେଳେ କଂଗ୍ରେସ ମହଲରେ ପ୍ରବଳ ଆଶା ସଂଚାର ହୋଇଥିଲା । ସେ ନିଜେ ବହୁତ ଦମ୍ଭ ଦେଖାଇଥିଲେ । ମାତ୍ର କ’ଣ ହେଲା କେଜାଣି ଠିକ୍ ନିର୍ବାଚନ ପୂର୍ବରୁ ତାଙ୍କର ହାବଭାବ ସମସ୍ତଙ୍କୁ ସନ୍ଦେହରେ ପକାଇଲା । ବୋଧହୁଏ ନିରଞ୍ଜନଙ୍କୁ ମାପି ଏବଂ ଓଡ଼ିଶାରେ କଂଗ୍ରେସର ହୀନସ୍ତା ଜାଣି କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂ ମୁହଁ ମୋଡ଼ିଦେଲେ । ଖୋଦ୍ ରାହୁଲ ଗାନ୍ଧୀ ବି ଓଡ଼ିଶାକୁ ଗୁରୁତ୍ୱ ଦେଲେନି ।
ପରିଣାମ ଏୟା ହେଲା କି ପ୍ରାର୍ଥୀ ମନୋନୟନରେ ଅରାଜକତା ବ୍ୟାପିଗଲା । ପ୍ରାର୍ଥୀ ଚୟନରେ ନିରଞ୍ଜନଙ୍କ ମନମାନି ଚାଲିଲା । ଯୋଗ୍ୟ(ଜିତିବା ସମ୍ଭାବନା) ଓ ବରିଷ୍ଠ ନେତା ବଳିପଡ଼ିଲେ । ଟିକେଟ ହକଦାରଙ୍କୁ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖାଗଲା । ଅନେକ ଜାଗାରେ ଅଯୋଗ୍ୟ ପ୍ରାର୍ଥୀ ଲଦି ଦିଆଗଲା । ଫଳ ଏମିତି ହେଲା ଯେ ଟିକେଟ ପାଇଲା ପରେ କିଛି ବରିଷ୍ଠ ନେତା ଟିକେଟ ଫେରାଇ, ନ ଲଢ଼ିବାକୁ ଶ୍ରେୟ ମଣିଲେ । ଟିକେଟ ଦେବା ପାଇଁ ସଭାପତି ମୋଟା ଅଙ୍କର କାରବାର କରିଥିବା ମହିଳା କଂଗ୍ରେସ ସଭାନେତ୍ରୀ ଖୋଲା ଅଭିଯୋଗ ଆଣି ଦଳ ଛାଡ଼ିଲେ । ଯୁଧିଷ୍ଠିର ସାମନ୍ତରାୟଙ୍କ ଭଳି ଲଢ଼ୁଆ ନେତା ବି ସମାନ ଅଭିଯୋଗ ଆଣି ନିର୍ବାଚନ ଲଢ଼ିଲେନି । ଦଳର ସବୁ ଛାମୁଆ ସଂଗଠନ ମଧ୍ୟ ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।
କଂଗ୍ରେସର ଏଭଳିସ୍ଥିତି କର୍ମୀମାନଙ୍କ ମନୋବଳ ଭାଙ୍ଗିଦେଲା । ନିରଞ୍ଜନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ନିଜେ ଛିଡ଼ା ହୋଇ ପୁଅକୁ ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ କରିଥିବାରୁ ପ୍ରଚାର ସେଇଠି ସୀମିତ ରଖିଲେ । ଦଳର ମୁଖିଆ ହୋଇ ଅନ୍ୟ ଆଡକୁ ଆଖି ବୁଜିଦେଲେ ।
ନିରଞ୍ଜନ ଜାଣିଶୁଣି କଂଗ୍ରେସକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିବା ସବୁଆଡ଼େ ଚର୍ଚ୍ଚା । ଦଳ ମଧ୍ୟରେ ଏହାକୁ ନେଇ ଦାନା ବାନ୍ଧିଥିବା ଅସନ୍ତୋଷ ନିର୍ବାଚନ ଫଳ ଆସିବା ପୂର୍ବରୁ ତୀବ୍ର ହେଲାଣି । ନିର୍ବାଚନ ପରିଚାଳନା ଓ ନିରଞ୍ଜନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଆଜି ଦଳର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପିସିସି ସମନ୍ୱୟ କମିଟିର ଆବାହକ ଏବଂ ନିର୍ବାଚନ କମିଟିର ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ଅନ୍ୟତମ ବରିଷ୍ଠ ନେତା ଶରତ ରାଉତ ମଧ୍ୟ ନିରଞ୍ଜନଙ୍କ ଉପରେ ରାଗ ଝାଡ଼ିଛନ୍ତି । ନିର୍ବାଚନ ଫଳାଫଳ ଆସିଲା ପରେ ଦଳୀୟ ବିଦ୍ରୋହ ଭୟଙ୍କର ରୂପ ନେବ ବୋଲି କୁହାଯାଉଛି ।

କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ

Previous Post

୬୩ ଟି କେନ୍ଦ୍ରରେ ଭୋଟ ଗଣତି, ସମ୍ବଲପୁର ରେଜଲ୍ଟ ଆଗ

Next Post

ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

Next Post
ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA