Sunday, May 31, 2026 12:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ମନେପଡ଼ିଲା ବିଧାନ ପରିଷଦ

by Our Correspondent
05 Jun, 2018- 06:57 PM
in Latest News, Politics
1 min read
0
ପୁଣି ମନେପଡ଼ିଲା ବିଧାନ ପରିଷଦ
Spread the love
ଭୁବନେଶ୍ୱର: ବୋଧହୁଏ ରାଜ୍ୟ ସରକାର ଭୁଲି ଯାଇଥିଲେ । କମିଟିର ଆଉ ନାଁ ଗନ୍ଧ ନ ଥିଲା । ହେଲେ ବିଧାନ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ହଠାତ ତତ୍ପରତା ଦେଖାଇଛନ୍ତି । ବିଧାନ ପରିଷଦ ଗଠନ ସମ୍ପର୍କରେ ସବିଶେଷ ଅନୁଧ୍ୟାନ ପାଇ ଗଠିତ କମିଟି ଆନ୍ଧ୍ର ପ୍ରଦେଶ ଓ ବିହାର ଗସ୍ତରେ ଯିବେ । ସେଠାକାର ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ବହୁ ପୂର୍ବରୁ ଆଗ୍ରହ ଦେଖାଇଛନ୍ତି । ଏ ସମ୍ପର୍କରେ ସବିଶେଷ ଅନୁଧ୍ୟାନ ପାଇଁ ୨୦୧୫ ଜାନୁଆରୀ ୨ ତାରିଖରେ ୫ ଜଣିଆ କମିଟି ଗଠନର ସୂଚନା ଦେଲେ । ଜାନୁଆରୀ ୭ ତାରିଖରେ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲେ । ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ପ୍ରମିଳା ମଲ୍ଲିକ, ମନୋହର ରନ୍ଧାରୀ, ଭୁଜବଳ ମାଝୀ ଏବଂ ନିତିଶ ଗଙ୍ଗଦେବଙ୍କୁ ସଦସ୍ୟ ରଖାଗଲା । ବିଧାନ ପରିଷଦ ଅନୁଧ୍ୟାନ ପାଇଁ କମିଟି ଜାନୁଆରୀ ୩୧ ତାରିଖରେ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଗଲେ । ସେଠାରୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ । ଆହୁରି ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି କମିଟି ଅଧ୍ୟକ୍ଷ ଡାକ୍ତର ନୃସିଂହ ସାହୁ ମନ୍ତବ୍ୟ ଦେଲେ । ମାତ୍ର କମିଟି ଆଉ ଅନୁଧ୍ୟାନ ପାଇଁ ଗଲେନି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନି । ପ୍ରସ୍ତାବିତ ବିଧାନ ପରିଷଦ କଥା ସମସ୍ତେ ଯେମିତି ପାଶୋରି ଗଲେ ।
ମାତ୍ର ସାଧାରଣ ନିର୍ବାଚନ ହାତରେ ଆଉ କେତେ ମାସ ଥିବା ବେଳେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ପରି ରାଜ୍ୟ ମାନଙ୍କରେ ବିଧାନ ପରିଷଦ ଗଠନ କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଆଇନ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ବୋଲି ମନେ ପକାଇଛନ୍ତି । ଅର୍ଥାତ୍ ଓଡ଼ିଶାରେ ବି ବିଧାନ ପରିଷଦ ଗଠନ କରାଯାଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଆଇନ ପ୍ରଣୟନ ପ୍ରକ୍ରିୟାରେ ଭାଗିଦାର କରିବାର ସୁଯୋଗକୁ ସରକାର ଚାହିଁ ବସିଛନ୍ତି ବୋଲି ଜଣେଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳ କିନ୍ତୁ ଭଲ ଦୃଷ୍ଟିରେ ଦେଖିନାହାନ୍ତି । ବିଜେଡ଼ି ନେତାଙ୍କୁ ଥଇଥାନ କରିବାକୁ ସରକାର ତତ୍ପର ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଏହାକୁ ରାଜନୈତିକ ରଙ୍ଗ ଦେବା ଉଦ୍ୟମରୁ ବିରୋଧୀ କ୍ଷାନ୍ତ ରହିବାକୁ ବିଜେଡ଼ି ପରାମର୍ଶ ଦେଇଛି ।
Previous Post

ବିଜେଡ଼ିର ମହାନଦୀ ଷ୍ଟିୟରିଂ କମିଟି, ଦୁଇ ନେତାଙ୍କୁ ସାଂଗଠନିକ ଦାୟିତ୍ୱ

Next Post

ଚର୍ଚ୍ଚାରେ ରହିବାକୁ ଦାମଙ୍କ ବାଚାଳାମି !

Next Post
ଚର୍ଚ୍ଚାରେ ରହିବାକୁ ଦାମଙ୍କ ବାଚାଳାମି !

ଚର୍ଚ୍ଚାରେ ରହିବାକୁ ଦାମଙ୍କ ବାଚାଳାମି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA